fbpx
BSKY SKY
BSKY SKY

ଦ୍ରୁତ ଗତିରେ ବ୍ୟାପୁଛି Zombie Deer ଭାଇରସ, ବୈଜ୍ଞାନିକମାନେ ଦେଲେ ଚେତାବନୀ

BSKY

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ୟେଲୋ ଷ୍ଟେସନ ଜାତୀୟ ଉଦ୍ୟାନରେ ଜମ୍ବି ଡିୟର ରୋଗ ଦେଖାଯିବା ପରେ ଚିନ୍ତା ବଢିଛି ଏବଂ ବର୍ତ୍ତମାନ ବୈଜ୍ଞାନିକମାନେ ମଧ୍ୟ ଏକ ସତର୍କ ସୂଚନା ଜାରି କରିଛନ୍ତି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ଏହି ଜମ୍ବି ଡିୟର ଭୂତାଣୁ ବିପଦଜନକ ଏବଂ ଏହା ମନୁଷ୍ୟକୁ ବ୍ୟାପିବାର ସମ୍ଭାବନା ଅଛି। ବୈଜ୍ଞାନିକମାନେ କହିଛନ୍ତି ଯେ, ଆମେରିକାର ୱ୍ୟୋମିଙ୍ଗ, ମୋଣ୍ଟାନା ଏବଂ ଆଇଡାହୋର କିଛି ଅଞ୍ଚଳରେ ଏହି ଜୀବାଣୁର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ହରିଣ, ଏଲ୍କ ହରିଣ, ସିକା ହରିଣ ଏବଂ ମୂଷାକୁ ପ୍ରଭାବିତ କରେ।

ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ଆମେରିକାରେ ମାମଲା ବଢିବା ସହିତ ‘ଜମ୍ବି ଡିୟର ରୋଗ’ ମଣିଷମାନଙ୍କ ନିକଟରେ ବ୍ୟାପିପାରେ। ଗତ ବର୍ଷ ଆମେରିକାରେ ଶହ ଶହ ପ୍ରାଣୀ ଏହି ରୋଗରେ ସଂକ୍ରମିତ ହେବା ପରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ଆଗକୁ ଏହା ମାନବଙ୍କୁ ବ୍ୟାପିପାରେ। ବୈଜ୍ଞାନିକମାନେ କହିଛନ୍ତି ଏହା ଏକ ଧୀର ଗତିଶୀଳ ବିପର୍ଯ୍ୟୟ ଏବଂ ସରକାର ପ୍ରସ୍ତୁତ ହେବା ଉଚିତ୍; ଏହି ରୋଗ ମଣିଷ ପାଖରେ ପହଞ୍ଚିପାରେ। ଏହି ଜୀବାଣୁ ମଣିଷ ଉପରେ ପ୍ରଭାବ ପକାଇପାରେ।

୧୯୯୬ ରେ ଏହା ପ୍ରଥମେ କାନାଡାରେ ଦେଖାଯାଇଥିଲା। ସେହି ସମୟରେ ଏହି ଜୀବାଣୁ ଏକ ଫାର୍ମରେ ବ୍ୟାପିଥିଲା ଏବଂ ଏହା ପରେ ଜୀବାଣୁ ଅନ୍ୟ ପ୍ରାଣୀମାନଙ୍କ ନିକଟରେ ବ୍ୟାପି ଥିଲା। ପରେ, ଯେତେବେଳେ ସମସ୍ତ ପ୍ରାଣୀ ମରିଗଲେ, ଏହି ସଂକ୍ରମଣ ବନ୍ଦ ହୋଇଥିଲା। ଆଲବର୍ଟା ବିଶ୍ୱବିଦ୍ୟାଳୟର ବନ୍ୟଜନ୍ତୁ ରୋଗ ବିଶେଷଜ୍ଞ ମାର୍ଗୋ ପିବସ୍ କହିଛନ୍ତି ଯେ ଏହି ମହାମାରୀ ହରିଣମାନଙ୍କ ମଧ୍ୟରେ ଶୀଘ୍ର ବ୍ୟାପିଛି।

Get real time updates directly on you device, subscribe now.