fbpx

‘ରାମ ଆଏଙ୍ଗେ..’ ଭଜନରେ ମନ୍ତ୍ରମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସେୟାର କଲେ ୟୁଟ୍ୟୁବ୍ ଲିଙ୍କ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଜାନୁୟାରୀ ୨୨ ତାରିଖରେ ରାମ ମନ୍ଦିର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ମନ୍ଦିର ସହିତ ପୁରା ଅଯୋଧ୍ୟା ସହରକୁ ନବବଧୂ ପରି ସଜା ଯାଉଛି । ଏହି ଭବ୍ୟ କାର୍ଯ୍ୟକ୍ରମକୁ ନେଇ ଦେଶର କୋଣ ଅନୁକୋଣରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଛି ।

ଋାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ସକାଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭଜନ ସେୟାର କରିଛନ୍ତି ଓ ଲେଖିଛନ୍ତି ‘ରାମଲଲାଙ୍କ ସ୍ୱାଗତରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବ ଏହି ଭଜନ’ । ଭଜନର ମୁଖଡା ରହିଛି ‘ରାମ ଆଏଙ୍ଗେ….’ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭଜନର ୟୁଟ୍ୟୁବ୍ ଲିଙ୍କ ସେୟାର କରିଛନ୍ତି ଓ ଲେଖିଛନ୍ତି ଶ୍ରୀରାମଲଲାଙ୍କ ସ୍ୱାଗତରେ ସ୍ୱାତୀ ମିଶ୍ରାଜୀଙ୍କ ଏହି ଭକ୍ତି ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବ ।

ଏହି ଭଜନରେ କଣ୍ଠଦାନ କରିଥିବା ସ୍ୱାତୀ ମିଶ୍ରାଙ୍କ ଘର ବିହାରର ଛାପରା ଜିଲ୍ଲାରେ କିନ୍ତୁ ସେ ମୁମ୍ବାଇରେ ରୁହନ୍ତି । ଏହା ପୂର୍ବରୁ ସେ ଛଟ ମାତାଙ୍କ ଉପରେ ଗାଇଥିବା ଭଜନ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଥିଲା ।

Get real time updates directly on you device, subscribe now.