fbpx

ଲିିଫ୍ଟରେ ଫଶିଗଲେ ୬୦ ବର୍ଷୀୟା ମୂକ ବଧିର ମହିଳା, କିପରି ବଞ୍ଚାଇଲେ ଜୀବନ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳା ଲିଫ୍ଟରେ ଫସି ରହିଥିବା ନଜର ଆସୁଛନ୍ତି । ସବୁଠାରୁ ବଡ କଥା ହେଉଛି ସେହି ମହିଳା କଥା କହି ପାରୁନାହାନ୍ତି କି ଶୁଣି ପାରୁ ନାହାନ୍ତି । ଏପରି ସ୍ଥିତିରେ ତାଙ୍କ ପାଇଁ କାହାଠାରୁ ସାହାଯ୍ୟ ମାଗିବା ବି ମୁସ୍କିଲ ହୋଇପଡିଛି ।

ମହିଳାଙ୍କ ବୟସ ପ୍ରାୟ ୬୦ ପାଖାପାଖି ହେବ । ଏବେ ଆପଣ ଅନୁମାନ କରିପାରିବେ କି ତାଙ୍କ ପାଇଁ ଏହି ସମୟ କେତେ ଭୟାନକ ହୋଇଥିବ । କିନ୍ତୁ ପରେ ମହିଳାଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଛି । ଏହି ଭିଡିଓ ଚୀନ୍‌ର ଚାଙ୍ଗଦେ ସହରର । ଘଟଣାର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି କି ମହିଳା ନିଜ ପରିବାର ସହ ପାଣି ବୋତଲ ଲିଫ୍ଟରେ ରଖିବା ବେଳେ ଲିଫ୍ଟ ବନ୍ଦ ହୋଇଯାଉଛି । ଏହାପରେ ମହିଳା ଜଣକ ଭୟଭୀତ ହୋଇପଡୁଛନ୍ତି । ସେ ଲିଫ୍ଟର ଦ୍ୱାର ଖୋଲି ବାହାରକୁ ଆସିବାକୁ ଚେଷ୍ଟା କରୁଛନ୍ତି । ମହିଳା ପ୍ରଥମ ଥର ଲାଗି ଲିଫ୍ଟର ବ୍ୟବହାର କରୁଥିଲେ ।

ପରିବାର ଲୋକ ଜାଣିଥିଲେ ସେ ଲିଫ୍ଟରେ ଏକା ଯାଇପାରିବେ ନାହିଁ । ସେଥିପାଇଁ ଦ୍ୱାର ନିକଟରେ ଏକ ବୋତଲ ପେଟୀ ରଖି ଦ୍ୱାରକୁ ବ୍ଲକ କରାଯାଇଥିଲା । ମହିଳା କିନ୍ତୁ ଏହା ଜାଣି ନ ପାରି ବୋତଲକୁ ଭିତରେ ରଖିଦେଇଥିଲେ ଓ ସେହି ସମୟରେ ଲିଫ୍ଟ ବନ୍ଦ ହୋଇଯାଇଥିଲା । ଘଟଣାର ୪୦ ମିନିଟ୍ ପରେ ୧୪ ଦମକଳ କର୍ମୀଙ୍କ ସହାୟତାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କର ମେଡିକାଲ ଯାଞ୍ଚ କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିଛି ।

Get real time updates directly on you device, subscribe now.