fbpx

୧୩ ନମ୍ବରକୁ କାହିଁକି ଅଶୁଭ ବୋଲି କୁହାଯାଏ? ଲୋକମାନେ ଏହାକୁ ବ୍ୟବହାର କରିବା ଠାରୁ ମଧ୍ୟ ଦୂରେଇ ରୁହନ୍ତି, ଜାଣନ୍ତୁ ଏହା ପଛର ରହସ୍ୟ

Advertisement

ଓଡିଶା ଭାସ୍କର: ୟୁରୋପ ହେଉ କିମ୍ବା ଆମେରିକା, ଦୁନିଆର ଅନେକ ଦେଶରେ ୧୩ ନମ୍ବର ଅତ୍ୟନ୍ତ ଅପ୍ରୀତିକର ବୋଲି ବିବେଚନା କରାଯାଏ। କୌଣସି ବି ଯାଗାରେ କେହି ଏହି ନମ୍ବରକୁ ଚୟନ କରିବାକୁ ପସନ୍ଦ କରନ୍ତି ନାହିଁ। ପ୍ରାୟ ସମସ୍ତେ ୪, ୮, ୧୪ ଓ ୧୮ ଭଳି ସଂଖ୍ୟାକୁ ଲକି ନମ୍ବର ଭାବେ ପସନ୍ଦ କରିଥାନ୍ତି। କିନ୍ତୁ ୧୩ ନମ୍ବର ସଂଖ୍ୟାକୁ କେହି ବି ଦେଖିଲେ ସେଥିରୁ ମୁହଁ ବୁଲାଇ ନେଇଥାନ୍ତି। ସେହିପରି କିଛି ଲୋକ ୧୩ ତାରିଖରେ ବିବାହ କିମ୍ବା କୌଣସି ଉତ୍ସବ ମଧ୍ୟ ପାଳନ କରିନଥାନ୍ତି। ସେମାନେ ମାନି ନେଇଥାନ୍ତି ଯେ ୧୩ ନମ୍ବର ତାଙ୍କ ଜୀବନରେ ଏକ ଅଶୁଭ ସଂଖ୍ୟା।ହେଲେ କାହିଁକି ସମସ୍ତେ ଏହି ୧୩ ନମ୍ବରକୁ ଅଶୁଭ କହିବା ସହ ପସନ୍ଦ ମଧ୍ୟ କରିନଥାନ୍ତି? କ’ଣ ଆପଣଙ୍କୁ ଏହା ପଛର ରହସ୍ୟ ଜଣା ଅଛି କି?

ତେବେ ୧୩ ନମ୍ବରରୁ ଦୂରତା ରଖିବା ପଛରେ ଅନେକ ରହସ୍ୟ ଏବଂ ଅନେକ ପ୍ରକାରର ବିଶ୍ୱାସ ଅଛି। ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଏହି ସଂଖ୍ୟା ୧୩ କୁ ଅପମାନଜନକ ବୋଲି ବିବେଚନା କରାଯାଏ। କାରଣ ଶେଷ ଭୋଜନରେ ଭଗବାନ ଯୀଶୁ ଖ୍ରୀଷ୍ଟ ତାଙ୍କ ଅନୁଗାମୀମାନଙ୍କ ସହିତ ଥିଲେ, ହେଲେ ଯିହୂଦା ସହିତ ୧୩ ଜଣ ଥିଲେ। କୁହାଯାଏ ଯେ ଯିହୁଦା ସେହି ସମୟରେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲା, ଫଳସ୍ୱରୂପ ଯୀଶୁଙ୍କୁ କ୍ରୁଶରେ ମାରି ଦିଆଯାଇଥିଲା। ସେହିପରି ଶୁକ୍ରବାର ଦିନ ଯୀଶୁଙ୍କୁ କ୍ରୁଶରେ ଚଢାଇ ଦିଆଯାଇଥିବାରୁ ଶୁକ୍ରବାର ମଧ୍ୟ ଅଶୁଭ ଦିନ ଭାବରେ ବିବେଚନା କରାଯାଏ। ଯଦି ଶୁକ୍ରବାର ଦିନ ୧୩ ତମ ତାରିଖ ପଡେ ତେବେ ଏହା ଆହୁରି ଖରାପ ବୋଲି ଧରାଯାଏ।

ଲୋକମାନେ ଭୁଲରେ ମଧ୍ୟ ୧୩ ନମ୍ବର ବ୍ୟବହାର କରନ୍ତି ନାହିଁ:-

ସାଇକୋଲୋଜିରେ ୧୩ ନମ୍ବରର ଏହି ଭୟକୁ ଟ୍ରାଇସାଇଡେକାଫୋବିୟା କିମ୍ବା ତେରଟି ଡିଜିଟ୍ ଫୋବିୟା ବୋଲି କୁହାଯାଏ। ପାଶ୍ଚାତ୍ୟ ଦେଶଗୁଡିକରେ, ଏହି ଭୟ ଏତେ ପରିମାଣରେ ବୃଦ୍ଧି ପାଇଲା ଯେ ଲୋକମାନେ ୧୩ ନମ୍ବର ବ୍ୟବହାର ବନ୍ଦ କରିଦେଲେ। ଏହା ସହ ତାହା ଏକ ପାପ ବୋଲି ବିବେଚନା ହେବାକୁ ଲାଗିଲା। ତେଣୁ, କୌଣସି ହୋଟେଲରେ ୧୩ ନମ୍ବର କିମ୍ବା ବିଦେଶର କୌଣସି ବିଲ୍ଡିଂରେ ୧୩ ତମ ମହଲା ନାହିଁ। ଯଦି ବି କୌଣସି ହୋଟେଲ ଏହି ୧୩ ସଂଖ୍ୟା ଥାଏ, ତେବେ ଲୋକମାନେ ଏହାକୁ ଅଶୁଭ ବୋଲି ଭାବନ୍ତି ଏବଂ ଏଥିରେ ରହିବାକୁ ଏଡ଼ାଇଥାନ୍ତି। ସେହିପରି ୟୁରୋପୀୟ-ଆମେରିକୀୟ ଭଳି ଦେଶରେ, ଆପଣ ରେଷ୍ଟୁରାଣ୍ଟଗୁଡିକରେ ଟେବୁଲ୍ ନମ୍ବର ୧୩ ଦେଖିବାକୁ ପାଇବେ ନାହିଁ। ଅପରପକ୍ଷେ ୧୩ ନମ୍ବର ହେଉଛି ଏକ ଅଦେଢ଼ିଆ ସଂଖ୍ୟା। ଏଥିପାଇଁ ଏହାକୁ ମନେ ରଖିବାରେ କିମ୍ବା ହିସାବ ପତ୍ର କରିବାରେ ଅସୁବିଧା ହୋଇଥାଏ। ଏଣୁ ଏହାକୁ ବି କେହି କେହି ଏହାକୁ ଚୟନ କରିନଥାନ୍ତି। ସବୁରି ପରେ, ଏହା କୁହାଯାଇ ପାରେ ୧୩ ନମ୍ବର ବହୁ ପୂର୍ବରୁ ଅଶୁଭ ଭାବେ ପ୍ରଚଳିତ ହୋଇ ଆସିଛି ଯେଉଁଥିପାଇଁ ଏହି ଘଟଣା ଦେଖା ଯାଉଛି।

Get real time updates directly on you device, subscribe now.