fbpx

SBI ଦେବ ୮୨୮୩ ପ୍ରାର୍ଥୀଙ୍କୁ ନିଯୁକ୍ତି: ଅନଲାଇନ୍ ଆବେଦନ ତାରିଖ ବଢ଼ିଲା

ଯଦି ଆପଣମାନେ ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଇଚ୍ଛୁକ ତେବେ ଏନେଇ ପାଇଁ ଆସିଛି ଏକ ଖୁସି ଖବର । ଦେଶର ସର୍ବବୃହତ୍ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ୮୨୮୩ଟି ପଦରେ ନିଯୁକ୍ତି ଦିଆଯିବ । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ପ୍ରାର୍ଥୀମାନେ ଜୁନିୟର ଆସୋସିଏଟ୍ ପଦ ପାଇଁ ଆବେଦନ କରିପାରିବେ । ଆଶାୟୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଏଥିପାଇଁ ନଭେମ୍ବର ୧୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଏହା ମଧ୍ୟରେ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯେଉଁମାନେ ଏଥିରେ ଆବେଦନ କରିପାରିନଥିଲେ ସେମାନେ ଏବେ ପୁଣି ଥରେ ଆବେଦନ କରିପାରିବେ । ବ୍ୟାଙ୍କ ପକ୍ଷରୁ ଅନଲାଇନ୍ ଆବେଦନ ତାରିଖ ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଅନ୍ତିମ ତାରିଖ ଡିସେମ୍ବର ୭ ତାରିଖ ରହିଥିବା ବେଳେ ଏବେ ପ୍ରାର୍ଥୀମାନେ ଆସନ୍ତା ୧୦ ତାରିଖ ସୁଦ୍ଧା ଆବେଦନ କରିପାରିବେ ।

ଅନଲାଇନ୍ ଆବେଦନ ସରିବା ପରେ ଆସନ୍ତାବର୍ଷ ଜାନୁଆରୀ ମାସରେ ପ୍ରିମିଲିନାରୀ ଓ ଫେବୃଆରୀ ମାସରେ ମେନ୍ସ ପରୀକ୍ଷା ଆୟୋଜିତ ହେବ । ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି), ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁସାରେ ବୟସ କୋହଳ କରାଯିବ ।

ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ଜେନେରାଲ, ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ଓ ଓବିସି ପ୍ରାର୍ଥୀଙ୍କୁ ୭୫୦ ଟଙ୍କାର ଆବେଦନ ଫିସ୍ ପଇଠ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଏସସି / ଏସଟି / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ।

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/sbijaoct23/

ନୋଟିଫିକେସନ ଲିଙ୍କ: https://sbi.co.in/documents/77530/36548767/161123-JA+2023-Detailed+Advt.pdf/926d28be-7df8-36f3-7113-344404668498?t=1700129762521

ଅଫିସିଆଲ ୱେବସାଇଟ୍ ଲିଙ୍କ: https://sbi.co.in/

Get real time updates directly on you device, subscribe now.