fbpx

ନୂଆ ବର୍ଷରେ ‘Midnight Kissing’ ଟ୍ରେଣ୍ଡ: ଜାଣନ୍ତୁ କାହିଁକି ପରସ୍ପରକୁ ‘କିସ’ କରିଥାନ୍ତି ଯୁବକ-ଯୁବତୀ

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ସାରା ବିଶ୍ୱରେ ଏ ନେଇ ଉତ୍ସବ ଆରମ୍ଭ ହୋଇଯାଇଥାଏ । ତେବେ ଏହି ଉତ୍ସବ ବଡ଼ଦିନରୁ ଆରମ୍ଭ ହୋଇ ୩୧ ତାରିଖ ରାତି ପର୍ଯ୍ୟନ୍ତ ଚାଲିଥାଏ । ଏପରିକି ଭାରତରେ ମଧ୍ୟ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ନିଜ ଘରୁ ବାହାରି ନୂଆ ବର୍ଷ ପାଳନ କରିଥାନ୍ତି । ବର୍ତ୍ତମାନ, ନୂଆ ବର୍ଷ ଉତ୍ସବ ପାଇଁ ଲୋକମାନେ ଶିମଲା, ମନାଲି ଏବଂ ମସୁରି ପରି ସ୍ଥାନକୁ ଯିବା ଆରମ୍ଭ କରିଛନ୍ତି ।

ବିଶ୍ୱର ବିଭିନ୍ନ ସ୍ଥାନରେ ତଥା ପାଶ୍ଚତ୍ୟ ଦେଶମାନଙ୍କରେ ମଧ୍ୟ ନୂଆ ବର୍ଷର ବିଭିନ୍ନ ଉତ୍ସବ ପାଳନ କରାଯାଏ । ଏପରିକି ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ନୂଆ ବର୍ଷ ପାଳନ କରିବାକୁ ପସନ୍ଦ କରିଥାନ୍ତି ସେଠାକାର ବାସିନ୍ଦା । ଏପରିକି ପ୍ରତିବର୍ଷ ଥିମ ପାର୍ଟିର ମଧ୍ୟ ଆୟୋଜନ କରାଯାଇଥାଏ ।

ଏହା ସହିତ ଦୁନିଆର ଅନେକ ଦେଶରେ ନୂଆ ବର୍ଷରେ ବିଭିନ୍ନ ପରମ୍ପରା ରହିଛି ଯାହା ଆଗାମୀ ବର୍ଷକୁ ଭଲ କରିବ । କେଉଁଠି ଅଙ୍ଗୁର ଖାଇବାର ପରମ୍ପରା ଥିବାବେଳେ ଅନ୍ୟ ସ୍ଥାନରେ ଲୋକମାନେ ପ୍ଲେଟ୍ ଭାଙ୍ଗି ନୂଆ ବର୍ଷ ପାଳନ କରନ୍ତି । ଆମେରିକାର କିଛି ଲୋକ ମଧ୍ୟ ସମାନ ପ୍ରଥା ଅନୁସରଣ କରିଥାନ୍ତି । ଜର୍ମାନୀର କିଛି ଲୋକ ମଧ୍ୟ ଏହି ପରମ୍ପରାକୁ ଅନୁସରଣ କରନ୍ତି ଏବଂ ଗତ କିଛି ବର୍ଷ ମଧ୍ୟରେ ଯୁବକମାନଙ୍କ ମଧ୍ୟରେ ଏହି ଧାରା ବୃଦ୍ଧି ପାଉଛି ।

ତେବେ ଅନେକ ସ୍ଥାନରେ ଯୁବକ ଯୁବତୀ ଉଭୟଙ୍କୁ ଚୁମ୍ବନ ଦେଇ ନୂଆବର୍ଷ ଆରମ୍ଭ କରିଥାନ୍ତି । ତେବେ ଏହି ପରମ୍ପରା ଅନେକ ଦେଶରେ ରହିଆସିଛି । ତେବେ କ’ଣ ଆପଣ ଜାଣନ୍ତି କି ନୂଆ ବର୍ଷ ଆରମ୍ଭ ହେବା ମାତ୍ରେ ଲୋକମାନେ ଏପରି କାହିଁକି କରିଥାନ୍ତି? ବାସ୍ତବରେ, ଲୋକମାନେ ବିଶ୍ୱାସ କରନ୍ତି ଯେ ଯଦି ଆପଣ ନୂତନ ବର୍ଷର ଆରମ୍ଭରେ ଚୁମ୍ବନ ଦିଅନ୍ତି ଅର୍ଥାତ୍ ରାତି ୧୨ଟାରେ ଏପରି କରିବା ଦ୍ୱାରା ଆପଣଙ୍କର ସମଗ୍ର ବର୍ଷ ବହୁତ ଭଲ ଭାବରେ କଟିଥାଏ । ତେବେ ଏହାକୁ ବିଭିନ୍ନ ସ୍ଥାନରେ ଶୁଭଙ୍କର ସଙ୍କେତ ଭାବରେ ବିବେଚନା କରାଯାଏ । ଏହି ପରମ୍ପରା ଗତ କିଛି ବର୍ଷ ଧରି ନୂଆ ବର୍ଷ ଦିନ ଦେଖିବାକୁ ମିଳୁଛି । ତେବେ ଏହା ବର୍ତ୍ତମାନ ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ଯୁବ ଦମ୍ପତି ଏବଂ ଯୁବବର୍ଗଙ୍କ ମଧ୍ୟରେ ଏହା ବେଶ ଲୋକପ୍ରିୟ ହେବାରେ ଲାଗିଛି । କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ବୋଲି କହୁଥିବାବେଳେ କିଛି ଲୋକ ଏହା ଏକ ପରମ୍ପରା ଏବଂ ଏଥିରେ କିଛି ଭୁଲ୍ ନାହିଁ ବୋଲି କହିଛନ୍ତି ।

Get real time updates directly on you device, subscribe now.