fbpx
BSKY SKY
BSKY SKY

ୟୁପି-ବିହାର ଭଳି ଘଟଣା ଓଡ଼ିଶାରେ; ଥାନାରେ ମାମଲା ପରେ ବି ଚୋରକୁ ଗିରଫ କଲାନି ପୋଲିସ

BSKY

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଘର ଭିତରୁ ଚୋରି ହେଲା । ଥାନାରେ ମାମଲା ରୁଜୁ ହେଲା । ଚୋରି ଆଉ ଚୋରର ଭିଜୁଆଲ CCTV ରେ କଏଦ ହେଲା । ହେଲେ ପୋଲିସ ଚୋରକୁ ଗିରଫ କଲା ନାହିଁ । ଚୋରିର ମାସେ ପରେ ଚୋରକୁ ସେହି ଅଞ୍ଚଳରେ ଦେଖି ଲୋକମାନେ ଧରିଲେ । ପରେ ଚୋର ମଧ୍ୟ ସ୍ବୀକାର କଲା ଚୋରି କରିଥିବା କଥା । ହେଲେ ଖବର ପାଇ ପରେ ଚୋର ଙ୍କ ପକ୍ଷରୁ ୪୦ ରୁ ୫୦ ଲୋକ ଆସି ପହଞ୍ଚିବା ସହ ଲୋକଙ୍କ କବଳରୁ ଚୋରକୁ ଛଡ଼ାଇ ନେଇଥିଲେ ।

ଭରତପୁର ଥାନାର ଭିତିରି କଥା

ଏହାକୁ ବିରୋଧ କରିବାରୁ ଚୋରକୁ ଧରିଥିବା ୨ ଜଣ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି । ଏନେଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ କହୁଛି ମାମଲା ଆପୋଷ ବୁଝାବଣା କରିଦିଅ । ସେମାନେ ବସ୍ତି ଲୋକ । ତାଙ୍କ ସହ ଲାଗିଲେ ତୁମେ ମାନେ ଏଠାରେ ରହି ପାରିବ ନାହିଁ । ନଚେତ୍ ଘର ଛାଡ଼ି ଚାଲିଯାଅ । ଏଭଳି ଘଟଣା ଦେଖିବାକୁ ମିଳିଛି ଭରତପୁର ଥାନା ପଣ୍ଡାକୁଦିଆ ଅଞ୍ଚଳରେ ।

Get real time updates directly on you device, subscribe now.