ଶୀତଋତୁରେ କମ୍ବଳରେ ମୁହଁ ଢାଙ୍କି ଶୋଉଥିଲେ ହୋଇଯାନ୍ତୁ ସାବଧାନ! ଭୋଗିପାରନ୍ତି ଏହି ସବୁ ସମସ୍ୟା

ଶୀତ ଋତୁରେ ପ୍ରତ୍ୟେକ ଲୋକଙ୍କର ପ୍ରିୟ ସ୍ଥାନ କମ୍ବଳ ଏବଂ ରେଜେଇ ହୋଇଥାଏ । ଶୋଇବା ସମୟରେ ପ୍ରତ୍ୟେକ ବ୍ୟକ୍ତି ମୋଟା ଚଦର କିମ୍ବା କମ୍ବଳ ଘୋଡ଼େଇ ହୋଇ ଶୋଇବାକୁ ପସନ୍ଦ କରିଥାନ୍ତି । ତେବେ ଆନେକ ଳୋକଙ୍କର ଏନେଇ ଏକ ଭିନ୍ନ ଅଭ୍ୟାସ ରହିଥାଏ । ଅନେକ ଲୋକ ରେଜେଇ କିମ୍ବା କମ୍ବଳରେ ମୁହଁ ଘୋଡ଼ାଇ ହୋଇ ଶୋଇବାକୁ ପସନ୍ଦ କରିଥାନ୍ତି । କିନ୍ତୁଏପରି କରିବାକୁ ତାଙ୍କୁ ବାରଣ କରାଯାଇଥାଏ । ତେବେ ଏହା ପଛରେ ମଧ୍ୟ କାରଣ ରହିଛି । ଏହା ଦ୍ୱାରା ହେବାକୁ ଥିବା କ୍ଷତିକୁ ଏଡ଼ାଇବା ପାଇଁ ସେମାନଙ୍କୁ ଏପରି କରିବାକୁ ମନା କରାଯାଇଥାଏ ।

ଏପରି ଶୋଇବା ଦ୍ୱାରା ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ ଏବଂ ନିଶ୍ୱାସ ପ୍ରଶ୍ୱାସରେ ମଧ୍ୟ ଅସୁବିଧା ହୋଇଥାଏ ଯେଉଁ କାରଣରୁ ଅନେକଙ୍କଠାରେ ଫୁସଫୁସ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ମୁହଁ ଢାଙ୍କି ଶୋଇବା ଦ୍ୱାରା କେଉଁ ସବୁ ସମସ୍ୟା ଦେଖାଦେଇଥାଏ ।

ଫୁସଫୁସ ଜିନତ ସମସ୍ୟା- ମୁହଁ ଘୋଡ଼ାଇ ଶୋଇବା ଦ୍ୱାରା ଶରୀରାରେ ଉଚିତ ମାତ୍ରାରେ ଅମ୍ଳଜାନ ପହଞ୍ଚିପାରେ ନାହିଁ । ଏହା ଦ୍ୱାରା ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ । ତେବେ ଏହା ଦ୍ୱାରା ଆପଣଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବା ସହିତ ହାର୍ଟ ଆଟାକ ଆସିବାର ସମ୍ଭାବନା ମଧ୍ୟ ରହିଛି ।

ସ୍କିନ ସମସ୍ୟା- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଶୀତ ଋତୁରେ ମୁହଁ ଢାଙ୍କି ଶୋଇବା ଦ୍ୱାରା ସ୍କିନରେ ଅନେକ ସମସ୍ୟା ଦେଖା ଦେଇପାରେ । ରେଜେଇ କିମ୍ବା କମ୍ବଳ ଭିତରକୁ ଉପଯୁକ୍ତ ମାତ୍ରାରେ ବାୟୁ ଚଳପ୍ରଚଳ କରୁନଥିବା କାରଣରୁ ଏହା ସ୍କିନକୁ ଖରାପ କରିଥାଏ । ଏହି କାରଣରରୁ ସ୍କିନ କଳା ମଧ୍ୟ ପଡ଼ିଥାଏ । ତେବେ ଅନେକ ଲୋକଙ୍କୁ ଏହା ଜଣା ନଥାଏ ଯେ ମୁହଁ ଡାଙ୍କି ଶୋଇବା ଦ୍ୱାରା ଏପରି ସମସ୍ୟା ହେଉଛି ।

କେଉଁମାନଙ୍କୁ ସବୁଠାରୁ ବେଶୀ ବିପଦ- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆଜମା ରୋଗୀ, ସିଓପିଡି, କିମ୍ବା ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ ଏହା ସବୁଠାରୁ ବିପଦପୂର୍ଣ୍ଣ । ଏହି ବ୍ୟକ୍ତିମାନେ ଭୁଲରେ ମଧ୍ୟ ମୁହଁ ଘୋଡ଼ାଇ ଶୋଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ସେମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ଏହା ଦ୍ୱାରା ଫୁସଫୁସ ଦୁର୍ବଳ ହେବା ସହିତ ନିା୍ବାସ ନେବାରେ ମଧ୍ୟ କଷ୍ଟ ହୋଇଥାଏ । ଏପରିକି ଆଜମା ଆଟାକ ମଧ୍ୟ ଏା ଦ୍ୱାରା ଆସିବାର ସମ୍ଭାବନା ରହିଛି ।