fbpx

ଆଇ.ପି.ଏସ୍‍. ପଦୋନ୍ନତି : ୫ IPSଙ୍କୁ ଆଇଜି ଓ ୬ଜଣଙ୍କୁ ମିଳିଛି ଡି.ଆଇ.ଜି. ପାହ୍ୟା

ଭୁବନେଶ୍ୱର: ରାଜ୍ୟ ସରକାର ୧୧ ଜଣ ବରିଷ୍ଠ ପୁଲିସ୍‍ ପ୍ରଶାସନିକ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ୫ ଜଣ ଆଇ.ପି.ଏସ୍‍. ଅଧିକାରୀଙ୍କୁ ଆଇ.ଜି. ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ୬ ଜଣ ଆଇ.ପି.ଏସ୍‍. ଅଧିକାରୀଙ୍କୁ ଡି.ଆଇ.ଜି. ପାହ୍ୟାକୁ ପଦୋନ୍ନତି ମିଳିଛି । ୨୦୦୬ ବ୍ୟାଚ୍‍ର ପୁଲିସ୍‍ ଅଧିକାରୀ ଅନୁପ ସାହୁ, ଅମ୍ରିତା ଦାସ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରିଷ୍ଣା ଓ ସୁଧା ସିଂହଙ୍କୁ ଆଇ.ଜି. ପାହ୍ୟାକୁ ପଦୋନ୍ନତି ମିଳିଛି ।

ସେହିଭଳି ୨୦୧୦ ବ୍ୟାଚ୍‌ର ୬ ଆଇପିଏସ୍‌ଙ୍କ ଡିଆଇଜି ଭାବେ ପଦୋନ୍ନତି ହୋଇଛି । ଆଇପିଏସ୍ ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, କେ. ଶିବା ସୁବ୍ରମଣିଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି । ଆଶିଷ, ପାରୁଲ ଓ ସୁବ୍ରମଣି ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୯ ବ୍ୟାଚ୍‌ ଆଇପିଏସ୍‌ ଘନଶ୍ୟାମ ଉପାଧ୍ୟାୟଙ୍କ ଏଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି ।

Get real time updates directly on you device, subscribe now.