fbpx

ଆଉ କେହି ପଢୁଛି କି ଆପଣଙ୍କ Whatsapp Message, ଏପରି କରନ୍ତୁ ଚେକ୍‌

ବେଳେ ବେଳେ ଲାଗିଥାଏ କେହି ଯେପରି ଆମ ହ୍ୱ୍ୱାଟସଆପ୍ ମେସେଜ୍ ପଢୁଛି । ତେବେ ଆପଣଙ୍କୁ ବି ଏପରି ଲାଗୁଥିଲେ ହ୍ୱ୍ୱାଟସଆପ୍ ସେଟିଂ ଜରିଆରେ ଆପଣ ଏହା ଚେକ୍ କରିପାରିବେ ।

ଗତ ବର୍ଷ ହ୍ୱ୍ୱାଟସଆପ୍ ଏହାର କମ୍ପାନିଅନ ମୋଡ୍ ଲଞ୍ଚ କରିଛି । ଏହି ଫିଚର ସାହାଯ୍ୟରେ ୟୁଜର୍ସ ଗୋଟିଏ ଆକାଉଣ୍ଟକୁ ଏକାଧିକ ଫୋନ୍‌ରେ ବ୍ୟବହାର କରିପାରିବ । ଯେପରି କମ୍ପାନୀ Whatsapp Web ଫିଚର ଦେଇଥାଏ ସେହିପରି କମ୍ପାନିଅନ ମୋଡ୍ ସାହାଯ୍ୟରେ ଆପଣ କୌଣସି ଗୋଟିଏ ହ୍ୱ୍ୱାଟସଆପ୍ ଆକାଉଣ୍ଟକୁ ଦୁଇ କିମ୍ବା ତିନି ଫୋନ୍‌ରେ ବ୍ୟବହାର କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ Linked devices ଫିଚର ବ୍ୟବହାର କରିବାକୁ ହେବ । ଯଦି ଆପଣଙ୍କୁ ଲାଗୁଛି କି କେହି ଆପଣଙ୍କ ଆକାଉଣ୍ଟକୁ ବ୍ୟବହାର କରୁଛି ତେବେ ଆପଣ ଏହାକୁ ଲିଙ୍କଡ୍ ଡିଭାଇସେସ୍‌କୁ ଯାଇ ଚେକ୍ କରିପାରିବେ ।

ଏଥିପାଇଁ ଆପଣଙ୍କୁ ହ୍ୱ୍ୱାଟସଆପ୍ ସେଟିଂକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ବହୁ ଅପ୍ସନ ମିଳିବ । ଏଠାରେ ଆପଣଙ୍କୁ Linked devices  ଅପ୍ସନ ଉପରେ କ୍ଲିକ୍ କରିବାକୁ ହେବ । ଯଦି ଆପଣଙ୍କ ହ୍ୱ୍ୱାଟସଆପ୍ ଆକାଉଣ୍ଟକୁ ଅନ୍ୟ ଫୋନ୍‌ରେ ୟୁଜ୍ କରାଯାଉଛି ତେବେ ଏଠାରେ ଆପଣଙ୍କୁ ଏହାର ଡିଟେଲ ମିଳିଯିବ । ଆପଣ ଚାହିଁଲେ ନିଜେ ମଧ୍ୟ ଆପଣଙ୍କ ହ୍ୱ୍ୱାଟସଆପ୍ ଆକାଉଣ୍ଟକୁ ଦୁଇଟି ଫୋନ୍‌ରେ ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ ଗୋଟିଏ ଫୋନ୍‌ରେ ହ୍ୱ୍ୱାଟସଆପ୍ ଡାଉନଲୋଡ୍ କରିବାକୁ ହେବ । ଏହାପରେ ଆପଣଙ୍କୁ ଆକାଉଣ୍ଟ ଲଗ ଇନ୍ କରିବା ପାଇଁ ନମ୍ବର ଫିଡ୍ କରିବା ପରିବର୍ତ୍ତେ ତିନି ବିନ୍ଦୁ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଆପଣଙ୍କୁ କମ୍ପାନିଅନ ମୋଡର ବିକଳ୍ପ ମିଳିବ । ଏବେ ଆପଣଙ୍କୁ ଆପଣଙ୍କ ପ୍ରଥମ ଫୋନ୍‌ର ଲିଙ୍କଡ୍ ଡିଭାଇସକୁ ଯିବାକୁ ହେବ ଓ ଫୋନ୍‌ରେ ନଜର ଆସୁଥିବା କ୍ୟୁଆର୍ କୋଡ୍‌କୁ ସ୍କାନ କରିବାକୁ ହେବ । ଏହିପରି ଭାବରେ ଆପଣ ୨ଟି ଫୋନ୍‌ରେ ହ୍ୱ୍ୱାଟସଆପ୍ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.