fbpx
BSKY SKY
BSKY SKY

(Video) କଟା ଧାନରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ!, ଚାଷ ଜମି ଦେଖି ମୁଣ୍ଡ ବାଡ଼େଇ କାନ୍ଦୁଛି ଚାଷୀ

BSKY

କୋରେଇ: (ଓଡ଼ିଶା ଭାସ୍କର) ନା କେବେ ଭାବି ଥିଲେ ନା କେବେ ଏମିତି ଦେଖିଥିଲେ । କ’ଣ କରିବେ କେଉଁ ଆଡେ ଯିବେ କେମିତି ଚଳିବେ । କିଛି ଭାବି ପାରୁ ନାହାନ୍ତି ଏବେ, ନିଆଁ ସବୁ କିଛି ସାରିଦେଇଛି । କେତେ କଷ୍ଟ କେତେ ଦୁଃଖ ସହି କ୍ଷେତରେ ସୁନା ସଫଲ ଅମଳ କରିଥିଲେ । ଅମଳ କରି ଘରକୁ ନେବା ପୂର୍ବରୁ ଘଟିଗଲା ଅଘଟଣ । ଖୁସିରେ ଲାଗିଗଲା ନଜର ।

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମଣିପୁର ଠାରୁ ସିଙ୍ଗଡ଼ା ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କାର ଧାନ କ୍ଷେତ ଜଳି ପୋଡି ପାଉଁଶ ହୋଇଯାଇଛି, ପ୍ରାୟ ତିନୋଟି ଅଞ୍ଚଳର ୧୦ ଏକରୁ ରୁ ଉର୍ଦ୍ଧ ଜମି ପୋଡି ଯାଇଥିବା ସୂଚନା ମିଳିଛି. ସେଥି ମଧ୍ୟରୁ ଯାହା ଖବର ମିଳିଛି ସୋତି ଗ୍ରାମର ଗଣେଶ ଦଳାଇଙ୍କ ଜମିକୁ ସୁଦର୍ଶନ ମଲିକ ଚାଷ କରିଥିବା ବେଳେ ଏହି ଅଗ୍ନିକାଣ୍ଡରେ ତାଙ୍କର ବି ଗୋଟିଏ ଏକର ରୁ ଉର୍ଦ୍ଧ ଜମି ପୋଡି ପାଉଁଶ ହୋଇଯାଇଛି। କିଛି ଦୁର୍ବୃତ୍ତ ଏହି ଅଗ୍ନିକାଣ୍ଡ ଘଟାଇଥିବା ସାଧାରଲୋକଙ୍କ ପାଖରୁ ସୂଚନା ମିଳିଛି ।

ଏବେ ଚିନ୍ତାରେ ଚାଷୀକୂଳ, ଚାଷ ଜମିକୁ ଦେଖି କାନ୍ଦୁଛି ଚାଷୀ, କିପରି ପରିବାର ପୋଷିବେ ଅଛନ୍ତି ଚାନ୍ତାରେ । ଘଟାଣାସ୍ଥଳରେ ଯାଜପୁର ରୋଡ ଅଗ୍ନିଶମ ବିଭାଗ ଓ ସ୍ୱେଚ୍ଛାସେବୀ ଗ୍ରାମବାସୀ ପହଞ୍ଚି ନିଆଁଙ୍କୁ ଆୟତ କରିଥିବା ଜଣାପଡିଛି । କ୍ଷତି ସହିଥିବା ଚାଷୀଙ୍କୁ ଆର୍ଥିକ ସହାୟତା ସରକାର ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

Get real time updates directly on you device, subscribe now.