fbpx
BSKY SKY
BSKY SKY

ଖୁସି ଖବର: ଆସନ୍ତାକାଲି ଠାରୁ ଏହି ଜିଲ୍ଲାରେ ଗଡିବ “ଲକ୍ଷ୍ମୀ’ ବସ୍

BSKY

ଓଡିଶା ଭାସ୍କର; ଲଗାତାର ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ’ରେ ସରକାରୀ ବସ ପହଞ୍ଚା ଯାଉଛି । ଏହି କ୍ରମରେ ଆସନ୍ତାକାଲି ଠାରୁ ଏହି କୋରାପୁଟ ଜିଲ୍ଲାରେ ଗଡିବ ସରକାରଙ୍କ “ଲକ୍ଷ୍ମୀ’ ବସ୍ । ଯେଉଁଥିପାଇଁ ପ୍ରସ୍ତୁତି ଏବେ ଶେଷ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାରେ ଥିବା ୧୪ଟି ବ୍ଲକ ରୁଟ୍‌ରେ ସମୁଦାୟ ୪୮ଟି ଲକ୍ଷ୍ମୀ ବସ୍‌କୁ ଭି କନ୍‌ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ପରବର୍ତ୍ତୀ ସମୟରେ ଜିଲ୍ଲାରେ ଆଉ ୧୮ଟି ଲକ୍ଷ୍ମୀ ବସ୍‌ ଚାଲିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି। ଏହାଦ୍ୱାରା ବିଶେଷ କରି ଛାତ୍ରୀଛାତ୍ର, ଚାଷୀ, ମହିଳା, ବୟସ୍କ ବ୍ୟକ୍ତିମାନେ ଉପକୃତ ହେବେ ବୋଲି କୁହାଯାଇଛି। ଫଳରେ ଏହି ଲକ୍ଷ୍ମୀ ବସ୍‌ ଯୋଗେ ଗ୍ରାମାଞ୍ଚଳ ଲୋକେ ସୁବିଧାରେ ଜିଲ୍ଲା ସଦର ମହକୁମା ଓ ବ୍ଲକ ସଦର ମହକୁମାକୁ ଯିବା ଆସିବା କରିପାରିବେ।

ସୂଚନା ଥାଉକି, କୋରାପୁଟସ୍ଥିତ ଲାଣ୍ଡିଗୁଡ଼ା ସରକାରୀ ମହାବିଦ୍ୟାଳୟଠାରେ ଆୟୋଜିତ ଆସନ୍ତାକାଲିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ, ଦୀପ୍ତେଶ ପଟ୍ଟନାୟକ, ବିଭାଗୀୟ ସଚିବ ଅମିତାଭ ଠାକୁରଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବେ।

 

Get real time updates directly on you device, subscribe now.