fbpx

ସ୍ମାର୍ଟଫୋନ ଭାଙ୍ଗୁଛି ସମ୍ପର୍କ ! ୮୮ ପ୍ରତିଶତ ଲୋକଙ୍କ ବୈବାହିକ ଜୀବନ ହେଉଛି ଖରାପ

ଆଜିକାଲି ଟେକନୋଲୋଜି ଏବଂ ସ୍ମାର୍ଟ ଫୋନ ପ୍ରତ୍ୟେକ ବ୍ୟକ୍ତି ଜୀବର ଏକ ଅଶଂ ପାଲଟି ଯାଇଛି । ଯାହାର ଅନେକ ଖରାପ ପ୍ରଭାବ ବର୍ତ୍ତମାନ ସାମ୍ନାକୁ ଆସିଛି । ଫଳରେ ଅନେକ ସମ୍ପର୍କ ଖାସ କରି ବୈବାହିକ ସମ୍ପର୍କ ଏହି ସ୍ମାର୍ଟ ଫୋନ କାରଣରୁ ଖରାପ ହେଉଛି । ତେବେ ଏନେଇ ସ୍ମାର୍ଟ ଡିଭାଇସ୍ ନିର୍ମାତା ଭିଭୋ (ଭିଭୋ ଇଣ୍ଡିଆ) ଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି । ତେବେ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର କାରଣରୁ ଭାରତରେ ବୈବାହିକ ସମ୍ପର୍କ ବିଗିଡି ଯାଉଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବାଙ୍ଗାଲୋର, ଅହମ୍ମଦାବାଦ ଏବଂ ପୁଣେରେ ୧୦୦୦ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସର୍ଭେ ଆଧାରରେ ଏହି ଅଧ୍ୟୟନ କରାଯାଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ସାଇବର ମେଡିଆ ରିସର୍ଚ୍ଚର ସହଯୋଗରେ ଭିଭୋ ଇଣ୍ଡିଆ ଦ୍ୱାରା ଏକ ‘ସୁଇଚ୍ ଅଫ୍’ ଅଧ୍ୟୟନ କରାଯାଇଥିଲା । ଏହି ଗବେଷଣାରୁ ଏହା ଜଣାପଡିଛି ଯେ ଭାରତରେ ୬୭ ପ୍ରତିଶତ ଲୋକ ସ୍ୱାମୀ କିମ୍ବା ସ୍ତ୍ରୀ ପରସ୍ପର ସହିତ ସମୟ ବିତାଉଥିଲେ ମଧ୍ୟ ଫୋନରେ ଅଧିକ ସମୟ ବିତାଇଥାନ୍ତି । ଏଥିସହିତ ୮୯ ପ୍ରତିଶତ ଲୋକ ନିଜ ଜୀବନସାଥୀଙ୍କ ସହ ଆରାମରେ କଥାବାର୍ତ୍ତା କରିବାରେ କମ୍ ସମୟ ଅତିବାହିତ କରନ୍ତି ।

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ୮୮ ପ୍ରତିଶତ ଲୋକଙ୍କ ବୈବବାହିକ ଜୀବନ ଏହି ସ୍ମାର୍ଟଫୋନର ବ୍ୟବହାର କିମ୍ବା ହସ୍ତକ୍ଷେପ କାରଣରୁ ଖରାପ ହେଉଛି । କାରଣ ସ୍ମାର୍ଟଫୋନ ବ୍ୟବହାର କାରଣରୁ ଉଭୟ ପରସ୍ପରକୁ ସମୟ ଦେଇ ପାରନ୍ତି ନାହିଁ ଏଥିସହିତ ଅଧିକ ସମୟ ଫୋନରେ ଅତିବାହିତ କରନ୍ତି । ଫଳରେ ଏହା ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

ତେବେ ଅଧ୍ୟୟନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ପ୍ରତ୍ୟେକ ଦିନ ସ୍ମାର୍ଟଫୋନରେ ହାରାହାରି ୪.୭ ଘଣ୍ଟା ବିତାଇଥାନ୍ତି । ଏହା ବ୍ୟତୀତ ୭୩ ପ୍ରତିଶତ ଲୋକ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି ଯେ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ସହ ସମୟ ବିତାଇବା ପରିବର୍ତ୍ତେ ସେମାନେ ଫୋନରେ ଅଧିକ ସମୟ ବିତାଉଛନ୍ତି । ଯାହାଫଳରେ ପ୍ରାୟ ୭୦ ପ୍ରତିଶତ ଲୋକେ ଏହି ଘଟଣାକୁ ନେଇ ରାଗି ଯାଆନ୍ତି । ଯେଉଁକାରଣରୁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

ଅଧ୍ୟୟନରୁ ଏହା ଜାଣିବାକୁ ମିଳିଛି ଯେ ପ୍ରତ୍ୟେକ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କର ପ୍ରତିଦିନ ପ୍ରାୟ ଦେଢ ଘଣ୍ଟା ଖାଲି ସମୟ ଅଛି । ଯେଉଣ ସମୟରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ପରିବାର ସହିତ ସେମାନଙ୍କର ଖାଲି ସମୟ ବିତାଇବାକୁ ପସନ୍ଦ କରନ୍ତି । କିନ୍ତୁ ପ୍ରାୟ୮୯ ପ୍ରତିଶତ ଲୋକେ ଖାଲି ସମୟ ପାଇଲେ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି ।

Get real time updates directly on you device, subscribe now.