fbpx
BJD
BJD SKY
BJD SKY

ବିଦେଶରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ପ୍ରଭାବ, ମେରିଲ୍ୟାଣ୍ଡରେ ଲାଇଟ୍ ଶୋ’ ପରେ ଆମେରିକାରେ କାର ରାଲି

ନୂଆଦିଲ୍ଲୀ: ସଜେଇ ହୋଇଛି ଅଯୋଧ୍ୟା ନଗରୀ । ଅନ୍ତିମ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି । ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରଭୁ ରାମ ଲଲାଙ୍କର ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସମସ୍ତେ ଉତ୍ସବମୁଖର । କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଶ୍ରୀ ରାମଙ୍କ ଜୟ ଜୟକାର ଶୁଣିବାକୁ ମିଳିଛି । ଆମେରିକାରରେ ରହୁଥିବା ପ୍ରବାସୀ ଭାରତୀୟ ଏହାର ପ୍ରଚାର ପ୍ରସାର କରୁଛନ୍ତି । ଶନିବାର ମେରିଲ୍ୟାଣ୍ଡରେ କାର ଲାଇଟ୍ ଶୋ’ ହୋଇଥିବା ବେଳେ ବର୍ତ୍ତମାନ ନ୍ୟୁ-ଜର୍ସିରେ ଏକ କାର ର୍ୟାଲି ଆୟୋଜିିିତ ହୋଇଛି । ଏହି ଶୋଭାଯାତ୍ରାରେ ପ୍ରାୟ ୩୫୦ କାର୍ ସାମିଲ ହୋଇଥିଲା । ହିନ୍ଦୁ ସମୁଦାୟର ବ୍ୟକ୍ତିମାନେ କାରରେ ପ୍ରଭୁ ରାମଙ୍କ ପତାକା ଲଗାଇ ପ୍ରଚାର କରୁଥିବା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ଏଏନ୍ଆଇ ପକ୍ଷରୁ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ପୋଷ୍ଟ କରାଯାଇଛି ।

ଆମେରିକାର ୧୦ରୁ ଅଧିକ ରାଜ୍ୟରେ ପ୍ରଭୁ ରାମ ଏବଂ ରାମ ମନ୍ଦିରର ବିଶାଳ ହୋର୍ଡ଼ିଂ ଦେଖିବାକୁ ମିଳିଛି । ବିଶ୍ୱ ହିନ୍ଦୁ ପରିଷଦ ଆମେରିକାରେ ରହୁଥିବା ହିନ୍ଦୁମାନଙ୍କ ସହ ମିଶି ପ୍ରାଣ ପ୍ରତିଷ୍ଠା ଉତ୍ସବର ୪୦ରୁ ଅଧିକ ବିଲ୍ବୋର୍ଡ଼ ଲଗାଇଛନ୍ତି । ଟେକ୍ସାସ୍, ଇଲିନୋଇସ୍, ନ୍ୟୁୟର୍କ, ନ୍ୟୁ-ଜର୍ସି ଏବଂ ଜର୍ଜିଆ ସହିତ ଅନ୍ୟ ରାଜ୍ୟରେ ମଧ୍ୟ ବିଲ୍ବୋର୍ଡ଼ ଲାଗିଛି । ଆମେରିକା ହିନ୍ଦୁ ପରିଷଦର ଜେନେରାଲ ସେକ୍ରେଟେରୀ ଅମିତାଭ ମିତ୍ତଲ କହିଛନ୍ତି ଯେ ଏହି ହୋର୍ଡ଼ିଂ ମାଧ୍ୟରେ ପ୍ରଭୁ ରାମ ଏବଂ ରାମ ମନ୍ଦିର ବିଷୟରେ ସନ୍ଦେଶ ଦିଆଯାଇଛି । ସେହିପରି ମେରିଲ୍ୟାଣ୍ଡରେ କାର ଗୁଡ଼ିକରେ ବିଭିନ୍ନ ପ୍ରକାର ଲାଇଟ୍ ଶୋ’ କରାଯାଇଥିଲା । ବିଦେଶରେ ଥାଇ ମଧ୍ୟ ପ୍ରବାସୀ ହିନ୍ଦୁମାନେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଭାବନା ପ୍ରଦର୍ଶିତ କରିଛନ୍ତି । ଏହା ଭାରତ ପାଇଁ ଗର୍ବର ବିଷୟ ।

 

Get real time updates directly on you device, subscribe now.