fbpx

(Video) ଏହି ଜିନିଷ ଥିଲେ ଦେଇ ପାରିବେନି ଭୋଟ୍: ମତଦାନ ପୂର୍ବରୁ ଜାଣି ରଖନ୍ତୁ ନିର୍ବାଚନ ଅଧିକାରୀଙ୍କ ଉଦାହରଣ

AAKASH

ଓଡ଼ିଶା ଭାସ୍କର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇ ସାରିଛି । ବର୍ତ୍ତମାନ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନକୁ ଅପେକ୍ଷା କରି ରହିଛନ୍ତି ଓଡ଼ିଶାବାସୀ । ତେବେ ଭୋଟର ମତଦାନ କରିବା ପୂର୍ବରୁ ନିୟମଗୁଡ଼ିକ ବିଷୟରେ ଜାଣି ରଖିବା ଉଚିତ୍ । ଯଦି ଭୋଟର ଏହି ଭୁଲ କରନ୍ତି, ତେବେ ସେ ବୁଥ୍ ଭିତରେ ମତଦାନ କରିବା ବେଳେ ତାଙ୍କୁ ରୋକାଯାଇପାରେ । ଉପସ୍ଥିତ ଅଫିସର ଭୋଟ୍ ଦେବା ପାଇଁ ତାଙ୍କୁ ବାରଣ କରିପାରନ୍ତି । ଏଥିପାଇଁ ଏକ ଉଦାହରଣ ସହ ସମସ୍ତଙ୍କୁ ସଚେତନ କରାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ମତଦାନ କରିବା ପୂର୍ବରୁ ନିଜ ହାତରୁ ସ୍ମାର୍ଟ ୱାଚ୍ ଖୋଲି ସେ ଭୋଟ ଦେବା ପାଇଁ ବୁଥ୍ ଭିତରକୁ ଯାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ନିଜର ସ୍ମାର୍ଟ ୱାଚ୍ କାଢି ବୁଥ୍ ଭିତରକୁ ଭୋଟ୍ ଦେବାକୁ ଯାଇଛନ୍ତି ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଭୋଟର ବି କାବା ହୋଇଯାଇଛନ୍ତି । ଏହା ପଛରେ ଥିବା କାରଣ ଜାଣିଲେ ଆପଣ ବି ତାଙ୍କୁ ପ୍ରଂଶସା ନକରି ରହି ପାରିବେନି । କୁହାଯଏ କି ଯିଏ ନିୟମ କରେ ପ୍ରଥମେ ସିଏ ସେହି ନିୟମକୁ ପାଳନ କରିବା ଉଚିତ୍, ଯାହାକୁ ସେ କରି ଦେଖାଇଛନ୍ତି । ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ପଡୁଥିବାବେଳେ କିଛି ଭୋଟର ବୁଥ ଭିତରକୁ ମୋବାଇଲ ଫୋନ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ବି ଏହାର ବ୍ୟତିକ୍ରମ ହେବାରୁ ପେସମିଟ୍ କରି ଏନେଇ ପୁନର୍ବାର ସଚେତନ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।

ସେ କହିଛନ୍ତି ଯେ, ବୁଥ ଭିତରକୁ କେହି ମୋବାଇଲ ନେଇ ଯାଇପାରିବେ ନାହିଁ । ନା କୌଣସି ଅଧିକାରୀ ନା ଭୋଟର କେହି ବି ବୁଥ ଭିତରକୁ ମୋବାଇଲ ନେଇପାରିବେ ନାହିଁ ଏପରିକି ସ୍ୱିଚ୍ ଅଫ୍ ମଧ୍ୟ କରି ନେଇପାରିବେ ନାହିଁ ବରଂ ବୁଥ ଭିରତକୁ ବିନା ମୋବାଇଲରେ ଯିବାକୁ ଅପିଲ କରିଛନ୍ତି । ଏପରିକି ବୁଥ୍ ଭିରତକୁ ସ୍ମାର୍ଟ ୱାଚ୍ ପିନ୍ଧି ଯିବା ଉପରେ ମଧ୍ୟ କଟକଣା ଲାଗିଛି ।

 

Get real time updates directly on you device, subscribe now.