fbpx

(video)ଏକାସଙ୍ଗେ ୪ କନ୍ୟାଙ୍କୁ ବାହାହେଲେ ଏହି ଯୁବକ, ଭାଇରାଲ୍ ହେଲା ବାହାଘର ସମୟର ଦୃଶ୍ୟ

ବିବାହରେ ୨ ଲୋକ ଓ ୨ ପରିବାରର ମିଳନ ହୋଇଥାଏ । କିନ୍ତୁ ଏବେ ତ ସମାଜରେ ବିବାହର ଚିତ୍ର ବଦଳି ଗଲାଣି । ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବର ସହିତ ୪ କନ୍ୟା ଅଗ୍ନି ଚାରିପଟେ ୭ ଘେରା ବୁଲୁଥିବାର ଦେଖାଯାଉଛି । @musafir_vj ନାମକ ଆଇଡିରୁ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏହାର କ୍ୟାପସନ ରହିଛି, ସାରଥୀ ମୋ ରଥକୁ ଖାଇ ପର୍ଯ୍ୟନ୍ତ ନେଇଚାଲ ।

ଏହି ଭିଡିଓରେ ଜଣେ ବର ବେଶରେ ଜଣେ ଯୁବକ ୪ କନ୍ୟାଙ୍କ ସହ ବେଦୀ ଚାରିପଟେ ବୁଲୁଥିବାର ଦେଖିବାକୁ ମିଳୁଛି । ବ୍ୟାକଗ୍ରାଉଣ୍ଡରେ ଧଡକନ ଫିଲ୍ମର ଗୀତ ‘ଦୁଲ୍‌ହେ କା ସେହରା’ ବାଜୁଛି । ବର ବେଶରେ ଥିବା ଯୁବକ ମୁହଁରେ ହସ ଲାଖି ରହିଛି । ଅଗ୍ନି ଚାରିପଟେ ୭ ଥର ବୁଲିସାରିବା ପରେ ସମସ୍ତେ ବରର ପାଦ ଛୁଉଁଥିବାର ଦେଖାଯାଉଛି । ଭିଡିଓଟି ଭାଇରାଲ ହେବା ପରେ କମେଣ୍ଟ ବକ୍ସରେ ଲୋକଙ୍କ ପ୍ରତିକ୍ରିୟା ବଢିବାରେ ଲାଗିଛି । ଜଣେ ୟୁଜର ଲେଖିଛନ୍ତି ଆମେ ତ ଗୋଟିଏକୁ ସମ୍ଭାଳି ପାରୁ ନାହୁଁ ଏ ବ୍ୟକ୍ତି ୪ ଜଣଙ୍କୁ କିପରି ସମ୍ଭାଳିବେ । ଆଉ ଜଣେ ଲେଖିଛନ୍ତି ଏପରି କେଉଁଠି ହୋଇପାରୁଛି ଜାଣିଲେ ମୁଁ ବି ୪ ଜଣଙ୍କୁ ବାହା ହେବି ।

Get real time updates directly on you device, subscribe now.