fbpx

ଚୀନର ‘ଆଇସ୍ ଆଣ୍ଡ୍ ସ୍ନୋ ଥିମ୍ ପାର୍କ’ ଗିନିଜ୍ ବିଶ୍ୱ ରେକର୍ଡ଼ରେ ସ୍ଥାନିତ

ଓଡ଼ିଶା ଭାସ୍କର: ବିଶ୍ୱର ବୃହତ୍ତମ ଅସ୍ଥାୟୀ ଆଇସ୍ ଆଣ୍ଡ୍ ସ୍ନୋ ଥିମ୍ ପାର୍କ ଭାବେ ଚୀନର ହାର୍ବିନ୍ ଆଇସ୍ ସ୍ନୋ ୱାର୍ଲ୍ଡ(China’s Harbin Ice-Snow World) ଗିନିଜ୍ ବିଶ୍ୱ ରେକର୍ଡ଼ରେ ସ୍ଥାନିତ ହୋଇଛି । ୧୯୯୯ରେ ଏହି ଥୀମ ପାର୍କ ନିର୍ମାଣ ହେଲା ପରେ ହାର୍ବିନ ଓ, ହେଇଲୋଂଗଜିଆଙ୍ଗ୍ରେ ଅନୁଷ୍ଠିତ ଏହି ବାର୍ଷିକ ଆୟୋଜନରେ ଲୋକମାନଙ୍କ ପାଇଁ ବରଫ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ତେବେ ୮୭ ଲକ୍ଷରୁ ଉଦ୍ଧ୍ୱର୍ ବର୍ଗ ଫୁଟରେ ପରିବ୍ୟାପ୍ତ ଏହି ପାର୍କର ଲେଟେଷ୍ଟ ଭର୍ସନ୍କୁ ସରକାରୀ ଅନୁମୋଦନ ପ୍ରାପ୍ତ ହୋଇଛି । ଏହି ପାର୍କରେ ୨ ହଜାରରୁ ଅଧିକ ବରଫରେ ନିର୍ମିତ ମୂତ୍ତି ରହିଛି ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଏଭଳି ଏକ ବରଫର ପାର୍କ ନିର୍ମାଣ କରିବା ପାଇଁ ୧୦ ହଜାରରୁ ଉଦ୍ଧ୍ୱର୍ ବିଲ୍ଡରମାନଙ୍କ ଏକ ବିଶାଳ ଟିମକୁ ଏକ ମାସ ପର୍ଯ୍ୟନ୍ତ କଠୋର ପରିଶ୍ରମ କରିବାକୁ ପଡ଼ିଥିଲା । ଗିନିଜ୍ ବିଶ୍ୱ ରେକର୍ଡ଼ର ନିର୍ଣ୍ଣାୟକ ମଣ୍ଡଳୀ ହାର୍ବିନରେ ଚୀନ୍ ଆଇସ୍ ଆଣ୍ଡ ସ୍ନୋ ଟୁରିଜିମ୍ ଡେଭେଲପମେଣ୍ଟ ଫୋରମ ୨୦୨୪ରେ ଚୀନ୍ ଅଧିକାରୀଙ୍କୁ ଏକ ପ୍ରମାଣ ପତ୍ର ପ୍ରଦାନ କରିଥିଲା । ପୂର୍ବୋତ୍ତର ଚୀନରେ ହେଇଲୋଂଗଜିଆଙ୍ଗ୍ ପ୍ରାନ୍ତର ରାଜଧାନୀ ହାର୍ବିନ ହେଉଛି ୫୦ ଲକ୍ଷରୁ ଉଦ୍ଦ୍ୱର୍ ଜନସଂଖ୍ୟ ବିଶିଷ୍ଟ ଏକ ମହାନଗର । ଏହା ସମୃଦ୍ଧ ଇତିହାସ ଏବଂ ସଂସ୍କୃତିର ଏକ ଆକର୍ଷଣୀୟ ସହର ଯାହା ଚୀନ ଏବଂ ରୁଷର ମିଶ୍ରଣ ପ୍ରଭାବ ପାଇଁ ଜଣାଶୁଣା ।

 

Get real time updates directly on you device, subscribe now.