fbpx
BSKY SKY
BSKY SKY

ଘରେ ବୃଦ୍ଧ ପିତାମାତାଙ୍କ ଗଣ୍ଠି ଯନ୍ତ୍ରଣାକୁ ନେଇ ଚିନ୍ତିତ ଅଛନ୍ତି କି? ଏହି ଉପାୟରେ ଉପଶମ କରାନ୍ତୁ

BSKY

ଓଡିଶା ଭାସ୍କର; ନିଜ ବାପାମାଆଙ୍କୁ ହସ ଖୁସିରେ ରଖିବା ପାଇଁ ସବୁ ପିଲା ଚାହାନ୍ତି। ହେଲେ ବୃଦ୍ଧବସ୍ଥାରେ ଗଣ୍ଠି ସେମାନଙ୍କୁ ଯନ୍ତ୍ରଣା ଦେଇଥାଏ। ଆଉ ଏହି ଯନ୍ତ୍ରଣାରେ ଛଟପଟ ହୋଇ ଆପଣଙ୍କ ଆଗରେ ସବୁ ଦୁଃଖ ବଖାଣିଥାନ୍ତି। ଏହାପରେ ତାଙ୍କୁ ଉପଶମ ଦେବା ପାଇଁ ଆପଣ ନାନାଧି ପ୍ରକାରର ଚିକିତ୍ସା କରାଇଥାନ୍ତି। ଏହା ସହ ମେଡିକାଲ ନେଇ ବିଭିନ୍ନ ପ୍ରକାର ଔଷଧ ପତ୍ର ଖାଇବା ପାଇଁ ଦେଇଥାନ୍ତି। କିନ୍ତୁ ସେହି ଯନ୍ତ୍ରଣାରୁ କୌଣସି ଉପଶମ ମିଳିନଥାଏ। ତେବେ ଏହି ସମସ୍ୟା ବିଷୟରେ ଆପଣଙ୍କର କିଛି ଧାରଣା ଅଛି କି? କାହିଁକି ଏଭଳି ସମସ୍ୟା ଦେଖାଦିଏ ତାହା ଜାଣିଛନ୍ତି କି?

ତେବେ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଉଥିବା ଏହି ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି ଅଷ୍ଟିଓଆର୍ଥ୍ରାଇଟିସ୍‌। ଅଷ୍ଟିଓଆର୍ଥ୍ରାଇଟିସ୍‌ର ପ୍ରଭାବରେ ଶରୀରର ସମସ୍ତ ଗଣ୍ଠିସ୍ଥାନ ଗୁଡ଼ିକରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ନିକଟରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ଆମ ଦେଶରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୩୫,୩୮୫ ଜଣ ପୁରୁଷ ଏବଂ ୩୩,୯୭୯ ମହିଳା ଏହି ରୋଗରେ ପୀଡ଼ିତ। ସାଧାରଣତଃ ଅଷ୍ଟିଓଆର୍ଥ୍ରାଇଟିସ୍‌ ସମସ୍ୟା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କଠାରେ ଅଧିକ ଦେଖାଦେଇଥାଏ।

ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ଗଣ୍ଠିରେ ଭୀଷଣ ଯନ୍ତ୍ରଣା ଅନୁଭବ ହୋଇଥାଏ। ପ୍ରାଥମିକ ଅବସ୍ଥାରେ ଏହି ଯନ୍ତ୍ରଣା ଧୀରେ ଧୀରେ ଆରମ୍ଭ ହୋଇଥାଏ। ହେଲେ ଅବହେଳା କାରଣରୁ ପରବର୍ତ୍ତୀ ସମୟରେ ଗଣ୍ଠିସ୍ଥାନ ଗୁଡ଼ିକରେ ଯନ୍ତ୍ରଣା ଅସହ୍ୟ ହୋଇଥାଏ। ଏହା ସହିତ ଗଣ୍ଠିର ମାଂସପେଶୀ ଗୁଡ଼ିକ ଦୁର୍ବଳ ହୋଇ ଭୀଷଣ ଯନ୍ତ୍ରଣା ଦେଇଥାଏ। ଅଷ୍ଟିଓଆର୍ଥ୍ରାଇଟିସ୍‌ ରୋଗରେ ରାତିରେ ଅଧିକ ଯନ୍ତ୍ରଣା ହେବା ସହିତ ହଠାତ୍‌ ବସିଥିବା ସ୍ଥାନରୁ ଉଠିପଡ଼ିଲେ କିମ୍ବା ପାହାଚ ଚଢ଼ିବା ସମୟରେ ଯନ୍ତ୍ରଣା ଅଧିକ ହୋଇଥାଏ।

ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଚିକିତ୍ସା କେମିତି କରିବେ?

ଅଷ୍ଟିଓଆର୍ଥ୍ରାଇଟିସ୍‌ ଭଳି ଯନ୍ତ୍ରଣାଦାୟକ ରୋଗର ଚିକିତ୍ସା ବିଭିନ୍ନ ଉପାୟରେ କରାଯାଇଥାଏ। ରୋଗୀଙ୍କ ବୟସ ଓ ଗଣ୍ଠିସ୍ଥାନ କେତେ ପରିମାଣରେ କ୍ଷୟ ହୋଇଛି ତାହା ଜାଣିବା ପରେ ହିଁ ଚିକିତ୍ସା ଆରମ୍ଭ କରାଯାଇଥାଏ। ତେବେ ଅଷ୍ଟିଓଆର୍ଥ୍ରାଇଟିସ୍‌ ରୋଗୀମାନେ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ କଲେ ଏହି ରୋଗରୁ ସମ୍ପୂର୍ଣ୍ଣ ନ ହେଲେ ମଧ୍ୟ କିଛି ପରିମାଣରେ ଉପଶମ ମିଳିଥାଏ।ସେହିପରି ନିୟମିତ ଫିଜିଓଥେରାପି କରିବା ଦ୍ୱାରା ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଯଦି ସେମାନଙ୍କର ଓଜନ ଅଧିକ ଅଛି ତାହେଲେ ଯଥାଶୀଘ୍ର ଓଜନ କମାଇବାକୁ ଚେଷ୍ଟା କରନ୍ତୁ। ଫଳରେ ଯନ୍ତ୍ରଣା ଲାଘବ ହେବ। ଅନ୍ୟପଟେ ପ୍ରତିଦିନ କିଛି ସମୟ ନିହାତି ବ୍ୟାୟାମ କରନ୍ତୁ। ଏହି ରୋଗୀଙ୍କୁ କିଛି ଔଷଧ ସେବନ କରିବାକୁ ପଡ଼ିଥାଏ। ଏହାଦ୍ୱାରା ଯନ୍ତ୍ରଣା କମିବା ସହିତ ଗଣ୍ଠି ଗୁଡ଼ିକ ମଜଭୁତ୍‌ ହୋଇଥାଏ। ଅଷ୍ଟିଓଆର୍ଥ୍ରାଇଟିସ୍‌ ଯନ୍ତ୍ରଣାରୁ ମୁକ୍ତି ପାଇଁ ବିଭିନ୍ନ ପ୍ରକାର ସର୍ଜରୀ ମଧ୍ୟ କରାଯାଇଥାଏ। ଏଣୁ ଏହି ସମ୍ପର୍କରେ ଭଲ ସ୍ପେସିଆଲିଷ୍ଟ ଡକ୍ଟରଙ୍କ ସଙ୍ଗେ ପରାମର୍ଶ କରନ୍ତୁ।

 

Get real time updates directly on you device, subscribe now.