fbpx

ସୁନାମୀ ପରେ ବ୍ୟାପିଯିବ Radiation ! ପୁଣି ଦେଖିବାକୁ ମିଳିବ କି ୨୦୧୧ ଘଟଣା?

ନୂଆଦିଲ୍ଲୀ: ଜାପାନରେ ଭୂକମ୍ପ ପରେ ସାରା ସହରରେ ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି । ଭୂକମ୍ପର କିଛି ସମୟ ପରେ ଜାପାନରେ ସୁନାମି ସୃଷ୍ଟି ହୋଇଛି । ଫଳରେ ସମୁଦ୍ରରେ ୧.୩ ପୁଟରୁ ବଡ଼ ଜୁଆର ସହରବାସୀଙ୍କୁ ଭୟଭୀତ କରାଇ ଦେଇଛି । ଆଗକୁ ଏହି ଜୁଆର ଆହୁରି ବଡ଼ ହେବା ସହ ଭୟଙ୍କର ମଧ୍ୟ ହୋଇପାରେ । ତେବେ ଏହାଠାରୁ ଜାପାନ ସହରର ଲୋକଙ୍କୁ ଏବେ ଆଉ ଏକ ଭୟର ଆଶଙ୍କା ଘାରିଛି । ସୁନାମୀ ପରେ ଜାପାନରେ ପରମାଣୁ ଶକ୍ତି ସୁରକ୍ଷାକୁ ନେଇ ଭୟରେ ରହିଛନ୍ତି ଜାପାନ ବାସିନ୍ଦା । ପୁଣିଥରେ ୨୦୧୧ ଘଟଣାର ଦୃଶ୍ୟ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

୨୦୧୧ ମସିହାରେ ଭୂକମ୍ପ ପରେ ପରମାଣୁ ପ୍ରତିଷ୍ଠାନ ଗୁଡ଼ିକରେ ହୋଇଥିବା ଦୃଶ୍ୟକୁ ହୁଏତ ଆଜି ପର୍ଯ୍ୟନ୍ତ କେହି ଭୁଲି ପାରି ନଥିବେ । ଟୋକିଓ ଇଲେକ୍ଟ୍ରିକ ପାୱାର କମ୍ପାନୀ କହିଛି ଯେ, ନିଗାଟା ପ୍ରାନ୍ତରେ ଦୁନିଆର ସବୁଠୁ ବଡ଼ ପରମାଣୁ ଶକ୍ତି ପ୍ରତିଷ୍ଠାନ କାଶୀବାଜାକି-କାରିବା ନିକଟ ୦.୪ ମିଟର(ପ୍ରାୟ ୧.୩ ଫୁଟ) ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ କୌଣସି ପ୍ରକାର ବିପଦର ସମ୍ଭାବନା ନଥିବା ଜାଣିବାକୁ ମିଳିଛି । ତେବେ ପରମାଣୁ ପ୍ରତିଷ୍ଠାନକୁ ନେଇ ମଧ୍ୟ କୌଣସି ଜରୁରୀକାଳୀନ ପରିସ୍ଥିତି ନତିବା କହିଛି ଫୁକୁଇ ପ୍ରିଫେକ୍ଚର ସୁରକ୍ଷା ସମିତି ।

ରିପୋର୍ଟ ଅନୁସାରେ, ଜାପାନରେ ଏକ ଭୟଙ୍କର ସୁନାମିକୁ ନେଇ ଆଲର୍ଟ ଜାରି ହୋଇଛି । ଉତ୍ତରୀ ଦ୍ୱୀପ ହୋକ୍କାଇଡୋରୁ ନେଇ ଦକ୍ଷିଣ ଦ୍ୱୀପ କ୍ୟୁସୁ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖାଯାଇଛି । ଜାପାନର ପଶ୍ଚିମ ଉପକୂଳରେ ମଧ୍ୟ ଭୟଙ୍କର ସୁନାମି ଆସିପାରେ । ତେବେ ଏହି ଭୂକମ୍ପ ପରେ ସମୁଦ୍ରରେ ସୁନାମି ଯୋଗୁଁ ଲହଡ଼ି ପାଞ୍ଚ ମିଟର ଉଚ୍ଚ ପର୍ଯ୍ୟନ୍ତ ଉଠିପାରେ । ତେଣୁ ଲୋକଙ୍କୁ ସମୁଦ୍ର କୂଳରୁ ଦୂରରେ ରହିବାକୁ ଏବଂ ଯଥାଶୀଘ୍ର ସୁରକ୍ଷିତ ସ୍ଥାନରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.