fbpx

ବିଷ୍ଣୁଦେଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ କରିବା ପଛରେ ଓଡ଼ିଶାର ରାଜନୀତି! ରହସ୍ୟ ଘେରରେ ସିକ୍ରେଟ ରଣନୀତି, ମୋଦୀ-ଶାହଙ୍କର ରହିଛି ଏକ ବଡ଼ ପ୍ଲାନ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏଙ୍କ ନାମ ଘୋଷଣା କରିଛନ୍ତି ବିଜେପି ହାଇକମାଣ୍ଡ । ଏଥିସହିତ ରମଣ ସିଂହଙ୍କୁ ବାଚସ୍ପତି, ଅରୁଣ ସାଏ ଓ ବିଜୟ ଶର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବା ନେଇ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୭ ଦିନ ପରେ ବିଜେପି ଛତିଶଗଡ଼ ପାଇଁ ମୁଖ୍ୟମନ୍ତ୍ରୀ ଚୟନ କରିଥିଲା । ରାଜ୍ୟରେ ଅନେକ ବରିଷ୍ଠ ନେତା ଥାଉଥାଉ ବିଷ୍ଣୁଦେଓଙ୍କୁ ଦଳ କାହିଁକି ବାଛିଲା ତା’ ପଛରେ ଅନେକ କାରଣ ରହିଥିବା ନେଇ ଚର୍ଚ୍ଚା ହେଉଛି ।

ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଛତିଶଗଡ଼ର ୧୧ଟି ଆସନ ମଧ୍ୟରୁ ୪ଟି ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ ଆଦିବାସୀ ଭୋଟ ବ୍ୟାଙ୍କକୁ ଦୃଷ୍ଟିରେ ରଖି ଦଳ ଏହି ଗୋଟି ଚାଳନା କରିଥିବା କୁହାଯାଉଛି । ଜଣେ ଆଦିବାସୀ ଚେହେରାକୁ ଆଗରେ ରଖିଲେ ଦଳକୁ କେବଳ ଛତିଶଗଡ଼ ନୁହେଁ, ଝାଡ଼ଖଣ୍ଡ ଓ ବିଭିନ୍ନ ରାଜ୍ୟର କିଛି ଅଂଶରେ ଫାଇଦା ମିଳିପାରେ ବୋଲି କୁହାଯାଉଛି ।

ତେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଚୟନ ସହିତ ଓଡ଼ିଶାର ରାଜନୈତିକ ଲିଙ୍କ ରହିଥିବା ନେଇ ଚର୍ଚ୍ଚା ହେଉଛି । ଏନେଇ କିଛି ଜାତୀୟ ସ୍ତରର ରାଜନୈତିକ ବିଶାରଦ ମତ ଦେଇଛନ୍ତି । ବିଷ୍ଣୁଦେଓଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିବା ଦ୍ୱାରା ଓଡ଼ିଶାରେ ବିଜେପି ଆହୁରି ଶକ୍ତିଶାଳୀ ହୋଇପାରିବ, ଏହା ହାଇକମାଣ୍ଡଙ୍କର ହୃଦବୋଧ ହୋଇଛି । ଛତିଶଗଡ଼ଠାରୁ ଓଡ଼ିଶାର ଦୂରତା ମାତ୍ର ୪୪୪-୫୦୦ କିମି ହୋଇଥିବା ବେଳେ ନରେନ୍ଦ୍ର ମୋଦୀ-ଅମିତ ଶାହଙ୍କର ସିକ୍ରେଟ ରଣନୀତିକୁ ଅଣଦେଖା କରିହେବ ନାହିଁ ।

