fbpx
BSKY SKY
BSKY SKY

BIG BREAKING: ବାତିଲ ହେଲା ଭାରତ-ସାଉଥ ଆଫ୍ରିକା 1st T20 ମ୍ୟାଚ

BSKY

ଡର୍ବାନ: ବାତିଲ ହେଲା ଭାରତ-ସାଉଥ ଆଫ୍ରିକା 1st T20 ମ୍ୟାଚ। ତେବେ ବର୍ଷା କାରଣରୁ ମ୍ୟାଚ ବାତିଲ ହେବା ନେଇ ସୂଚନା ମିଳିଛି। ଦୀର୍ଘ ସମୟ ଧରି ବର୍ଷା ଲାଗି ରହିଥିବାରୁ ଟସ ପଡିବାରୁ ବିଳମ୍ବ ହେଉଥିଲା। ବର୍ଷା ଛାଡିବା ପରେ ବିଳମ୍ବ ହେଲେ ବି ମ୍ୟାଚ ଖେଳାଯିବ ବୋଲି କୁହାଯାଉଥିଲା। କିନ୍ତୁ ପାଗରେ କୌଣସି ପରିବର୍ତ୍ତନ ନ ଆସିବାରୁ ଶେଷରେ କ୍ରିକେଟ ବୋର୍ଡ ମ୍ୟାଚ ବାତିଲ କରିବାକୁ ନିଷ୍ପତି ନେଇଛି।

ସୂଚନା ଥାଉକି, ଆଜି ଠାରୁ ଆରମ୍ଭ ହେଉଛି ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଅଭିଯାନ। ତେବେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଡର୍ବାନର କିଙ୍ଗ୍‌ସମେଡ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ତାହା ବାତିଲ କରାଯାଇଛି। ଏହି ଟି-୨୦ ସିରିଜରେ ଭାରତୀୟ ଦଳର ଅଧିନାୟକ ଭାର ସୂର୍ୟ୍ୟକୁମାର ଯାଦବ ସମ୍ଭାଳିଛନ୍ତି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଘରୋଇ ଟି -୨୦ ସିରିଜରେ ମଧ୍ୟ ଭାରତୀୟ ଦଳ ତାଙ୍କ ନେତୃତ୍ୱରେ ବହୁତ ଭଲ ପଦର୍ଶନ କରିଥିଲା। ଉକ୍ତ ସିରିଜରେ ଭାରତୀୟ ଦଳ ୪-୧ ର ଦୃଢ଼ ବିଜୟ ହାସଲ କରିଥିଲା। ଅନ୍ୟପଟେ ପୂର୍ବରୁ ଡର୍ବାନରେ ଭାରତର ଭଲ ରେକର୍ଡ ରହିଛି। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୫ ଟି -୨୦ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୩ ଟି ଜିତିଥିଲା ଓ ଆଉ ଗୋଟିଏ ମ୍ୟାଚ୍ ଡ୍ର ହୋଇଥିଲା। ଅପରପକ୍ଷେ ଦକ୍ଷିଣ ଆଫ୍ରିକା କେବଳ ଗୋଟିଏ ମ୍ୟାଚ ଜିତିଥିଲା। ବିଶେଷକରି ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ମ୍ୟାଚ୍ (୨୦୦୭ ଟି -୨୦ ବିଶ୍ୱକପ୍) ଖେଳାଯାଇଥିଲା, ଯେଉଁଥିରେ ଭାରତ ୩୭ ରନରେ ଜିତିଥିଲା।

 

 

Get real time updates directly on you device, subscribe now.