fbpx

ସୋଡ଼ା ପିଇବାକୁ ଯାଇଥିଲେ ମହିଳା, ଚମକିଲା ଭାଗ୍ୟ, ୮୩ ଲକ୍ଷ ନେଇ ଫେରିଲେ: ଜାଣନ୍ତୁ କିପରି

ଆମେରିକା: ମନୁଷ୍ୟ ଜୀବନରେ କୌଣସି ନିଶ୍ଚିତତା ନାହିଁ । ଆଜି ଯିଏ ଦାରିଦ୍ର୍ୟତା ମଧ୍ୟରେ ଜୀବନ କାଟୁଛନ୍ତି କାଲି ସେମାନଙ୍କ ଜୀବନରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆସିପାରେ । ଏଥି ପାଇଁ କେବଳ ଏକ ଛୋଟ ମୁହୂର୍ତ୍ତ ମଧ୍ୟ ଯଥେଷ୍ଟ । ତେବେ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ରାତାରାତି ଏପରି ଭାଗ୍ୟ କରିବର୍ତ୍ତନ ହୋଇଛି । ଯେଉଁମାନେ କାଲି ଦରିଦ୍ରତା ମଧ୍ୟରେ ଜୀବନ କାଟୁଥିଲେ ସେମାନେ ଆଜି ଅୟସରେ ଜୀବନ ବିତାଉଛନ୍ତି ।

ଜଣେ ବ୍ୟକ୍ତିର ଭାଗ୍ୟ କେବେ ବଦଳିବ ତାହା କେହି ଅନୁମାନ କରିପାରିବେ ନାହିଁ । ସୋଡ଼ା ପିଇବାକୁ ଯାଇଥିବା ଜଣେ ମହିଳାଙ୍କ ସହ ଏପରି ଘଟଣା ଘଟିଥିଲା । ସୋଡ଼ା ପିଇବାକୁ ଯାଇଥିବା ମହିଳା ଜଣଙ୍କ ଘରକୁ ଫେରିବା ବେଳକୁ ଧନୀ ହୋଇ ଫେରିଥିଲେ। ତେବେ ମହିଳା ଜଣଙ୍କ ଆମେରିକାର ଭର୍ଜିନିଆର ବାସିନ୍ଦା । ମହିଳାଙ୍କ ନାମ ଜାନେଟ୍ ବାଇନ୍ । ସେ କୌଣସି ଏକ ସ୍ଥାନକୁ ଯାଉଥିବା ସମୟରେ ବାଟରେ ଜେନେରାଲ ଷ୍ଟୋରରେ ସୋଡ଼ା ପିଇବା ପାଇଁ ଅଟକିଥିଲେ ।

ତେବେ ସେ ସେଠାରେ ଠିଆ ହୋଇଥିବାବେଳେ ଲଟେରୀ ଟିକେଟ କିଣିଥିଲେ। ତେବେ ତାଙ୍କ ଟିକେଟରେ ୧୦୦,୦୦୦ ଡଲାର ଅର୍ଥାତ୍ ୮୩ ଲକ୍ଷ ଟଙ୍କା ପୁରସ୍କାର ଥିବା ଦେଖି ମହିଳା ଜଣକ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଟିକେଟ୍ ନମ୍ବର ଦେଖିବା ପରେ ସେ ଆଶ୍ଚର୍ୟ୍ୟ ଏବଂ ସମ୍ପୂର୍ଣ୍ଣ ଚକିତ ହୋଇଯାଇଥିଲେ । ତେବେ ଏକାବେଳେ ଏତେ ଟଙ୍କା ଜିତିବା ପରେ ବେଶ ଖୁସି ଥିବା କହିଛନ୍ତି । ବର୍ତ୍ତମାନ ସେ ଏହାକୁ କିପରି ଖର୍ଚ୍ଚ କରିବେ ତାହା ଯୋଜନା କରୁଛନ୍ତି।

ତେବେ ଏହାପୂର୍ବରୁ ମଧ୍ୟ ଆମେରିକାର ଆରକାନାସରେ ରହୁଥିବା ଗ୍ୟାରି ଲାସି ମଧ୍ୟ ସମାନ ଢଙ୍ଗରେ ୫ ମିଲିୟନ ଡଲାର ଜିତିଛନ୍ତି। ସେ ସିଗାରେଟ୍ କିଣିବାକୁ ଦୋକାନକୁ ଯାଇଥିଲେ ଏବଂ ପାୱାରବଲ୍ ଲଟେରୀ ଟିକେଟ କିଣି ସେ ଏହି ମୂଲ୍ୟ ଜିତିପାରିଥିଲେ। ବ୍ରିଟେନରେ ଜଣେ ମହିଳା କ୍ଷୀର ଏବଂ ରୁଟି କିଣିବାକୁ ଯାଇଥିଲେ, ଯେଉଁଠାରେ ସେ ଲଟେରୀ ଟିକେଟରେ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ଜିତିଥିଲେ।

Get real time updates directly on you device, subscribe now.