fbpx
BSKY
BJD YOUTH SKY
BJD MS SKY

ପାର୍ଟି ପରେ ଛାଡ଼ିନି କି Hangover ! ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ପୂରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ତା’ ପରେ ଆରମ୍ଭ ହୋଇଯିବ ଜିରୋ ନାଇଟ୍ ସେଲିବ୍ରେସନ । ରେଷ୍ଟୁରାଣ୍ଟ୍, ପବ୍, ବାର ଓ ଘରେ ସବୁଆଡ଼େ ଥିବା ପାର୍ଟିର ମାହୋଲ । ଅଧିକାଂଶ ଲୋକଙ୍କ ଧାରଣା ଥାଏ ଯେ ମଦ୍ୟପାନ ବିନା କୌଣସି ପାର୍ଟିର ମଜା ଆସିନଥାଏ । ତେଣୁ ପାର୍ଟି ନିଶାରେ ବେଳେ ବେଳେ କିଛି ବ୍ୟକ୍ତି ଅଧିକ ମଦ୍ୟପାନ କରିଥାନ୍ତି । ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ହ୍ୟାଙ୍ଗ୍ଓଭରର ଶିକାର ହୋଇଥାନ୍ତି । ଏହା ସେମାନଙ୍କ ପାଇଁ ଅସୁବିଧାର କାରଣ ପାଲଟିଥାଏ । ହ୍ୟାଙ୍ଗ୍ଓଭରରେ ବ୍ୟକ୍ତି ଜଣଙ୍କୁ ଏହି ସବୁ ଅସୁବିଧା ହୋଇଥାଏ:

– ମୁଣ୍ଡ ବିନ୍ଧା

– ଆଖି ଲାଲ ପଡ଼ିଯିବା

– ମାଂସପେଶୀରେ ଯନ୍ତ୍ରଣା

– ଅଧିକ ଶୋଷ ଲାଗିବା

– ହୃଦସ୍ପନ୍ଦନ ଦୃତ ହେବା

– ରକ୍ତଚାପ ବୃଦ୍ଧି ହେବା

– ଦେହ ଥରିବା ଓ ଝାଳ ବୋହିବା ।  ଏହା ବ୍ୟତୀତ ମୁଣ୍ଡ ବୁଲାଇବା, ଚାପଗ୍ରସ୍ତ ରହିବା, ଚିଡ଼ଚିଡ଼ାପଣ ହ୍ୟାଙ୍ଗ୍ଓଭରର ଅନ୍ୟାନ୍ୟ ଲକ୍ଷଣ ।

ହ୍ୟାଙ୍ଗ୍ଓଭରର ଶିକାର ହେଲେ କ’ଣ କରିବେ ?

ପାଣି ପିଅନ୍ତୁ: ହ୍ୟାଙ୍ଗ୍ଭର ହେଲେ ଅଧିକ ମାତ୍ରାରେ ପାଣି ପିଅନ୍ତୁ । ଏହା ଦ୍ୱାରା ଶରୀରରେ ମଦର ପ୍ରଭାବ ହ୍ରାସ ହୋଇଥାଏ । ଅଧିକ ମଦ୍ୟପାନ କରିବା ଦ୍ୱାରା ବାରମ୍ବାର ପରିଶ୍ରା ଆସିଥାଏ ଫଳରେ ଡିହାଇଡ୍ରେସନ ହେବା ଆଶଙ୍କା ଦେଖାଦେଇଥାଏ ।

ଲେମ୍ବୁ ପାଣି: ହ୍ୟାଙ୍ଗ୍ଓଭର ପାଇଁ ଲେମ୍ବୁ ପାଣି ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ହ୍ୟାଙ୍ଗ୍ଓଭରର ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିଥାଏ ।

କାର୍ବୋହାଇଡ୍ରେଟର ସେବନ: ମଦ୍ୟପାନ କରିବା ଦ୍ୱାରା ଶରୀରରେ ରକ୍ତଶର୍କରାର ସ୍ତର କମି ଯାଇଥାଏ । ଏଭଳି ସ୍ଥିତିରେ ଆମ ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ ଏବଂ ଆମେ କିଛି ଖାଇବା ଭୁଲିଯାଉ । ଏମିତିରେ ଫଳ ରସ ବା ନଡ଼ିଆ ପାଣି ସେବନ କରିବା ଫଳପ୍ରଦ ହୋଇଥାଏ ।

– ଅନେକ ଔଷଧୀୟ ଗୁଣରେ ଭରପୁର ଅଦା । ହ୍ୟାଙ୍ଗ୍ଭର ହେଲେ ମହୁ ସହ ଅଦାର ସେବନ କରିବା ଉତ୍ତମ ଅଟେ । ଏହା ଦ୍ୱାରା ମେଟାବଲିଜିମ୍ ବୃଦ୍ଧି ହେବା ସହ ପାଚନ ପ୍ରକ୍ରିୟା ସହଜ ହୋଇଥାଏ ।

– ହ୍ୟାଙ୍ଗ୍ଓଭର ପାଇଁ ବଜାରରେ ଅନେକ ଔଷଧ ଉପଲବ୍ଧ କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା କୋ÷ଣସି ଔଷଧ ସେବନ କରନ୍ତୁ ନାହିଁ ।

Get real time updates directly on you device, subscribe now.