fbpx

ସାବଧାନ ସୋସିଆଲ ମିଡିଆ! Facebook, Instagramକୁ ସରକାରଙ୍କ ଚେତାବନୀ, ନିଆଯିବ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ସୋସିଆଲ ମିଡିଆକୁ ନେଇ ଆହୁରି କଠୋର ହୋଇଛନ୍ତି । ଫେସବୁକ, ଇନଷ୍ୟାଗ୍ରାମ ତଥା ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସାବଧାନ କରାଇଛନ୍ତି ସରକାର । କାର୍ଯ୍ୟକଳାପରେ ସୁଧାର ନ ଆଣିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହେଉଥିବା ସମ୍ବେଦନଶୀଳ କାର୍ଯ୍ୟକଳାପକୁ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ବିଶେଷ କରି ଡିପ୍ ଫେକ୍ ଉପରେ ଯଥେଷ୍ଟ ଧ୍ୟନ ଦେବାକୁ ସରକାର ଚେତାବନୀ ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟ୍ୱିଟର(X) ଇତ୍ୟାଦି ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ଚେତାବନୀ ଜାରି କରିଛନ୍ତି ସରକାର । ଏହି ଆଡଭାଇଜରୀରେ ସରକାର କହିଛନ୍ତି ଯେ, ବତ୍ତମାନର ଆଇଟି ନିୟମ ଅନୁସାରେ ସେମାନଙ୍କୁ ଡିପ୍ ଫେକ୍ ଭିଡିଓ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ଉଚିତ୍ । ତେବେ ଯଦି ପ୍ଲାଟଫର୍ମଗୁଡ଼ିକ ଉଚିତ୍ ସମୟରେ ଏହି ଫେକ୍ ଭିଡିଓକୁ ଡିଲିଟ ନ କରନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇଟି ନିୟମର ୩(୧)(b) ରେ, କୌଣସି ବ୍ୟକ୍ତିଙ୍କ ଅଧିକାର ଉପରେ ପ୍ରଭାବ ପକାଉଥିବା ସମସ୍ତ କଣ୍ଟେଣ୍ଟକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ପ୍ରାଇଭେଟ, ଅଶ୍ଳୀଳ କିମ୍ବା ପର୍ଣ୍ଣ କଣ୍ଟେଣ୍ଟ ରୋକିବା ପାଇଁ ମଧ୍ୟ କୁହାଯାଇଛି । ଏହାବ୍ୟତୀତ ୟୁଜରମାନଙ୍କୁ ଭ୍ରମିତ କରୁଥିବା କିମ୍ବା କୌଣସି ବ୍ୟକ୍ତିଙ୍କ ପରିଚୟ ବ୍ୟବହାର କରି ମିଛ ଖବର ପ୍ରଚାର କରୁଥିବା କଣ୍ଟେଣ୍ଟଗୁଡ଼ିକୁ ମଧ୍ୟ ଏହି ନିୟମ ଅନୁସାରେ ରୋକାଯାଇ ପାରିବ ।

କିଛି ଦିନ ପୂର୍ବରୁ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ରଶ୍ମିକା ମନ୍ଧାନାଙ୍କ ଡିପ୍ ଫେକ୍ ଭିଡିଓକୁ ନେଇ ଚିନ୍ତା ଜାହର କରିଥିଲେ । ତେବେ ଏହି ସମୟରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏଭଳି ଭିଡିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ପ୍ଲାଟଫର୍ମରୁ ଏସବୁକୁ ହଟାଇବା ଉଚିତ । ଡିପ୍ ଫେକ୍ ଭିଡିଓ ଭାଇରାଲ ହେବା ସହ ବ୍ଲାକମେଲିଙ୍ଗ ଏବଂ ଠକାମୀ ମାମଲା ମଧ୍ୟ ବୃଦ୍ଧି ପାଇବାରୁ ଏହା ଚର୍ଚ୍ଚାକୁ ଆସିଥିଲା ।

Get real time updates directly on you device, subscribe now.