fbpx
BSKY
BJD SHG SKY
BJD MC SKY

ଖୋଲା ସ୍ଥାନରେ ମଦ ପିଉଥିବା ମଦୁଆଙ୍କୁ ଧରାଇବା ପାଇଁ ଜାରି ହେଲା ନମ୍ବର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ଅଞ୍ଚଳରେ କଲୋନି, ଆବାସିକ ଅଞ୍ଚଳ, ମାର୍କେଟ୍ ଅଞ୍ଚଳରେ ଖୋଲା ଖୋଲି ମଦ୍ୟପାନ ଉପରେ ଟିମ୍ 60 ଓ ସିଟିଏସ୍ ଫୋର୍ସ ର ଅଧିକାରୀମାନେ ବ୍ୟାପକ ଚଢାଉ ଜାରିରଖିଛନ୍ତି। ରାତି ୯ଟା ସୁଦ୍ଧା କ୍ୟାପିଟାଲ ଥାନାକୁ ୮ ଜଣ ଖିଲାପକାରୀଙ୍କୁ, ଖଣ୍ଡଗିରି ଥାନାକୁ ୧୪ ଜଣ ଖିଲାପକାରୀଙ୍କୁ, କେଭିନଗର ଥାନାକୁ ୧୦ ଜଣ ଖିଲାପକାରୀଙ୍କୁ ଏବଂ ନୟାପାଲି ଥାନାକୁ ୬ ଜଣ ଖିଲାପକାରୀଙ୍କୁ ଉଠାଇ ନେଇଛି ପୋଲିସ।

ସମୁଦାୟ ୩୮ ଜଣ ଖିଲାପକାରୀଙ୍କୁ ଉଠାଇ ନିଆଯାଇଛି। ରାଜଧାନୀରେ ଖୋଲାରେ ମଦ ପିଉଥିବା ମଦୁଆଙ୍କୁ ଧରାଇବା ପାଇଁ ଜାରି ହେଲା ନମ୍ବର। ଭୁବନେଶ୍ୱର ସହରର କଲୋନୀ ଆବାସିକ ଅଞ୍ଚଳରେ ଖୋଲା ସ୍ଥାନରେ ମଦ୍ୟପାନ କରୁଥିଲେ ଏହି ହ୍ଵାଟ୍ସଆପ୍ ନମ୍ବରରେ ସେୟାର କରନ୍ତୁ- 7077798111

 

Get real time updates directly on you device, subscribe now.