fbpx

ମତଦାନର ଗୋଟି ଗୋଟି ହିସାବ ଦେଲେ ନିର୍ବାଚନ ଆୟୋଗ! କହିଲେ ଡାଟାରେ ପରିବର୍ତ୍ତନ ଅସମ୍ଭବ

AAKASH

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଶନିବାର ଦିନ ଦେଶର ୫୭ ସିଟରେ ଭୋଟିଂ ସରିଛି । ଏହାରି ମଧ୍ୟରେ ନିର୍ବାଚନ ଅୟୋଗ ଗତ ପାଞ୍ଚଟି ଫେଜରେ ହୋଇଥିବା ନିର୍ବାଚନର ଫାଇନାଲ ଡାଟା ଜାରି କରିଛି । ଏଥିରେ କୁହାଯାଇଛି ଯେ, ଏହି ପାଞ୍ଚଟି ଫେଜରେ କେଉଁ ଲୋକସଭା ଅଞ୍ଚଳରେ କେତେ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି । ଏହି ସମୟରେ ନିର୍ବାଚନ ଆୟୋଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଭୋଟ ପ୍ରତିଶତକୁ ନେଇ କିଛି ଭୁଲ କଥା ମଧ୍ୟ ପ୍ରସାରିତ କରାଯାଇଛି ।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାକୁ ଖରାପ କରିବା ଉଦ୍ଦେଶ୍ୟରେ ଏପରି ଭୁଲ କାହାଣୀ ପ୍ରସାରିତ କରାଯାଇଛି । ଇସିଆଇଙ୍କ ମୁତାବକ ମତଦାନର ଡାଟା ପ୍ରତି ପର୍ଯ୍ୟାୟର ନିର୍ବାଚନ ଦିନ ସକାଳ ୯ଟା ୩୦ ମିନିଟରେ ତାଙ୍କ ଆପ୍ ମାଧ୍ୟମରେ ଉପଲବ୍ଧ ହୋଇଥାଏ । ନିର୍ବାଚନ ଆୟୋଗ ପ୍ରେସ ରିଲିଜ ଜାରି କରି ଭୋଟ ପୋଲିଙ୍କ ପ୍ରତିଶତରେ କୌଣସି ପରିବର୍ତ୍ତନ ହେବାକୁ ନେଇ ମନାକରିଛନ୍ତି ।

ଫେଜ ୧: ୬୬.୧୪ ପ୍ରତିଶତ
ଫେଜ ୨: ୬୬.୭୧ପ୍ରତିଶତ
ଫେଜ ୩: ୬୫.୬୮ ପ୍ରତିଶତ
ଫେଜ ୪: ୬୯.୧୬ ପ୍ରତିଶତ
ଫେଜ ୫: ୬୨.୨୦ ପ୍ରତିଶତ

ନିର୍ବାଚନ ଆୟୋଗ ମତଦାନ ପ୍ରତିଶତର ଡାଟା ଜାରି ହେବାର ଗୋଟିଏ ଦିନ ପୂର୍ବରୁ ଏକ ଏନଜିଓ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ଦାବି କରିଥିଲେ ଯେ, ଲୋକସଭା ନିର୍ବାଚନ ସମୟରେ ମତଦାନ କେନ୍ଦ୍ରର ସଂଖ୍ୟାକୁ ନିର୍ବାଚନ ଆୟୋଗ ନିଜ ୱେବସାଇଟରେ ଅପଲୋଡ କରନ୍ତୁ । ସୁପ୍ରିମକୋର୍ଟ ଏହି ମାମଲାରେ ନିର୍ବାଚନ ଆୟୋଗ କୌଣସି ମଧ୍ୟ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି ଏବଂ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ କୋର୍ଟ ହସ୍ତକ୍ଷେପ କରିବ ନାହିଁ ।

ଇଲେକସନ କମିଶନ କହିଛନ୍ତି ଯେ, ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପାଖେ ଫର୍ମ ୧୭ ସି ରହିଛି, ଯେଉଁଥିରେ ୫୪୩ ସଂସଦୀୟ ଅଞ୍ଚଳରେ ପାଖାପାଖି ୧୦.୫ ଲକ୍ଷ ମତଦାନ କେନ୍ଦ୍ରରେ ପ୍ରତ୍ୟେକଙ୍କୁ ଦିଆଯାଇଥିବା ସମୁଦାୟ ଭୋଟର ସଂକ୍ୟା ଜାରି କରାଯାଇଛି । ଫାର୍ମ ୧୭ସିରେ ଦାଖଲ କରାଯାଇଥିବା ସମୁଦାୟ ଭୋଟର ସଂଖ୍ୟାରେ ପରିବର୍ତ୍ତନ କରାଯାଇପାରିବ ନାହିଁ । କାରଣ ସେ ସବୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଉପଲବ୍ଧ ରହିଛି ।

Get real time updates directly on you device, subscribe now.