fbpx

ପେଟିଏମ୍‌ରେ ବୁକ୍ କରନ୍ତୁ ଫ୍ଲାଇଟ୍ ଟିକେଟ୍‌, ପାଆନ୍ତୁ ୩,୦୦୦ଟଙ୍କା ପର୍ଯ୍ୟନ୍ତ ଛାଡ

ନୂଆଦିଲ୍ଲୀ: ପେଟିଏମ୍ ୟୁଜର୍ସଙ୍କ ଲାଗି ଆସିଲା ଏକ ଖୁସି ଖବର । ବର୍ଷ ଶେଷରେ ଯଦି କେହି ବିଦେଶ ବୁଲିଯିବାକୁ ଯୋଜନା କରୁଛନ୍ତି ତେବେ ଏଟିଏମ୍‌ରେ ଫ୍ଲାଇଟ୍ ଟିକେଟ୍ ବୁକ୍ କରି ବଡ ରକମର ସଞ୍ଚୟ କରନ୍ତୁ । କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅନ୍ତଃରାଷ୍ଟ୍ରୀୟ ଫ୍ଲାଇଟ୍ ଟିକେଟ୍ ବୁକିଂ ପେଟିଏମ୍‌ରେ କରିବା ଦ୍ୱାରା ୩୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରେ ।

କମ୍ପାନୀ ପକ୍ଷରୁ ଏକ ବୟାନରେ କୁହାଯାଇଛି ଇଣ୍ଡିଗୋ, ସ୍ପାଇସଜେଟ୍‌, ବିସ୍ତାରା ଏୟାରଲାଇନ୍ସ, ଏୟାର ଏସିଆ, ଏୟାର ଇଣ୍ଡିଆ, ସିଙ୍ଗାପୁର ଏୟାରଲାଇନ୍ସ ଆଦି ପ୍ରମୁଖ ଏୟାରଲାଇନ୍ସ ସହ ବୁଝାମଣାରେ ପେଟିଏମ୍ ଭଡା କ୍ଷେତ୍ରରେ ଏହି ରିହାତି ପ୍ରଦାନ କରୁଛି । କମ୍ପାନୀ ପକ୍ଷରୁ କୁହାଯାଇଛି ପେଟିଏମ୍ ୟୁଜର୍ସ ଫ୍ଲାଇଟ୍ ଟିକେଟ ବୁକ୍ କରିବା ସମୟରେ ପ୍ରୋମୋ କୋଡ୍ ଆଇଏନ୍‌ଟିହଲିଡେ (INTHOLIDAY) ର ଉପଯୋଗ କରିବାକୁ । ଏହି କୋଡ୍ ଉପଯୋଗ କରିବା ଦ୍ୱାରା ୟୁଜର୍ସଙ୍କୁ ଅଲଗା ଅଲଗା ରୁଟ୍‌ରେ ଭଲ ରିହାତି ମିଳିବ । ଏହି ଅଫର ୧୦ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ବୈଧ । ପେଟିଏମ୍ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ନେଟ୍ ବ୍ୟାଙ୍କିଂ, ପେଟିଏମ୍ ୱାଲେଟ୍ ଓ ୟୁପିଆଇରେ ଟିକେଟ୍ ବୁକ୍ କଲେ ଏହି ରିହାତି ମିଳିବ । ୩,୦୦୦ଟଙ୍କା ପର୍ଯ୍ୟନ୍ତ ବିଶେଷ ୮% ଛାଡ ସହିତ ଥାଇଲାଣ୍ଡ, ମ୍ୟାଲେସିଆ, ବାଲି, ଶ୍ରୀଲଙ୍କା, ୟୁଏଇ ଓ ସିଙ୍ଗାପୁର ପରି ଦେଶମାନଙ୍କୁ ଭିସାମୁକ୍ତ ଯାତ୍ରା କ୍ଷେତ୍ରରେ ଲାଗୁ ହେବ ।

କମ୍ପାନୀ ପକ୍ଷରୁ କୁହାଯାଇଛି କେବଳ ଅନ୍ତଃରାଷ୍ଟ୍ରୀୟ ଫ୍ଲାଇଟ୍ ଟିକେଟ୍‌ରେ ଯାତ୍ରୀଙ୍କୁ ରିହାତି ମିଳିବ ନାହିଁ । ଘରୋଇ ଫ୍ଲାଇଟ୍ ଯାତ୍ରା କ୍ଷେତ୍ରରେ ମଧ୍ୟ ଏହି ରିହାତି ମିଳିବ । ପେଟିଏମ୍ ପ୍ଲାଟଫର୍ମ ମାଧ୍ୟମରେ ବୁକ୍ କରାଯାଇଥିବା ପ୍ରତି ଫ୍ଲାଇଟ୍ ଟିକେଟ୍ ଉପରେ ଆକର୍ଷକ କ୍ୟାସ୍‌ବ୍ୟାକ ସହିତ ଅନ୍ୟ ବିଶେଷ ବ୍ୟାଙ୍କ ଅଫର ଓ ସିଜନାଲ ପ୍ରମୋଶନର ଲାଭ ବି ମିଳିବ । ସବୁଠାରୁ ବଡ କଥା ହେଉଛି ଦୁବାଇରେ ବହୁ ପ୍ରତିକ୍ଷୀତ ସପିଂ ଫେଷ୍ଟିଭାଲ ୮ ଡିସେମ୍ବରରୁ ଆରମ୍ଭ ହୋଇ ୧୪ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ । ତେଣୁ ବିଳମ୍ବ ନ କରି ଆପଣ ଆଜି ହିଁ ପେଟିଏମ୍ ସହ ନିଜ ଦୁବାଇ ଯାତ୍ରାର ଯୋଜନା ବନାନ୍ତୁ ଓ ପ୍ରୋମୋ କାର୍ଡର ଉପଯୋଗ କରି ୮% ଛାଡର ଆନନ୍ଦ ନିଅନ୍ତୁ ।

Get real time updates directly on you device, subscribe now.