ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଲିମିଟେଡ୍(UIIC) ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀଙ୍କ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UIIC ର ଅଫିସିଆଲ୍ ୱେବ୍ସାଇଟ୍ uiic.co.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ UIIC Recruitment for 300 Assistant posts Notificationରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୬ ଡିସେମ୍ବର ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୦୬ ଜାନୁୟାରୀ ୨୦୨୪
- ଆବେଦନ ଶୁଳ୍କ ଦେବାର ଶେଷ ତାରିଖ – ୦୬ ଜାନୁୟାରୀ ୨୦୨୪
ଯୋଗ୍ୟତା:
- ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହେବା ଉଚିତ
- ଆଞ୍ଚଳିକ ଭାଷାରେ କହିବା, ଲେଖିବା ଓ ପଢିବା ଜ୍ଞାନ ଥିବ
ମାସିକ ଦରମା:
- ସର୍ବାଧିକ ମାସିକ ଦରମା – ୬୨,୨୬୫ ଟଙ୍କା
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୩୦ ବର୍ଷ
ଚୟନ ପ୍ରକ୍ରିୟା:
- ଅନଲାଇନ୍ ଲିଖିତ ପରୀକ୍ଷା
- ଆଞ୍ଚଳିକ ଭାଷା ଜ୍ଞାନ ପରୀକ୍ଷା
ଆବେଦନ ଶୁଳ୍କ:
- SC / ST / PwBD, କମ୍ପାନୀର ସ୍ଥାୟୀ କର୍ମଚାରୀ – ୨୫୦ଟଙ୍କା + GST
- ଅନ୍ୟମାନେ – ୧୦୦୦ଟଙ୍କା
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
କିପରି କରିବେ ଆବେଦନ:
- UIIC ର ଅଫିସିଆଲ୍ ୱେବସାଇଟ୍ uiic.co.inକୁ ଯାଆନ୍ତୁ
- ହୋମ୍ପେଜ୍ରେ ଥିବା ନିଯୁକ୍ତି ପାଇଁ ଆବେଦନ କରିବାକୁ ଲିଙ୍କ୍ରେ କ୍ଲିକ୍ କରନ୍ତୁ
- ନିଜକୁ ପଞ୍ଜୀକୃତ କରନ୍ତୁ ଏବଂ ଲଗ୍ ଇନ୍ କରନ୍ତୁ
- ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଶୁଳ୍କ ଦିଅନ୍ତୁ
- Submit ବଟମ୍ ଉପରେ କ୍ଲିକ୍ କରନ୍ତୁ ଏବଂ ପେଜ୍ ଡାଉନଲୋଡ୍ କରନ୍ତୁ
- ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ପ୍ରିଣ୍ଟ୍ କରି ରଖନ୍ତୁ