ଛତିଶଗଡ଼ରେ ବିଜେପି ଯେଉଁ ରାଜନୈତିକ ପଦକ୍ଷେପ ଗ୍ରହଣ କରିଛି ତା’ର ଅସଲ ପ୍ରଭାବ ୪୧୦ କିମି ଦୂର ଓଡ଼ିଶାରେ ପଡ଼ିବ ବୋଲି କୁହାଯାଉଛି । ଦୀର୍ଘ ବର୍ଷ ଧରି ବିଜେପି ଓଡ଼ିଶାରେ କ୍ଷମତା ଦଖଲ କରିବା ଲକ୍ଷ୍ୟରେ ରହିଛି । ବିଜେପି ଏ କ୍ଷେତ୍ରରେ କିଛି ମାତ୍ରାରେ ସଫଳତା ମଧ୍ୟ ହାସଲ କରିଛି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ଦଳ କଂଗ୍ରେସକୁ ମୁଖ୍ୟ ବିରୋଧୀ ଦଳ ଆସନରୁ ହଟାଇ ଉକ୍ତ ଆସନରେ ବସିଥିଲା । ରାଜ୍ୟରେ ଦଳର ଶକ୍ତି ବୃଦ୍ଧି ସିଟ୍ ସଂଖ୍ୟାରୁ ପ୍ରମାଣିତ ହୋଇଥିଲା । ଓଡ଼ିଶାରେଦଳ ୮ଟି ଲୋକସଭା ଆସନରେ ଜିତିବା ସହିତ ୨୩ଟି ବିଧାନସଭା ସିଟ୍ ଅକ୍ତିଆର କରିଥିଲା ।

ଓଡ଼ିଶାରେ ସରକାର ଗଠନ କରିବାକୁ ହେଲେ ବିଜେପିକୁ ଆଦିବାସୀ ଭୋଟରଙ୍କ ମନ ଜିଣିବା ନିହାତି ଜରୁରୀ । ସେଥିପାଇଁ ଦଳ ଏହି ନିଷ୍ପତ୍ତି ଗ୍ରହଣ କରିଛି । ସେଥିପାଇଁ ଦଳ ସର୍ବପ୍ରଥମେ ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି ଆସନରେ ବସାଇଥିଲା । ଏବେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି । ଏହି ନିଷ୍ପତ୍ତି ନେଇ ଦଳ ଭୋଟରଙ୍କୁ ଏକ ନୂଆ ବାର୍ତ୍ତା ଦେଇଛି । ବିଜେପି ସବୁ ସମୟରେ ଆଗାମୀ ଭବିଷ୍ୟତର ଫାଇଦାକୁ ଦୃଷ୍ଟିରେ ରଖି ଗୋଟି ଚାଳନା କରିଥାଏ । ତେଣୁ ଏହା ମୋଦୀ-ଶାହଙ୍କର ଏକ ସିକ୍ରେଟ ମିଶନ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି ।

ଓଡ଼ିଶାରେ କିଛି ଚମତ୍କାର କରିବାକୁ ହେଲେ ବିଜେପିକୁ ଗ୍ରାମୀଣ ଅଞ୍ଚଳରେ ଶାନଦାର ପ୍ରଦର୍ଶନ କରିବାକୁ ପଡ଼ିବ । ରାଜ୍ୟର ୧୫ଟି ବିଧାନସଭା ଆସନରେ ଆଦିବାସୀ ସମ୍ପ୍ରଦାୟଙ୍କର ସଂଖ୍ୟା ୫୫ ପ୍ରତିଶତରୁ ଅଧିକ ରହିଛି । ସେହିପରି ୩୫ଟି ଆସନରେ ଆଦିବାସୀଙ୍କ ସଂଖ୍ୟା ପାଖାପାଖି ୩୦ ପ୍ରତିଶତ ରହିଛି । ଅର୍ଥାତ ଏହି ଆସନଗୁଡ଼ିକରେ ହାର-ଜିତର ନିଷ୍ପତ୍ତି ଆଦିବାସୀ ଭୋଟରଙ୍କ ହାତରେ ରହିଛି । ବିଷ୍ଣୁଦେଓଙ୍କ ମାଧ୍ୟମରେ ବିଜେପି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି । ତେବେ ବିଜେପିର ଏହି ଯାତ୍ରା ଅତ୍ୟନ୍ତ କଷ୍ଟକର ହୋଇପାରେ । କାରଣ ନବୀନ ସର୍ବଦା ଦୁଇପାଦ ଆଗରେ ରହି ଗୋଟି ଚାଳନା କରିଥାନ୍ତି । ବିଭିନ୍ନ ସମୟରେ ନିଜ ଷ୍ଟାଇଲରେ ନିଷ୍ପତ୍ତି ନେଇ ସେ ସଭିଙ୍କୁ ହତବାକ କରିଦେଇଥାନ୍ତି ।

Get real time updates directly on you device, subscribe now.