fbpx

RBIର ଆଲର୍ଟ! ଟ୍ରେଣ୍ଡିଂ ର ସଉକ ଥିଲେ ଓ ଏହି ଆପ୍ ଡାଉନଲୋଡ କରିଥିଲେ, ତୁରନ୍ତ ଡିଲିଟ୍ କରନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେଣ୍ଡିଂ କରିବାକୁ ଭଲ ପାଆନ୍ତି ତେବେ ଆପଣଙ୍କୁ ଟିକେ ସତର୍କ ହେବା ଆବଶ୍ୟକ । ନିକଟରେ ଆରବିଆଇ ଏକ ଚେତାବନୀ ଜାରି କରିଛି, ଯାହା ଅନୁଯାୟୀ କିଛି ଆପ୍ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁଯାୟୀ, ଏପରି ଅନେକ ଆପ୍ ଅଛି ଯାହା ଫରେକ୍ସ ଦ୍ୱାରା ଅନୁମୋଦିତ ନୁହେଁ । ଏଭଳି ଆପ୍ ବ୍ୟବହାର ନକରିବାକୁ ଆରବିଆଇ କହିଛି । ଅଲିମ୍ପ ଟ୍ରେଡ୍ ନାମକ ଆପ୍ ସମ୍ବନ୍ଧରେ ଆରବିଆଇ ଏକ ସତର୍କ ସୂଚନା ଜାରି କରିଛି ।

ଅନଧିକୃତ ବାଣିଜ୍ୟ ଆପ୍ ହେଉଛି ସେହି ଆପ୍ ଯାହା କୌଣସି ଫାଇନେଂସିଆଲ ରେଗୁଲେଟର ଦ୍ୱାରା ଅନୁମୋଦିତ ନୁହେଁ । ଏହି ଆପଗୁଡ଼ିକ ପ୍ରାୟତଃ ସ୍କାମ କିମ୍ବା ଠକେଇ ପାଇଁ ବ୍ୟବହୃତ ହୁଏ । ମୋଟ ଉପରେ କହିବାକୁ ଗଲେ, ଯଦି ଆପଣ ସେୟାର ବଜାରରେ ଟଙ୍କା ନିବେଶ କରନ୍ତି, ତେବେ ଦୟାକରି ଯାଞ୍ଚ କରନ୍ତୁ ଯେଉଁ ଆପ୍ ମାଧ୍ୟମରେ ଆପଣ ନିବେଶ କରିଛନ୍ତି ତାହା ବ୍ୟବହାର କରିବା ସୁରକ୍ଷିତ କି ନୁହେଁ । ଏହା ପରେ ମଧ୍ୟ ଯଦି ଆପଣ ଏପରି କୌଣସି ଆପ୍ ବ୍ୟବହାର କରନ୍ତି, ତେବେ ଆରବିଆଇ ଏଥିପାଇଁ ଦାୟି ରହିବ ନାହିଁ ।

ଅଥୋରାଇଜଡ ଟ୍ରେଣ୍ଡିଂ ଆପ୍ସର ବିପଦ :-

ଠକେଇ: କିଛି ଟ୍ରେଣ୍ଡିଂ ଆପ୍ ଠକେଇ ପାଇଁ ବ୍ୟବହୃତ ହୋଇପାରେ । ଯେପରି ଆପଣ ଜାଲିଆତି ପ୍ରକାର ଆପ୍ ମାଧ୍ୟମରେ ଆପଣଙ୍କର ଟଙ୍କା ହରାଇ ପାରନ୍ତି କିମ୍ବା ଆପଣଙ୍କୁ ଭୁଲ ସୂଚନା ଦିଆଯାଇପାରେ ।

ସେଫ୍ଟି ବଗ୍: କିଛି ଟ୍ରେଣ୍ଡିଂ ଆପରେ ସେଫ୍ଟି ବଗ୍ ଥାଏ, ଯାହା ହ୍ୟାକରମାନଙ୍କ ପାଇଁ ଆପଣଙ୍କ ଆକାଉଣ୍ଟକୁ ପ୍ରବେଶ କରିବା ସହଜ କରିଥାଏ ।

ଅସମ୍ପୂର୍ଣ୍ଣ ସୂଚନା: ଅନଅଥୋରାଇଜଡ ଆପର ବ୍ୟବହାର ସେହି ଲୋକମାନେ କରିଥାନ୍ତି, ଯେଉଁମାନଙ୍କ ପାଖରେ ଆର୍ôଥକ ବଜାର ବିଷୟରେ ପର୍ଯ୍ୟାପ୍ତ ଜ୍ଞାନ ନଥାଏ । ଏହା କ୍ଷତି ଘଟାଇପାରେ ।

Get real time updates directly on you device, subscribe now.