ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମ(ରାମ ଲଲ୍ଲା)ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଉତ୍ସାହିତ ଅଛନ୍ତି ସମସ୍ତ ଦେଶବାସୀ । ଏଥିପାଇଁ ଅଯୋଧ୍ୟାରେ ବିମାନ ସେବାର ଶୁଭାରମ୍ଭ କରାଯାଇଛି । ଶନିବାର ଦିଲ୍ଲୀରୁ ଅଯୋଧ୍ୟା ଅଭିମୂଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ଏହାର ପ୍ରଥମ ଉଡ଼ାଣ ଭରିଛି । ଏହି ବିମାନର ପାଇଲଟ୍ ‘ଜୟ ଶ୍ରୀ ରାମ’ କହି ଯାତ୍ରୀମାନଙ୍କୁ ସମ୍ବୋଧିତ କରି ଯାତ୍ରା ଆରମ୍ଭ କରିଥିଲେ । ଏନେଇ ଏଏନ୍ଆଇ ପକ୍ଷରୁ ‘ଏକ୍ସ’ରେ ଭିଡ଼ିଓ ଶେୟାର କରାଯାଇଛି
#WATCH | IndiGo pilot captain Ashutosh Shekhar welcomes passengers as the first flight takes off from Delhi for the newly constructed Maharishi Valmiki International Airport, Ayodhya Dham, in Ayodhya, UP. pic.twitter.com/rWkLSUcPVF
— ANI (@ANI) December 30, 2023
ଏହି ଭିଡ଼ିଓରେ ଦର୍ଶାଯାଇଛି ଯେ ଇଣ୍ଡିଗୋ ବିମାନର ପାଇଲଟ୍ ଆଶୁତୋଷ ଶେଖର ଯାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ, ‘କମ୍ପାନୀ ତରଫରୁ ଅଯୋଧ୍ୟା ଉଡ଼ାଣ ପାଇଁ ଦାୟିତ୍ୱ ଦିଆଯାଇଥିବାରୁ ସେ ନିଜକୁ ବହୁତ ଭାଗ୍ୟଶାଳୀ ମନେ କରୁଛନ୍ତି ।’ ତେବେ ପାଇଲଟ୍ ଆଶୁତୋଷଙ୍କ ପତ୍ନୀ ଶ୍ୱେତା ଏହି ବିଶେଷ ମୁହୂର୍ତ୍ତକୁ କ୍ୟାମେରାରେ ରେକର୍ଡ଼ କରିଥିଲେ । ଶ୍ୱେତା କହିଛନ୍ତି ଏହା ଜୀବନ ସାରାର ଅନୁଭୂତି ଥିଲା । ଦିଲ୍ଲୀରୁ ଅଯୋଧ୍ୟା ୧ ଘଣ୍ଟାର ଯାତ୍ରା ମଧ୍ୟରେ ଯାତ୍ରୀମାନେ ମନ୍ତ୍ରୋଚ୍ଚାରଣ କରିବା ସହ ହୁମାନ ଚାଳିସା ପାଠ କରିଥିଲେ ଏବଂ ଭଜନ ପରିବେଷଣ କରିଥିଲେ । କ୍ୟାବିନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଯାଇଥିଲା ।
ତେବେ ଶନିବାର ଅପରାହ୍ନ ୨ଟା ୪୦ ମିନିଟରେ ବିମାନଟି ଦିଲ୍ଲୀରୁ ଉଡ଼ାଣ ଭରିଥିଲା ଏବଂ ସନ୍ଧ୍ୟା ୪ଟା ରେ ଅଯୋଧ୍ୟା ପହଞ୍ଚିଥିଲା ।