fbpx

ଗ୍ରାହକଙ୍କ ପାଇଁ ଖୁସି ଖବର: ଖୁବଶୀଘ୍ର କମିବାକୁ ଯାଉଛି ସୁନା ଦର, ଭାରତ ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୨୭ ଡିସେମ୍ବରରେ ସାରା ଦେଶରେ ସୁନା ପୁଣି ମହଙ୍ଗା ହୋଇଛି। ଏଥି ସହିତ ରୂପା ମୂଲ୍ୟ ହ୍ରାସ ପାଇଛି। ଏପରି ପରିସ୍ଥିତିରେ, ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ପହଞ୍ଚିଛି। କାରଣ ଖୁବଶୀଘ୍ର ଦେଶରେ ସୁନା ଅଳଙ୍କାରର ମୂଲ୍ୟ ହ୍ରାସ ହେବାକୁ ଯାଉଛି। ଏ ନେଇ ଭାରତ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ବିପୁଳ ପରିମାଣର ସୁନା ଆମଦାନୀ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅନୁଯାୟୀ, ସୁନା ୟୁଏଇରୁ ରିହାତି ମୂଲ୍ୟରେ ଆମଦାନୀ ହେବ। ଅଧିକାଂଶ ସୁନା ଦେଶକୁ ଆମଦାନୀ ହୋଇଥାଏ। ଏହା ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ରୁ ସୁନା ଆମଦାନୀ କରିବାକୁ ଅନୁମତି ପ୍ରାପ୍ତ ଜୁଏଲର୍ସ ବ୍ୟାଙ୍କଗୁଡ଼ିକୁ ସରକାର ଅନୁମତି ଦେଇଛନ୍ତି।

୨୦୨୩-୨୪ ବର୍ଷରେ ଭାରତରେ ୧୪୦ ଟନ ସୁନା ଆମଦାନୀ ପାଇଁ ଏକ ପ୍ରତିଶତ ଡ୍ୟୁଟି ସୁବିଧା ଦେବାକୁ ନିଷ୍ପତ୍ତି ନିଆଯାଇଛି। ରାଜସ୍ୱ ବିଭାଗ ନିକଟରେ ଏକ ବିଜ୍ଞପ୍ତି ଜାରି କରି କହିଛି ଶୁଳ୍କ ହାର କୋଟାର ଲାଭ ପାଇବାକୁ ଯୋଗ୍ୟତା ମାନଦଣ୍ଡ ଦିଆଯାଇଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ ଯୋଗ୍ୟ ଅଳଙ୍କାରଗୁଡ଼ିକୁ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ବୁଲିଅନ ଏକ୍ସଚେଞ୍ଜ ମାଧ୍ୟମରେ ସୂଚନା ଦେଇଛି। ଅନ୍ୟପଟେ ବାଣିଜ୍ୟ ବିଶେଷଜ୍ଞମାନେ କହିଛନ୍ତି ବର୍ତ୍ତମାନ ଭାରତୀୟ ଆମଦାନୀକାରୀମାନେ ୟୁଏଇରୁ ୧୫ ପ୍ରତିଶତ ବଦଳରେ ୧୪ ପ୍ରତିଶତ ଟିକସ ଦେଇ ସୁନା ଆମଦାନୀ କରିପାରିବେ। ସେହିପରି ଏହି ସମ୍ପର୍କରେ ଫେଡେରେଶନ ଅଫ ଇଣ୍ଡିଆନ ରପ୍ତାନି ସଂଗଠନର ମହାନିର୍ଦ୍ଦେଶକ ଅଜୟ ସାହା କହିଛନ୍ତି ସରକାର ଦେଇଥିବା ଆମଦାନୀ ଟ୍ୟାକ୍ସରେ ୧ ପ୍ରତିଶତ ରିହାତି ସୁନା ଅଳଙ୍କାରର ମୂଲ୍ୟ ହ୍ରାସ କରିବ। ରତ୍ନ ଅଳଙ୍କାର ରପ୍ତାନି ପ୍ରୋତ୍ସାହନ ପରିଷଦର ଉତ୍ତର ଅଞ୍ଚଳର ଅଧ୍ୟକ୍ଷ ଅଶୋକ ସେଠ କହିଛନ୍ତି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅନୁଯାୟୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନା ଥାଉକି, ଆଜି ଦେଶରେ ୨୪ କ୍ୟାରେଟ୍ ସୁନା ହାର ୧୩୦ ଟଙ୍କା ଅର୍ଥାତ୍ ୦.୨୧% ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୬୩,୧୯୦ ଟଙ୍କା ହୋଇଛି। ଯେତେବେଳେ କି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୫୭,୮୮୦ ଟଙ୍କା ହୋଇଛି। ଗତକାଲି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୩,୦୬୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭,୭୬୦ ଟଙ୍କା ଥିଲା।

 

Get real time updates directly on you device, subscribe now.