ଆଉ ୨ ଆପକୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗୁଲ୍, ଏହା ମାଧ୍ୟମରେ ଭାରତୀୟଙ୍କୁ ଲୁଟୁଥିଲେ ସାଇବର ଅପରାଧୀ

ନୂଆଦିଲ୍ଲୀ: ଆଜିକାଲି ଟେକ୍ନୋଲୋଜି ସମୟରେ ଆମେ ସମେସ୍ତେ ସ୍ମାର୍ଟ ଫୋନର ଉପରେ ନିର୍ଭରଶୀଳ । ଆମେ ଏହି ଫୋନର ଫିଚର ଏବଂ କ୍ୱାଲିଟ ସହ ଏଥିରେ ଥିବା ଗୁଗଲ ପ୍ଲେ ଷ୍ଟୋରର ମଧ୍ୟ ବହୁଳ ବ୍ୟବହାର କରିଥାଉ । ଏହା ଫଳରେ ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ସାଇବର ଠକେଇ । ଆଉ ଏହି ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରାକାର ବହୁତ ବଡ଼ ବଡ଼ ପଦକ୍ଷେପ ନେଉଛନ୍ତି । କିନ୍ତୁ ସାଇବର ଠକେଇରେ ଲାଗୁନି ବ୍ରେକ୍ । ଆଉ ବର୍ତ୍ତମାନ ସାଇବର ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଦୂରସଂଚାର ବିଭାଗ (ଡଟ୍‌) ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଗୁଗୁଲ୍ ଏବଂ ଆପଲ୍ ସେମାନଙ୍କ ଷ୍ଟୋରରୁ ଦୁଇଟି ଆପ୍ ହଟାଇଛନ୍ତି ।

ଏହି ଆପ୍ ଦୁଇଟି ଭାରତରେ ଇସିମ୍ ସେବା ଯୋଗାଇ ଦେଉଥିଲା ।

ଏଥିସହିତ ସରକାର ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଏବଂ ଟେଲିକମ୍ କମ୍ପାନି ଗୁଡ଼ିକୁ ମଧ୍ୟ ଭାରତରେ ଉକ୍ତ ଦୁଇଟି ଆପ୍‌ର ୱେବସାଇଟ୍‌କୁ ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଷିଦ୍ଧ ହୋଇଥିବା ଏହି ଆପ୍ ଦୁଇଟି ହେଲା ଏରାଲୋ ଏବଂ ହୋଲାଫ୍ଲାଏ । ଏହି ୨ଟିି ଆପ୍ ଇସିମ୍ ପ୍ରଦାନ କରିଥାନ୍ତି । ଯାହା ମାଧ୍ୟମରେ ଟେଲିକମ୍ କମ୍ପାନି ଗୁଡ଼ିକ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଟେଲିକମ୍ ସେବା ଯୋଗାଇ ଥାନ୍ତି । ଆପଲ୍ ଏବଂ ଗୁଗୁଲ ଏହି ଆପକୁ ହଟାଇବା ନେଇ ବିଦ୍ଧବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଡଟ୍ ଠାରୁ ସେମାନେ ଗତ ୪ ତାରିଖରେ ଆପ୍ ହଟାଇବା ପାଇଁ ନିର୍ଦ୍ଦେଶ ପାଇଥିଲେ ।

ସରକାରୀ ଅଧିକାରୀମାନେ ଜାଣି ବାକୁ ପାଇଥିଲେ ଯେ ସାଇବର ଅପରାଧୀମାନେ ଭାରତୀୟଙ୍କୁ ଏହା ଜରିଆରେ ଲୁଟୁଥିଲେ । ଅଣସ୍ୱୀକୃତ ଇସିମ୍ ଜରିଆରେ ଅନ୍ତର୍ଜାତୀୟ ଫୋନ ନମ୍ବରରୁ କଲ୍ କରି ଅପରାଧୀମାନେ କାରନାମା ଚଳାଉଥିଲେ । ତେବେ ଇସିମ୍ ପାଇଁ ଡଟର ଏନଓସି ଆବଶ୍ୟକ ହୋଇଥାଏ । ଇସିମ୍ ସେବା ପ୍ରଦାନକାରୀମାନେ ବିନା ସିମ୍‌ରେ ଭଏସ୍ କଲିଂ ଇଣ୍ଟରନେଟ ସେବା ପ୍ରଦାନ କରିିଥାନ୍ତି । ଭାରତରେ ଏବେ ନୋମାଡ ଇସିମ୍ ଏବଂ ଆଲୋସିମ୍ ଭଳି ଇସିମ୍ ସେବାପ୍ରଦାନକାରୀ ସେମାନଙ୍କ ସେବା ଯୋଗାଇ ଦେଉଛନ୍ତି ।