fbpx

ଆଖି ବୁଜିଲେ ହାସ୍ୟ ଅଭିନେତା ନୀଳ ନନ୍ଦ; ନିକଟରେ ପାଳିଥିଲେ ୩୨ ତମ ଜନ୍ମଦିନ

ନୂଆଦିଲ୍ଲୀ: ଆଖି ବୁଜିଲେ ହାସ୍ୟ ଅଭିନେତା ନୀଳ ନନ୍ଦ, ନିକଟରେ ପାଳିଥିଲେ ୩୨ ତମ ଜନ୍ମଦିନ। ପରଲୋକ ଘଟିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତାଙ୍କ ମ୍ୟାନେଜର ଗ୍ରେଗ୍ ୱେସ୍। ପରିବାର ଲୋକ ଓ ପ୍ରେମିକାଙ୍କ ଅନୁରୋଧକ୍ରମେ ନୀଳ ନନ୍ଦଙ୍କ ମୃତ୍ୟୁର ତାରିଖ ଓ କାରଣ ଜଣାପଡ଼ିନାହିଁ । ନୀଲ କେବଳ ଜଣେ ଭଲ ହାସ୍ୟ ଅଭିନେତା ନୁହଁନ୍ତି ବରଂ ଜଣେ ଭଲ ବନ୍ଧୁ ଏବଂ ଜଣେ ଭଲ ମଣିଷ ଥିବା ତାଙ୍କ ମ୍ୟାନେଜର ଗଣମାଧ୍ୟମକୁ କହିଛନ୍ତି।

ନୀଳଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଯେତେବେଳେ ସେ ଟୋରଣ୍ଟୋର ଏକ କମେଡି କ୍ଲବର ନେତୃତ୍ୱ ନେଇଥିଲେ। ନିକଟରେ ସେଠାରେ ସେ ଜନ୍ମଦିନ ପାଳନ କରିଥିଲେ । ଇନଷ୍ଟାଗ୍ରାମରେ ସେ ଟରୋଣ୍ଟୋର ଜୋକର୍ସ ଥିଏଟର ଏବଂ କମେଡି କ୍ଲବରେ ତାଙ୍କର “ବାର୍ଥଡେ ୱିକ୍ଏଣ୍ଡ୍” ଶୋ’ର ପ୍ରମୋସନ ମଧ୍ୟ କରିଥିଲେ । ଜୋକର୍ସ ଥିଏଟର ଆଣ୍ଡ କମେଡି କ୍ଲବ “ଏକ ଚମତ୍କାର ମଜାଳିଆ ଅଭିନେତାଙ୍କୁ ହରାଇ” ଶୋକ ପ୍ରକାଶ କରିଛି ।

ହାସ୍ୟ ଅଭିନେତା ଜନ୍ ରୟ ଏକ୍ସରେ ଲେଖିଛନ୍ତି, “ସାନ୍ତା ମୋନିକାରେ ଏକ ପୁରା କମେଡି ଦୃଶ୍ୟ ନିର୍ମାଣ କରିଥିବା RIP ନୀଲ ନନ୍ଦ, ଜଣେ ମହାନ ହାସ୍ୟ ଅଭିନେତା ଯିଏ କି ପ୍ରାୟ ଏକା ସମସ୍ତଙ୍କୁ ସ୍ୱାଗତ କରୁଥିଲେ। ହାସ୍ୟ ଅଭିନେତା ଜନ୍ ରୟ ଆହୁରି ଲେଖିଥିଲେ, “ତାଙ୍କୁ ଟିକିଏ ଜାଣିବା ଏବଂ ତାଙ୍କୁ ଅଭିନୟ କରୁଥିବା ଦେଖିବାର ଆନନ୍ଦ ମୁଁ ପାଇଥିଲି ।

 

Get real time updates directly on you device, subscribe now.