fbpx

ହୋଇନି ବାହାଘର, ୫୧ ବର୍ଷ ବୟସରେ ଜନ୍ମ କରିଛନ୍ତି ୧୮୦ରୁ ଅଧିକ ପିଲା! ଏବେ କହୁଛନ୍ତି…

ନୂଆଦିଲ୍ଲୀ: ଗୋଟିଏ ନାରୀ ପାଇଁ ମା ହେବା ଦୁନିଆର ସବୁଠାରୁ ଖୁସିର ମୁହୂର୍ତ୍ତ ହୋଇଥାଏ । ଗର୍ଭଧାରଣ ସମୟରେ ଅନେକ ଯନ୍ତ୍ରଣା ଭୋଗ କରୁଥିଲେ ମଧ୍ୟ ଏହି ମୁହୂର୍ତ୍ତକୁ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ ବୋଲି କହିଥାନ୍ତି ମହିଳା । ତେବେ ଜଣେ ପୁରୁଷ ଏହି ମୁହୂର୍ତ୍ତକୁ ୧୮୦ରୁ ଅଧିକ ଥର ଉପଭୋଗ କରିଛନ୍ତି । ଅର୍ଥାତ୍ ବିବାହ ନ କରି ମଧ୍ୟ ସେ ୧୮୦ରୁ ଅଧିକ ପିଲାଙ୍କ ବାପା ହେବାର ପରିଚୟ ପାଇଛନ୍ତି । କିନ୍ତୁ ବଡ଼ ସମସ୍ୟା ହେଉଛି ସେ ନିଜ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ପାର୍ଟନର ପାଇନାହାନ୍ତି । ଆଜି ପର୍ଯ୍ୟନ୍ତ ସେ ସିଙ୍ଗଲ ଥିବା କଥା ପ୍ରକାଶ କରିଛନ୍ତି ।

ବିଦେଶରେ ସ୍ପର୍ମ ଡୋନରଙ୍କ ବ୍ୟବସାୟ ଖୁବ ବଢିବାରେ ଲାଗିଛି । ବର୍ତ୍ତମାନ ବ୍ରିଟେନର ଜରେ ସ୍ପର୍ମ ଡୋନର ଖୁବ ଚର୍ଚ୍ଚାରେ ରହିଛନ୍ତି । ନ୍ୟୁକେସଲର ସ୍ପର୍ମ ଡୋନର ଜୋ(୫୧) ଦାବି କରିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୨୦୦ରୁ ଅଧିକ ମହିଳାଙ୍କୁ ଗର୍ଭଧାରଣ କରାଇଛନ୍ତି । ତେବେ ମହିଳାଙ୍କୁ ଗର୍ଭଧାରଣରେ ସାହାଯ୍ୟ କରିବାର ନିଜ ମିଶନ୍ ଯୋଗୁଁ ସେ ନିଜକୁ ‘ଆଞ୍ଜେଲ ଅଫ୍ ଦ ନର୍ଥ’ ବା ‘ଉତ୍ତରର ଦେବଦୂତ’ କହିଛନ୍ତି । ତେବେ ସେ ଜଣେ ସ୍ପର୍ମ ଡୋନର ହୋଇଥିବାରୁ ଆଜି ପର୍ଯ୍ୟନ୍ତ ସେ ସିଙ୍ଗଲ ରହିଛନ୍ତି । କାରଣ ଏହି କାର୍ଯ୍ୟରେ ମହିଳାମାନେ ଇର୍ଷା ପରାୟଣ ହୋଇ ଯାଆନ୍ତି । ସେ କହିଛନ୍ତି ଯେ, ଜଣେ ମହିଳା ଚାହାଁନ୍ତି ଜଣେ ପୁରୁଷ କେବଳ ତାଙ୍କର ହୋଇ ରୁହନ୍ତୁ, କିନ୍ତୁ ମୁଁ ସେପରି ନୁହେଁ ।

ରିପୋର୍ଟ ଅନୁସାରେ, ଜୋ ଗତ ୧୩ ବର୍ଷ ମଧ୍ୟରେ ସ୍ପର୍ମ ଡୋନର ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଏହାମଧ୍ୟରେ ତାଙ୍କ ସ୍ପର୍ମରୁ ପ୍ରାୟ ୧୮୦ରୁ ଅଧିକ ମହିଳା ମା’ ହୋଇ ସାରିଛନ୍ତି । ଆଞ୍ଜେଲ ଅଫ୍ ଦ ନର୍ଥ ଦାବି କରିଛନ୍ତି ଯେ, ସେ ସ୍ପର୍ମ ଡୋନେଟ କରିବା ପାଇଁ ଆମେରିକାରୁ ଆର୍ଜେଣ୍ଟିନା ଏବଂ ସିଙ୍ଗାପୁର ପର୍ୟ୍ୟନ୍ତ ସବୁଆଡେ ଭ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ସାଧାରଣତଃ ମହିଳାମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରନ୍ତି। ଜୋ କହିଛନ୍ତି ଯେ ‘କିଛି ମହିଳାଙ୍କ ପାଇଁ ପ୍ରାକୃତିକ ପ୍ରଜନନ ସବୁଠାରୁ ଅଧିକ ପ୍ରଭାବଶାଳୀ, କିନ୍ତୁ କିଛି ମହିଳା ଏପରି ସମ୍ପର୍କରେ ଅଛନ୍ତି ଯେଉଁଠାରେ ସେମାନେ ଅନୁଭବ କରନ୍ତି ଯେ ଏହା ସମସ୍ୟା ସୃଷ୍ଟି କରିପାରେ । ତେଣୁ ସେମାନେ କୃତ୍ରିମ ପ୍ରଜନନକୁ ପସନ୍ଦ କରନ୍ତି’। ଏହିପରି ଅନେକ ମହିଳା ତାଙ୍କ ଶୁକ୍ରାଣୁ ସହିତ ଗର୍ଭବତୀ ହୋଇଛନ୍ତି ବୋଲି ଜୋ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.