fbpx

ବାଂଲାଦେଶରେ ପୁଣି ଶେଖ୍ ହସୀନା ସରକାର, ୫ମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ

ଢ଼ାକା: ରବିବାର ବାଂଲାଦେଶରେ ୩୦୦ଟି ଆସନ ପାଇଁ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଶାସକ ଦଳ ଆୱାମୀ ଲୀଗ ଦଳ ୫୦%ରୁ ଅଧିକ ଭୋଟରେ ବିଜୟୀ ହୋଇଛି । ଶେଖ୍ ହସୀନା ପଂଚମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ । ଗୋପାଲଗଂଜର ୩ଟି ସଂସଦୀୟ ଆସନରେ ପୁଣି ଥରେ ବିଜୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ଶେଖ୍ ହସୀନା । ଏହି ଆସନଗୁଡ଼ିକରେ ତାଙ୍କୁ ମୋଟ୍ ୨,୪. ୯୬୫ ଭୋଟ୍ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ମାତ୍ର ୪୬୯ ଭୋଟ୍ ମିଳିଥିଲା ।
ଏହି ସାଧାରଣ ନିର୍ବାଚନରେ ୨୭ଟି ରାଜନୈତିକ ଦଳର ୧୫୦୦ରୁ ଉର୍ଦ୍ଧ୍ୱ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ବ୍ୟତୀତ ୪୩୬ ଜଣ ସ୍ୱାଧୀନ ପ୍ରାର୍ଥୀ ଥିଲେ । ତେବେ ଏହି ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଖାଲିଦା ଜିୟା(Khalida Zia) ଏହି ନିର୍ବାଚନକୁ ବର୍ଜନ କରିଥିବା ଯୋଗୁଁ ଶେଖ ହସୀନା ୫ମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଜିତିବା ନେଇ ଆଶା କରାଯାଉଥିଲା ।

Get real time updates directly on you device, subscribe now.