fbpx

ଅଜବ ପରମ୍ପରା: ଭଗବାନଙ୍କୁ ଫୁଲମାଳ ବଦଳରେ, ଏଠି ଜୋତମାଳ ଦିଆଯାଏ

ଓଡିଶା ଭାସ୍କର: ଆମ ଦେଶରେ ଅନେକ ପରମ୍ପରା ରହି ଆସିଛି। କେଉଁଠି ଭଗବାନଙ୍କୁ ଫଳମୂଳ ଅର୍ପଣ କରାଯାଏ ତ ପୁଣି ଆଉ କେଉଁଠି ଭଗବାନଙ୍କୁ ଆମିଷ ଭୋଗ କରାଯାଏ। ସେହିପରି କେଉଁଠି ଫୁଲମାଳ ଅର୍ପଣ କରାଯାଏ ତ ପୁଣି ଆଉ କେଉଁଠି ସିନ୍ଦୁର ଅର୍ପଣ କରାଯାଏ। ହେଲେ ଆପଣ କେବେ ଶୁଣିଛନ୍ତି କି ଭଗବାନଙ୍କୁ ଚପଲ ମାଳ କରାଯାଏ? ଏଥିରେ ଆଶ୍ଚର୍ୟ୍ୟ ହେବାରେ କିଛି ନାହିଁ। ଆମ ଦେଶରେ ଏଭଳି ଏକ ମନ୍ଦିର ଅଛି ଯେଉଁଠାରେ ଶ୍ରଦ୍ଧାଳୁ ଭଗବାନଙ୍କୁ ଜୋତମାଳ ଦେଇଥାନ୍ତି।

ସୂଚନା ଅନୁଯାୟୀ, କର୍ଣ୍ଣାଟକ ଗୁଲବର୍ଗ ଜିଲ୍ଲାର ଆଳନ୍ଦ ତହସିଲ୍‌ର ଗୋଲା ଗାଁରେ ରହିଛି ଲକମ୍ମା ଦେବୀଙ୍କ ମନ୍ଦିର। ଏଠାରେ ଶ୍ରଦ୍ଧାଳୁ ମାନସିକ ପୂରଣ ପାଇଁ ଚପଲ ମାଳ ଅର୍ପଣ କରିଥାନ୍ତି। ଦୀପାବଳୀ ପରେ ପଡୁଥିବା ଶୁକ୍ଳ ପଞ୍ଚମୀରେ ଏଠାରେ ଏକ ମେଳା ବଡ଼ ଧୁମଧାମରେ ଆୟୋଜନ କରାଯାଇଥାଏ। ଏହି ମେଳାରେ ଦେଶ ଓ ବିଦେଶରୁ ଶ୍ରଦ୍ଧାଳୁ ମାନେ ଯୋଗ ଦିଅନ୍ତି। ଅତି ପ୍ରାଚୀନ କାଳରୁ ଏଠାରେ ଏହି ପରମ୍ପରା ପ୍ରଚଳିତ ହେଉଥିବା ଲୋକେ କୁହନ୍ତି। ଆଉ ବଡ଼ କଥା ହେଉଛି, ଉଭୟ ହିନ୍ଦୁ ମୁସଲମାନ୍‌ ସମ୍ପ୍ରଦାୟ ଦେବୀ ମାତାଙ୍କୁ ପୂଜା କରିଥାନ୍ତି। ତେବେ ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି ଯେ, ଅର୍ପଣ କରାଯାଇଥିବା ଚପଲ ସ୍ୱୟଂ ଲକମ୍ମା ଦେବୀ ରାତିରେ ପିନ୍ଧି ବୁଲିବା ସହିତ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ କରିଥାନ୍ତି। ଏହି ପରମ୍ପରା ଆଜି ଯାଏଁ ବି ପ୍ରଚଳିତ ହୋଇ ଆସୁଛି।

Get real time updates directly on you device, subscribe now.