fbpx
BSKY SKY
BSKY SKY

ଭୁବନେଶ୍ୱର: ହାଇଟେକ୍‌ ହସ୍ପିଟାଲ୍‌ରେ ବିସ୍ଫୋରଣ ଘଟଣାରେ ଆଖି ବୁଜିଲେ ଜଣେ ଆହତ

BSKY

ଭୁବନେଶ୍ୱର: ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଘଟିଥିବା ହୋଇଥିବା ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଏସିପି ଗୌତମ କିଶାନ ସୂଚନା ଦେଇଛନ୍ତି । ଗତ ୨ ଦିନ ତଳେ ହସ୍ପିଟାଲର ତୃତୀୟ ମହଲାରେ ଏକ ଅକ୍ସିଜେନ୍ ସିଲିଣ୍ଡରରେ ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ଘଟିଥିଲା । ଏହି ବାସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଥିଲେ ।

ଆହତ ମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ସବୁଠୁ ଦୁଃଖର ବିଷୟ ଆଜି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରିନାହିଁ । ବିସ୍ଫେରଣରେ ଆହତ ହୋଇଥିବା ଅନ୍ୟ ବ୍ୟକ୍ତି ମାନେ ଚିକିତ୍ସିତ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତି ମେଡ଼ିକାଲ୍‌ କର୍ମଚାରୀ ଅଟନ୍ତି ।

Get real time updates directly on you device, subscribe now.