fbpx

ଛତିଶଗଡ଼ ନୂଆ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କ୍ୟାବିନେଟ ହେବା ମାତ୍ରେ ୧୮ ଲକ୍ଷ ଲୋକଙ୍କୁ ମିଳିବ ଘର

Advertisement

ଛତିଶଗଡ଼: ଆଜି ଛତିଶଗଡରେ ବିଧାନସଭା ଦଳର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଅନୁମୋଦନ ହୋଇଛି। ତେବେ ବର୍ତ୍ତମାନ ବିଷ୍ଣୁଦେଓ ସାଇ ଏହି ଦାୟିତ୍ୱ ଗ୍ରହଣ କରିବେ। ଏହା ସହିତ ବିଜୟ ଶର୍ମା ଏବଂ ଅରୁଣ ସାଓଙ୍କୁ ଉପମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଆଯାଇଛି। ତେବେ ବିଷ୍ଣୁଦେଓ ସାଇ ରାଜ୍ୟର ଜଣେ ବଡ଼ ଆଦିବାସୀ ନେତା। ତେଣୁ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହେବା ମାତ୍ରେ ବିଷ୍ଣୁଦେଓ ସାଇ ମଧ୍ୟ ତାଙ୍କର ପ୍ରାଥମିକତା ବିଷୟରେ କହିଛନ୍ତି। ସେ ପ୍ରଥମେ କେଉଁ କାମ କରିବେ ସେ ନେଇ ଏକ ଘୋଷଣା ମଧ୍ୟ କରିଛନ୍ତି।

ତେବେ ଏହି ପଦ ପାଇଁ ବିଷ୍ଣୁଦେଓ ସାଇଙ୍କ ନାମ ଘୋଷଣା ହେବା ପରେ ସେ କହିଛନ୍ତି ଯେ- “ମୁଖ୍ୟମନ୍ତ୍ରୀ ଭାବରେ ମୁଁ ମୋ ସରକାର ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ ପୂରଣ କରିବାକୁ ଚେଷ୍ଟା କରିବି। ଗୃହ ଯୋଜନାର ହିତାଧିକାରୀଙ୍କ ପାଇଁ ୧୮ ଲକ୍ଷ ଘର ମଞ୍ଜୁର କରିବା ନୂତନ ଛତିଶଗଡ ସରକାରଙ୍କର ପ୍ରଥମ ଲକ୍ଷ ତଥା କାର୍ଯ୍ୟ ହେବ। ସମସ୍ତଙ୍କ ବିଶ୍ୱାସ ପାଇଁ ମୁଁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହ କାର୍ୟ୍ୟ କରିବି ବୋଲି ନୂତନ ମୁଖ୍ୟମନ୍ତ୍ରୀ କହିଛନ୍ତି। ଛତିଶଗଡର ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

ବିଷ୍ଣୁଦେଓ ସାଇ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦବୀ ଏକ ଚ୍ୟାଲେଞ୍ଜ। ଛତିଶଗଡରେ ଏହି ଆହ୍ୱାନ ଆହୁରି ବଢ଼ିଛି କାରଣ ପୂର୍ବ ସରକାର ପୂରା ରାଜ୍ୟକୁ ଖାଲି କରିଦେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏଠାକାର ଲୋକଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ସେ ପୂରଣ କରିବେ।

ଏଥି ସହ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରବିବାର ସନ୍ଧ୍ୟାରେ ବିଜେପି ବିଧାନସଭା ଦଳର ନେତା ବିଷ୍ଣୁଦେଓ ସାଇଙ୍କୁ ରାଜ୍ୟରେ ସରକାର ଗଠନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଡିସେମ୍ବର ୧୨ କିମ୍ବା ୧୩ ରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.