fbpx
BJD
BJD SKY
BJD SKY

ମନ୍ଦିର ପାଖରେ ମାଟି ଖୋଳୁ ଖୋଳୁ JCB ଛାଡ଼ି ପଳାଇଥିଲା ଡ୍ରାଇଭର; ଫେରିବା ପରେ କହିଲା ପୂରା କାହାଣୀ…

BJD

ଓଡ଼ିଶା ଭାସ୍କର:  ହରିୟାନାର ଚରଖୀ ଦାଦରି ଜିଲ୍ଲାର କରି ଧରଣୀ ଗ୍ରାମରେ ଅଲୋକିକ ଘଟଣା। ବାବା ଯୋଦନାଥ ମନ୍ଦିର ପରିସରରେ ବର୍ଷା ଜଳ ସଂରକ୍ଷଣ ପାଇଁ ପୋଖରୀ ଖୋଳିବା କାମ ଚାଲିଥିଲା। ଗାଁ ଲୋକେ ଜେସିବି ସହ ମିଶି ଖନନ କରୁଥିଲେ। ପ୍ରାୟ ୧୦ରୁ ୧୫ ଫୁଟ୍ ଖୋଳିବା ପରେ ଏମିତି କିଛି ଦେଖାଗଲା ଯେ ଜେସିବି ମେସିନ୍ ର ଡ୍ରାଇଭର ଭୟରେ ଥରିବାକୁ ଲାଗିଲେ। ଖାଲି ସେତିକି ନୁହେଁ ଜେସିବି ମେସିନର ଶବ୍ଦ ମଧ୍ୟ ବଦଳିଯାଇଥିଲା । ଡ୍ରାଇଭର ମେସିନ ଛାଡି ଫେରାର ହୋଇଯାଇଥିଲା । ସେ ତରବରିଆ ଭାବେ ଗାଁ ସରପଞ୍ଚଙ୍କୁ ଖବର ଦେଇଥିଲେ। ଏହାପରେ ସରପଞ୍ଚ ନିକଟସ୍ଥ ପୋଲିସ ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରତ୍ନତତ୍ତ୍ୱ ବିଭାଗର ଟିମ୍ ମଧ୍ୟ ଗାଁ ପରିଦର୍ଶନ କରିଥିଲେ।

ଖନନ ସମୟରେ ଲୁହା କୁହାଡ଼ ବ୍ୟତୀତ ତୀକ୍ଷ୍ଣ ଉପକରଣ, ଲୁହା ତ୍ରିଶୁ, ଦୀପ, ଗୋଲାକାର, ଆୟତାକାର ଏବଂ ପଥରଖଣ୍ଡ ମିଳିଥିଲା। ଯୋରନାଥ ମନ୍ଦିର ପରିସରରେ ପୋଖରୀ ଖୋଳିବା ସମୟରେ ଅନେକ ପ୍ରାଚୀନ ଲୁହା ଓ ପଥର ଜିନିଷ ଦେଖି ଗ୍ରାମବାସୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜେସିବି ଅପରେଟର ଭିକି ଘଟଣା ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି, ମୁଁ ଖନନ କରୁଥିଲି। ୧୫ ଫୁଟ୍ ତଳେ ଗୋଟିଏ ଖଣ୍ଡା, ମା’ଙ୍କ ବ୍ରେସଲେଟ୍, ଦୁଇଟି ପଥର ମୂର୍ତ୍ତି ଓ ଏକ କୁହାଡ଼ି ଦେଖିବାକୁ ମିଳିଥିଲା। ମୁଁ ମେସିନ୍ ବନ୍ଦ କରିଦେଲି। ମୁଁ ସରପଞ୍ଚଙ୍କୁ ଫୋନ୍ କଲି। ମୁଁ ବହୁତ ଭୟଭୀତ ଥିଲି।

 

Get real time updates directly on you device, subscribe now.