fbpx

(Video) ଅଯୋଧ୍ୟା ରାମ ମନ୍ଦିରରେ ବୋମା… ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୋଲିସକୁ ମିଳିଲା ଏମିତି ଖବର

ନୂଆଦିଲ୍ଲୀ: ବର୍ତ୍ତମାନ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ରାମଭକ୍ତିରେ ଲୀନ ହୋଇଯାଇଛି । ସବୁ ଗଳିକନ୍ଦିରେ ପ୍ରକମ୍ପିତ ହୋଇ ଉଠୁଛି ଜୟ ଶ୍ରୀରାମ ଧ୍ୱନୀ । କିନ୍ତୁ ଏହି ପବିତ୍ର ଦିନକୁ ସାରା ଦେଶ ଅପେକ୍ଷା କରି ରହିଥିବା ବେଳେ ପୋଲିସକୁ ମିଳିଛି ଏକ ଭୟଙ୍କର ଖବର । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଖଞ୍ଜାଯାଇଛି ବୋମା । ଏଭଳି ଏକ କଲ୍ ପାଇବା ପରେ ଚମକି ଉଠିଛି ପୋଲି ଡିପାର୍ଟମେଣ୍ଟ । ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଆତଙ୍କବାଦୀ ଏଭଳି କିଛି କରି ଥାଇ ପାରନ୍ତି ବୋଲି ମଧ୍ୟ ଆଶଙ୍କା କରିଥିଲା ପୋଲିସ ।

ଏମିତି ଫୋନ କଲ୍ ଆସିବା ପରେ ପୋଲିସ ତତ୍ କ୍ଷଣାତ୍ ଶ୍ରୀରାମ ମନ୍ଦିରରେ ପହଞ୍ଚିଥିଲା । ଏହାସହିତ ବୋମା କେଉଁଠି ଖଞ୍ଜାଯାଇଛି ବୋଲି ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ । ବିଭିନ୍ନ ସୁରକ୍ଷା ଏଜେନ୍ସି ତୁରନ୍ତ ସମଗ୍ର ମନ୍ଦିର ଏବଂ ଆଖପାଖ ଅଞ୍ଚଳକୁ କବଜା କରି ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ । ଜାନୁୟାରୀ ୨୨ ତାରିଖରେ ହେବାକୁ ଥିବା ପ୍ରାଣ ପତିଷ୍ଠା ସମାରୋହ ପୂର୍ବରୁ କୌଣସି ଅଘଟଣ ନ ଘଟୁ, ସେଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଏହାପରେ ଏଭଳି ଏକ ସୂଚନା ପାଇବା ପରେ ପୋଲିସକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇ ପଡ଼ିଥିଲା । କିନ୍ତୁ ସମଗ୍ର ମନ୍ଦିର ଏବଂ ପରିସର ଖୋଜି ସାରିବା ପରେ ମଧ୍ୟ କୌଣସି ସ୍ଥାନରୁ ବୋମା କିମ୍ବା ଅନ୍ୟ କୌଣସି ସନ୍ଦିଗ୍ଧ ଜିନିଷ ମିଳି ନାହିଁ । ଯାହାକୁ ପୋଲିସ ଚିନ୍ତାରେ ପଡ଼ିଯାଇଛି ପୋଲିସ ଡିପାର୍ଟମେଣ୍ଟ ।

ତେବେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଏମିତି ଫୋନ କରି ଧମକ ଦେବାକୁ ନେଇ ଏବେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହାକୁ ନେଇ ଫୋନ ଆସିଥିବା ଅଜଣା ନମ୍ବରକୁ ଟ୍ରାକ କରିବାରୁ ପୋଲିସ ଏକ ଭୟାନକ ସତର ସନ୍ଧାନ ପାଇଛି । ମିଳିଥିବା ସୂଚନା ଅନୁସାରେ, ସାହାଜାନପୁରର ଜଣେ ୧୨ ବର୍ଷର ପିଲା ୧୧୨କୁ ଫୋନ୍ କରି କହିଥିଲା ଯେ, ଅଯୋଧ୍ୟା ଥାନାରେ ବମ୍ ଅଛି । ଏତିିକି କହି ଫୋନ୍ କାଟି ଦେଇଥିଲା । ପରେ କଣ୍ଟ୍ରୋଲ ରୁମରୁ ସେହି ନମ୍ବରକୁ ଯେତବେଳେ କଲ ଯାଇଥିଲା ରାମ ମନ୍ଦିରରେ ବି ବୋମା ଅଛି କହିଥିଲା । ଏହାପରେ ପୋଲିସ ସହ ବିଭିନ୍ନ ସୁରକ୍ଷା ଏଜେନ୍ସି ଚିନ୍ତାରେ ପଡ଼ି ଯାଇଥିଲେ ।

Get real time updates directly on you device, subscribe now.