fbpx

ସାନ୍ତାଙ୍କୁ ଭାବପୂର୍ଣ୍ଣ ଚିଠି ଲେଖିଲେ କୁନି ଝିଅ, ଜାଣନ୍ତୁ ଚିଠିରେ କ’ଣ ଲେଖା ହୋଇଛି…

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ କ୍ରିସମାସ୍ ପର୍ବ । ଏହି ପର୍ବ ଆସିଲେ ବିଶେଷ କରି ଛୋଟ ପିଲାମାନେ ବେଶି ଉତ୍ସାହିତ ଓ ଖୁସି ହୋଇଥାନ୍ତି । କ୍ରିସମାସରେ ସାନ୍ତା ଆସି ସେମାନଙ୍କୁ ଉପହାର ଦେବ ବୋଲି ଚାହିଁ ବସିଥାନ୍ତି । ଏଥିମଧ୍ୟରେ ୧୦ ବର୍ଷୀୟ ଏକ ଛୋଟ ଝିଅର ଚିଠି ଭାଇରାଲ ହେଉଛି ଯାହା ସେ ସାନ୍ତାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ତେବେ ଏହି ଚିଠିରେ ଏମିତି କ’ଣ ଲେଖା ହୋଇଛି ଯେ ଲୋକମାନେ ପଢ଼ିବା ପରେ ଭାବୁକ ହୋଇଯାଉଛନ୍ତି ।

୧୦ ବର୍ଷୀୟ ସେହି କୁନି ଝିଅଟି ସାନ୍ତା ପାଖକୁ ଚିଠିରେ ଲେଖିଛି, ‘ହାଏ ସାନ୍ତା, ମା କହିଛି ଯେ ତୁମେ ଏଥର ଅସୁସ୍ଥ ଅଛ । ମୁଁ ଆଶା କରୁଛି ତୁମେ ଶୀଘ୍ର ଠିକ୍ ହୋଇଯିବ । ଏହା ଦ୍ୱାରା ମୋ ଭାଇ ଖୁସି ହେବ । ଲଭ୍ ଲିଲି । ଆମେ ସମସ୍ତେ ଭଲ ଅଛୁ ।’ କହିରଖୁଛୁ ଏହି ଝିଅର ପରିବାର ଅତ୍ୟନ୍ତ ଗରିବ । ତେଣୁ କ୍ରିସମାସ୍ ଉପଲକ୍ଷେ ଝିଅର ମା’ କୌଣସି ଉପହାର କିଣି ପାରିନଥିଲେ । କୁନି ଝିଅକୁ ବୁଝାଇବା ପାଇଁ ସାନ୍ତାର ସ୍ୱାସ୍ଥ୍ୟ ଭଲ ନାହିଁ ତେଣୁ ସେ ଆସିପାରିବ ନାହିଁ ବୋଲି କହିଥିଲେ । କ୍ରିସମାସ୍ ସମୟରେ ପିଲାମାନେ ସାନ୍ତାର ଉପହାରର ଅପେକ୍ଷା ନ କରନ୍ତୁ ବୋଲି ସେ ଏପରି କହିଥିଲେ ।
ଲଣ୍ଡନ ସ୍ଥିତ କେସିଙ୍ଗଟନରେ ‘ଡିୟର ସାନ୍ତା’ ନାମକ ଏକ ସଂଗଠନ ‘ଦି ବିଗ୍ ହେଲ୍ପ ପ୍ରୋଜେକ୍ଟ’ ନାମକ ଏକ Charity ଅଭିଯାନ ଚଳାଉଛି । ଏହି ସଂଗଠନର ମୁ୍ଖ୍ୟ ଉଦ୍ଦେଶ୍ୟ ହେଲା ପାର୍ବଣ ଋତୁରେ ଗରିବ ପରିବାରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା । ‘ଦି ବିଗ୍ ହେଲ୍ପ ପ୍ରୋଜେକ୍ଟ’ କୁନି ଝିଅଟିର ସେହି ଚିଠି ଫେସବୁକରେ ଶେୟାର କରିଛନ୍ତି ।

 

 

Get real time updates directly on you device, subscribe now.