fbpx

Big Breaking: ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୪୦ ଆହତ

ସାଲେପୁର: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଘଟଣା ସାମ୍ନାକୁ ଆସିଛି । ଏଥିରେ ୪୦ ଜଣ ଆହତ ହୋଇଥିବା ଜଣାପଡିଛି । ନିଶ୍ଚିନ୍ତକୋଇଲି କଟରପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ୧୦ ଜଣ ଆହତଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ମନୋରମା ବସ୍ ଏକ ଦଶ ଚକିଆ ଟ୍ରକକୁ ଧକ୍କା ଦେଇଛି । ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ପ୍ରାୟ ୨୦ ଜଣ ଯାତ୍ରୀ ଗୁରୁତର ଥିବା ସୂଚନା ମିଳିଛି । ବସ ଡ୍ରାଇଭର ଓ ହେଲପରଙ୍କ ଅବସ୍ଥା ଗୁରୁତର ରହିଛି । ବସରେ ସମୁଦାୟ ୬୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଉଦ୍ଧାରକାର୍ଯ୍ୟରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ନିୟୋଜିତ ଅଛନ୍ତି । ଘନ କୁହୁଡ଼ି ପାଇଁ ଏପରି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ତେବେ ସମସ୍ତ ଆହତଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାଗ୍ରସ୍ତ ବସରେ ଫସିରହିଛନ୍ତି ଆଉ ୨ଜଣ । ସେମାନଙ୍କୁ ବସ ଭିତରେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ଗ୍ୟାସ୍ କଟର ଯୋଗେ ଚାଲିଛି ଉଦ୍ଧାର କାର୍ଯ୍ୟ । ଟ୍ରକ ଡ୍ରାଇଭର ମଧ୍ୟ ଫସି ରହିଛନ୍ତି ।

Get real time updates directly on you device, subscribe now.