fbpx

ବିନା ଲୁହା ସିମେଣ୍ଟରେ ତିଆରି ହେଉଛି ଅଯୋଧ୍ୟା ରାମ ମନ୍ଦିର, ଏହା କିପରି ସମ୍ଭବ ହୋଇଛି ଜାଣନ୍ତୁ

ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିର ନା କେବଳ ଏହାର ଭବ୍ୟତା ଲାଗି ଦିବ୍ୟ ବରଂ ଭାରତକୁ ଏକତା ସୂତ୍ରରେ ବାନ୍ଧିବା ଲାଗି ମଧ୍ୟ କାର୍ଯ୍ୟ କରୁଛି । ଅଯୋଧ୍ୟାରେ ଦଶକ ଦଶକ ଧରି କଠିନ ସଂଘର୍ଷ ଓ ହଜାର ହଜାର ରାମ ଭକ୍ତଙ୍କ ବଳିଦାନ ପରେ ଆଜି ପ୍ରଭୁ ରାମଙ୍କ ଭବ୍ୟ ଓ ଦିବ୍ୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜାନୁୟାରୀ ୨୦୨୫ ସୁଦ୍ଧା ରାମ ମନ୍ଦିରର ସଂପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ସରିଯିବ । କିନ୍ତୁ ମନ୍ଦିର ନିର୍ମାଣରେ କେତେ ଘନଫୁଟ ପଥର ଲାଗିଛି ଏହା ଆପଣ ଜାଣନ୍ତି କି?

ଅଯୋଧ୍ୟାର ରାମ ମନ୍ଦିରର ନିର୍ମାଣ ପଥରରେ କରାଯାଉଛି । କେଉଁଠାରେ ବି ଲୁହାର ବ୍ୟବହାର କରାଯାଇ ନାହିଁ । ଏହି ସମସ୍ତ ପଥର ରାଜସ୍ଥାନର ବଂଶୀ ପାହାଡପୁରର ଗୋଲାପୀ ପଥର ଅଟେ । ମନ୍ଦିର ନିର୍ମାଣରେ ସବୁଠାରୁ ବଡ କଥା ହେଉଛି ପ୍ରଭୁ ଶ୍ରୀରାମ ଯେଉଁଠି ବିରାଜମାନ କରିବେ ସେହି ଗର୍ଭ ଗୃହରେ ପ୍ରାୟ ୪ ଲକ୍ଷ ୬୦ ହଜାର ଘନ ଫୁଟ ପଥର ଲଗାଯାଇଛି । ଏହା ବ୍ୟତିତ ପ୍ରାୟ ୨୧ ଲକ୍ଷ ଘନଫୁଟ ପଥରରେ ସଂପୂର୍ଣ୍ଣ ମନ୍ଦିରର ନିର୍ମାଣ କରାଯାଇଛି ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମହାସଚିବ ଚମ୍ପତ ରାୟ କହିଛନ୍ତି ଯଦି କେବଳ ମନ୍ଦିରର କଥା କହିବା ତେବେ ଏଥିରେ ମୋଟ ୪,୭୫,୦୦୦ଘନଫୁଟ ପଥରର ବ୍ୟବହାର କରାଯାଇଛି । ଯେଉଁଥିରେ ରାଜସ୍ଥାନର ମକରାନା ମାର୍ବଲ, ଗ୍ରେନାଇଟ୍ ମାର୍ବଲ, ପରକୋଟେ ପଥର ରହିଛି । ତେବେ ସବୁ ପଥର ମିଶାଇଲେ ମନ୍ଦିର ନିର୍ମାଣରେ ମୋଟ ୨୧ଲକ୍ଷରୁ ୨୨ ଲକ୍ଷ ଘନଫୁଟ ପଥର ବ୍ୟବହାର କରାଯାଇଛି ।

Get real time updates directly on you device, subscribe now.