fbpx

ଆଗ ଗୁପଚୁପ ମୁଁ ଖାଇବି… ଏଇ କଥାକୁ ନେଇ ରାଜରାସ୍ତାରେ ଯୁବତୀଙ୍କ ମାରପିଟ୍

ଭୁବନେଶ୍ୱର: ଗୁପଚୁପ ଲୋଭରେ ଆରମ୍ଭ ହେଲା ତୁମୁଳକାଣ୍ଡ । ଆଗେ ଗୁପଚୁପ କିଏ ଖାଇବ, ସେ କଥାକୁ ନେଇ ପାଟିତୁଣ୍ଡ, ଆଉ ତା’ପରେ କାମୁଡ଼ା କାମୁଡ଼ି, ଚୁଟି ଝିଙ୍କାଝିଙ୍କି ହୋଇ ରାଜରାସ୍ତାରେ ଗଡ଼ିଗଲେ ଯୁବତୀ । ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଭଳି ଜନଗହଳିପୂର୍ଣ୍ଣ ଛକରେ ଏହି ଘଟଣା ପାଇଁ ଆହୁରି ହାଲ୍ଲା ସୃଷ୍ଟି ହୋଇଯାଇଥିଲା । ପ୍ରଥମେ ଗୁପଚୁପ ଖାଇବା ଆଶାରେ ମାରପିଟ୍ ହୋଇ ଆହତ ହୋଇଛନ୍ତି ଏକାଧିକ ଯୁବତୀ । ଏମିତିକି ପୋଲିସ ଭ୍ୟାନ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇଛି ।

ରାଜଧାନୀ ଭୁବନେଶ୍ୱରରେ ଏବେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଏବଂ ଅଜବ ପ୍ରକାରର କାଣ୍ଡ ଦେଖିବାକୁ ମିଳୁଛି । ସବୁଠୁ ବଡ଼ ଅଭାବନୀୟ କାଣ୍ଡ ଦେଖାଯାଇଛି ରଜଧାନୀର ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଛକରେ । ଏଠାରେ କିଛି ଯୁବତୀ ଗୁପଚୁପ ଖାଇବାକୁ ନେଇ ପାଟିତୁଣ୍ଡ କରିଥିଲେ । ପ୍ରଥମେ ଗୁପଚୁପ କିଏ ଖାଇବ ସେ ନେଇ ନିଜ ନିଜ ଭିତରେ ଆରମ୍ଭ କରିଥିଲେ ପାଟିତୁଣ୍ଡ, ଯାହା ପରେ ମାରପିଟରେ ପହଞ୍ଚି ଯାଇଥିଲା । ଖାଲି ସେତିକି ନୁହେଁ, ଏଥିରେ ଯୁବତୀମାନେ ପରସ୍ପରଙ୍କ ଚୁଟି ଝିଙ୍କାଝିଙ୍କି କରିବା ସହ ନିଜ ନିଜ ଭିତରେ କାମୁଡ଼ା କାମୁଡ଼ି ମଧ୍ୟ ହୋଇଥିବା ଜାଣିବାକୁ ମିଳିଛି । ଏହି ସାମାନ୍ୟ କଥାରୁ ପାଟିତୁଣ୍ଡ ଏତେ ବଢି ଯାଇଥିଲା ଯେ, ସମ୍ପୃକ୍ତ ଯୁବତୀମାନେ ନିଜ ନିଜ ଭିତରେ ମାରପିଟ୍ ହେଇ ଆହତ ହୋଇଛନ୍ତି । ଏହାପରେ ଘଟଣାସ୍ଥଳକୁ ପିସିଆର ଭ୍ୟାନ ଆସି ମାମଲାରେ ହସ୍ତକ୍ଷେପ କରିବା ସହ ଆହତ ଯୁବତୀଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ପହଞ୍ଚାଇଛି ।

ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁରର ୩ ଜଣ ଯୁବତୀ ଜଣେ ଯୁବକଙ୍କ ସହ ମାଷ୍ଟରକ୍ୟାଣ୍ଟିନ ଛକକୁ ଖାଇବାକୁ ଆସିଥିଲେ । ତାଙ୍କ ବ୍ୟତୀତ ଆଉ ଜଣେ ଯୁବତୀ ମଧ୍ୟ ସେଠାରେ ଗୁପଚୁପ ଖାଇବା ପାଇଁ ପହଞ୍ଚିଥିଲେ । ଉଭୟ ପକ୍ଷ ସେମାନଙ୍କୁ ପ୍ରଥମେ ଗୁପଚୁପ ଦେବା ପାଇଁ ବେପାରୀଙ୍କୁ କହିଥିଲେ । କିନ୍ତୁ ଜଣେ ଯୁବତୀ ଯୁବକଙ୍କୁ କମେଣ୍ଟ କରିବାରୁ ଏହି ତୁମୁଳକାଣ୍ଡ ଆରମ୍ଭ ହୋଇଥିଲା । ମାରପିଟରେ ସମସ୍ତ ଯୁବତୀ ପରସ୍ପରକୁ ମାଡ଼ ମାରିବା ସହ ଚୁଟି ଝିଙ୍କାଝିଙ୍କି ଏବଂ କାମୁଡ଼ା କାମୁଡ଼ି କରିଥିବା ଦେଖାଯାଇଛି । ତେବେ ସ୍ଥାନୀୟ ଲୋକେ ଏହାକୁ ଦେଖି ପୋଲିସକୁ ଖବକର ଦେଇଥିଲେ । ପୋଳିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମାମଲା ଥଣ୍ଡା ପଡ଼ିଥିଲା ।

Get real time updates directly on you device, subscribe now.