fbpx

(Video) କ୍ୟାରିୟର ବର୍ବାଦ କରିଦେବି… IPL ଷ୍ଟାର କ୍ରିକେଟରଙ୍କୁ ଗାର୍ଲଫ୍ରେଣ୍ଡ ଦେଲେ ଧମକ

ନୂଆଦିଲ୍ଲୀ: ପ୍ରେମର ପଶାପାଲିରେ ଫସି ଯାଇଛନ୍ତି ଆଇପିଏଲର ଜଣେ ଷ୍ଟାର କ୍ରିକେଟର । ଏକ୍ସ ଗର୍ଲଫ୍ରେଣ୍ଡ ସିଦାସଳଖ କ୍ୟାରିୟର ବର୍ବାଦ କରି ଦେବା ପାଇଁ ଦେଉଛି ଧମକ । ଏ ନେଇ ଷ୍ଟାର ପ୍ଲେୟର ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ରାଜସ୍ଥାନ ରୋୟଲ୍ସ ପକ୍ଷରୁ ଖେଳି ସୁନାମ ଅର୍ଜନ କରିଥିବା ଏହି ଷ୍ଟାର କ୍ରିକେଟର ଏବେ ସମ୍ପର୍କରେ ମାୟା ଜାଲରେ ଛନ୍ଦି ହୋଇ ଯାଇଛନ୍ତି । କ୍ରିକେଟ କ୍ୟାରିୟରକୁ ବଞ୍ଚାଇବା ପାଇଁ ଏବେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଯାହାକୁ ନେଇ ଏବେ କୁବ ଚର୍ଚ୍ଚାରେ ଆସିଛନ୍ତି ଆଇପିଏଲ ଷ୍ଟାର କ୍ରିକେଟର କେ.ସି କରିଆପ୍ପା ।

ଇଣ୍ଡିଆନ ପ୍ରିମିୟର ଲିଗରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା କ୍ରିକେଟର କେ.ସି କରିଆପ୍ପାଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ଆଇପିଏଲ୍ ୨୦୧୫ ରେ କେକେଆର୍ ୨.୪ କୋଟି ଟଙ୍କାରେ କିଣିଥିଲେ ଯେଉଁ ସମୟରେ ତାଙ୍କୁ କେହି ଜାଣି ନଥିଲେ।୨୦୧୬ ପଞ୍ଜାବ କିଙ୍ଗସ୍ ତାଙ୍କୁ ନିଜ ଦଳରେ ଯୋଡିଥିଲେ । ୨୦୧୯ ରେ କକଜ ରେ ପୁନଃ ଯୋଗଦାନ କରିବା ପରେ, କରିଆପ୍ପା ଆଇପିଏଲ୍ ୨୦୨୦ ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ୍ ଦ୍ୱାରା ରିଲିଜ କରାଯାଇଥିଲା । ଏହା ପରେ, ୨୦୨୧ ମସିହାରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । ତେବେ କରିଆପ୍ପା ଏପର୍ୟ୍ୟନ୍ତ ମୋଟ ୧୧ ଟି ଆଇପିଏଲ୍ ମ୍ୟାଚ୍ ରେ ୮ ୱିକେଟ୍ ନେଇଛନ୍ତି । ବିଶେଷ କରି ଘରୋଇ କ୍ରିକେଟରେ ମଧ୍ୟ ତାଙ୍କର କୌଣସି ବିଶେଷ ରେକର୍ଡ ନାହିଁ । ଏହାରି ଭିତରେ ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ଯାହା ଖବର ମିଳିଛି ନାଗାସଚନ୍ଦ୍ରର ରାମାୟାର ବାସିନ୍ଦା କେସି କାରିଆପ୍ପା, ବାଗାଲାଗୁଣ୍ଟେ ପୋଲିସକୁ କହିଛନ୍ତି ଯେ କୋଡାଗୁରୁର ଜଣେ ୨୪ ବର୍ଷ ବୟସ୍କା ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ସେମାନଙ୍କର ବନ୍ଧୁତା ଶୀଘ୍ର ପ୍ରେମରେ ପରିଣତ ହୋଇଥିଲା, କିନ୍ତୁ କରିଆପ୍ପା ତାଙ୍କ ସହ ସମ୍ପର୍କ ଭାଙ୍ଗିଦେଇଥିଲେ । ମହିଳା ଜଣଙ୍କ ନିଶା ସେବକ, ମଦ୍ୟପ ତଥା ଖରାପ ପ୍ରକୃତିର ଥିଲେ । କରିଆପ୍ପା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ତାଙ୍କ ପୂର୍ବ ଗର୍ଲଫ୍ରେଣ୍ଡକୁ ମଦ୍ୟପାନ ଛାଡିବାକୁ ମନାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଯେତେବେଳେ ସେ ତାଙ୍କ କଥା ଶୁଣିନଥିଲେ, ସେ ତାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ ।

ବର୍ତ୍ତମାନ କରିଆପ୍ପା ଅଭିଯୋଗ କରିଛନ୍ତି ଯେ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ନିଜେ ନିଜ ଜୀବନ ନେଇ କ୍ରିକେଟରଙ୍କ ନାଁରେ ସୁଇସାଇଡ ନୋଟ ଛାଡି କ୍ୟାରିୟର ଶେଷ କରିବାକୁ ଧମକ ଦେଇଛନ୍ତି । ଏପଟେ ପୋଲିସ ମାମାଲା ରୁଜୁ କରି ତଦନ୍ତ ଚଲାଇଛି । ଅନ୍ୟପଟେ ତାଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ତାଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ଆଣିଥିଲେ । ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । ପୋଲିସ ମଧ୍ୟ ଖୋଳତାଡ ଜାରିରଖିଛି ।

Get real time updates directly on you device, subscribe now.