fbpx

ଦକ୍ଷିଣ କୋରିଆର ବିରୋଧୀ ଦଳ ନେତାଙ୍କୁ ଛୁରାମାଡ଼, ବୁସାନ ସହର ଗସ୍ତ ବେଳେ ଆକ୍ରମଣ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ବିରୋଧୀ ଦଳ ନେତାଙ୍କୁ ଛୁରାମାଡ଼ ଘଟଣା ସାମ୍ନାକୁ ଆସିଛି । ଡେମୋକ୍ରାଟିକ ପାର୍ଟିର ମୁଖ୍ୟ ଲି-ଜାଏ-ମ୍ୟୁଙ୍ଗଙ୍କ ବେକରେ ଛୁରାମାଡ଼ ହୋଇଛି । ବିସାନ ସହର ଗସ୍ତ ବେଳେ ଆକ୍ରମଣ ହୋଇଥିବା ସୂଚନା । ଛୁରାମାଡ଼ କରିଥିବା ବ୍ୟକ୍ତି ଗିରଫ ହୋଇଛନ୍ତି। ଦକ୍ଷିଣ କୋରିଆର ନ୍ୟୁଜ୍ ଏଜେନ୍ସି ୟୋନହାପ ଅନୁଯାୟୀ, ମଙ୍ଗଳବାର (ଜାନୁୟାରୀ ୨, ୨୦୨୪) ଦକ୍ଷିଣ ବନ୍ଦର ସହର ବୁସାନ ଗସ୍ତ ସମୟରେ ଲି-ଜାଏ-ମ୍ୟୁଙ୍ଗଙ୍କୁ ଆକ୍ରମଣ କରାଯାଇଛି।

ଲି-ଜାଏ-ମ୍ୟୁଙ୍ଗ ବୁସାନର ଏକ ପ୍ରସ୍ତାବିତ ବିମାନବନ୍ଦର ପରିଦର୍ଶନ କରୁଥିବାବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ବେକର ବାମ ପାର୍ଶ୍ୱରେ ଅସ୍ତ୍ର ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଛନ୍ତି । ୟୋନହାପଙ୍କ ଅନୁଯାୟୀ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇଥିଲା।

ଦକ୍ଷିଣ କୋରିଆ ଗଣମାଧ୍ୟମ ଦ୍ୱାରା ସେୟାର କରାଯାଇଥିବା ଫଟୋ ଅନୁଯାୟୀ, ଲି-ଜାଏ-ମ୍ୟୁଙ୍ଗ ଆହତ ଅବସ୍ଥାରେ ତଳେ ପଡ଼ିଯାଇଥିବାର ନଜର ଆସିଛନ୍ତି। ରକ୍ତସ୍ରାବ ବନ୍ଦ କରିବା ପାଇଁ ତାଙ୍କ ବେକରେ ରୁମାଲ ଲଗାଯାଇଥିଲା। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.