fbpx

(Video)ଡିଜେ ନ ବାଜିବାରୁ ଓଲା ଇଲେକ୍ଟ୍ରି ସ୍କୁଟିର ସାଉଣ୍ଡ ଲଗାଇ ଷ୍ଟେଜରେ ଏଭଳି ନାଚିଲେ ଯୁବତୀ, ଦେଖନ୍ତୁ

ଓଡିଶା ଭାସ୍କର: ବାହାଘର ହେବ ଆଉ ପୁଣି ନାଚଗୀତ ହେବନି, ଏକଥା ଅସମ୍ଭ। ଆଜିକାଲି ବାହାଘରକୁ ଏକ ବଡ଼ ଉତ୍ସବ ଭଳି ପାଳନ କରାଯାଉଛି। ଭୋଜିଭାତ ସାଙ୍ଗକୁ ବଡ଼ ଷ୍ଟେଜ, ଲାଇଟ ଓ ଡିଜେର ବ୍ୟବସ୍ଥା କରି ସମସ୍ତେ ଖୁବ ମଜା ଉଠାଉଛନ୍ତି। ହେଲେ ଏହି ମଜାମସ୍ତି ବେଳେ ଯଦି ଡିଜେ ସାଉଣ୍ଡ ବନ୍ଦ ହୋଇଯାଏ ତାହେଲେ କଣ ଆଉ କରାଯାଇପାରେ। ତେବେ ଏଭଳି ଏକ ଘଟଣା ଦେଖାଦେଇଛି ଯାହାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ନିକଟରେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଦେଖିବା ପରେ ଆପଣ ହସି ହସି ବେଦମ୍‌ ହୋଇଯିବେ।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଷ୍ଟେଜ ଉପରେ ଏକ ବଲିଉଡ ଗୀତରେ ଡ୍ୟାନ୍ସ କରୁଛନ୍ତି। ଷ୍ଟେଜ ତଳେ ଅତିଥି ଓ ସମ୍ପର୍କୀୟ ମାନେ ଉପସ୍ଥିତ ରହି ଏହାକୁ ଉପଭୋଗ କରୁଛନ୍ତି। ଆଉ ସବୁଠୁ କୌତୁହଳର ବିଷୟ ଏହା ଯେ, ବାଜୁଥିବା ଗୀତ କୌଣସି ଡିଜେର ନୁହେଁ। ଏହି ଗୀତ ଓଲା ଇଲେକ୍ଟ୍ରି ସ୍କୁଟିରୁ ବାଜୁଥିବାର ଶୁଣିବାକୁ ମିଳୁଛି। ସଙ୍ଗୀତ କାର୍ୟ୍ୟକ୍ରମରେ ଓଲାକୁ ବ୍ୟବହାର କରାଯାଇ ଗୀତ ବଜାଯାଇଥିଲା ଯେଉଁଥିରେ ଯୁବତୀ ଜଣକ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବହୁ ୟୁଜର୍ସ ଏଥିରେ ପ୍ରତିକ୍ରିୟା ଦେଇଥିଲେ। କେବଳ ୟୁଜର୍ସ ନୁହେଁ ଓଲା ସ୍କୁଟିର ସିଇଓ ଭାବିଶ ଅଗ୍ରୱାଲଙ୍କୁ ମଧ୍ୟ ଏହା ଖୁବ ପସନ୍ଦ ଆସିଛି। ଯାହାକୁ ନେଇ ଏଥିରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଥିଲେ।

ସୂଚନା ଅନୁଯାୟୀ, ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଭିଡିଓଟି ମହାରାଷ୍ଟ୍ରର ଛତ୍ରପତି ସଂଭାଜୀ ନଗର ଅଞ୍ଚଳର ବୋଲି କୁହାଯାଉଛି। ଭିଡିଓରେ କୁହାଯାଇଛି, ଷ୍ଟେଜ ସଜା ହୋଇଥିଲା, କନ୍ୟା ନିଜର ଡ୍ୟାନ୍ସ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ଥିଲେ। ଆଉ ଡ୍ୟାନ୍ସ ଦେଖିବା ପାଇଁ ସମସ୍ତ ଅତିଥି ପହଞ୍ଚି ସାରିଥିଲେ। ହେଲେ ହଠାତ୍‌ ପୋଲିସ ପହଞ୍ଚି ଇଭେଣ୍ଟ ପ୍ଲାନରଙ୍କ ମ୍ୟୁଜିକ ସିଷ୍ଟମ ବନ୍ଦ କରି ଦେଇଥିଲେ। ଫଳରେ କାର୍ୟ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା କିନ୍ତୁ ତାହା ରୋକି ଯାଇ ନ ଥିଲା। କନ୍ୟାଙ୍କର ସାଙ୍ଗମାନେ ମିଶି ଓଲା ସ୍କୁଟରେ ଗୀତ ବଜାଇଥିଲେ ଯେଉଁଥିରେ ସେ ଜବରଦସ୍ତ ଡ୍ୟାନ୍ସ କରିଥିଲେ। କନ୍ୟାଙ୍କର ନିଜ ବିବାହରେ ଡ୍ୟାନ୍ସ କରିବାର ଇଛା ଥିଲା ଯାହା ପୂରଣ ହୋଇପାରିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଭିଡିଓକୁ ରିପୋଷ୍ଟ କରି ଓଲାର ସିଇଓ ଭାବିଶ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଖୁସି ଲାଗୁଛି କି ଓଲା ଏବେ ଦେଶର ସାମାଜିକ କାର୍ୟ୍ୟକ୍ରମର ଏକ ଅଂଶ ପାଲଟିଛି।

Get real time updates directly on you device, subscribe now.