fbpx
BJD SKY
BJD SKY

(Video)ଶୋଇଥିବା ବେଳେ ଓୟୋ ରୁମ୍‌ ଭିତରେ ଅଦ୍ଭୁତ ଦୃଶ୍ୟ ଦେଖିଲେ କପଲ, ସୋସିଆଲ ମିଡ଼ିଆରେ ଭିଡିଓ ହେଲା ଭାଇରାଲ

BJD

ଓଡିଶା ଭାସ୍କର: ସମସ୍ତ କପଲମାନେ ଓୟୋ ରୁମକୁ ସୁରକ୍ଷିତ ଓ ଆରମଦାୟକ ସ୍ଥାନ ବୋଲି ଭାବିଥାନ୍ତି। କିନ୍ତୁ ଓୟୋ ରୁମରେ ବି ବିପଦ ରହିଛି। ଏ କଥା କହିବାର କାରଣ ହେଉଛି, ଏକ କପଲ୍‌ ରୁମ୍‌ ଭିତରେ ଶୋଇଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ, ନିକଟରେ ଏକ ଓୟୋ ରୁମ୍‌ର ଭିଡିଓ ଭାଇରାଲ ହେଉଛି। ଏହା ଭିତରର ଦୃଶ୍ୟ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ରାଜସ୍ଥାନର ରାଜଧାନୀ ଜୟପୁରର କନୋଟାରେ ଥିବା ଏକ ଓୟୋ ହୋଟେଲରୁ ଏହି ଭିଡିଓ ଭାଇରାଲ ହେଉଛି। ଏଠାରେ କହି ରଖୁଛୁ ଯେ, ଜୟପୁରରେ ସବୁ ପ୍ରାୟ ସମୟ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ପ୍ରତିବର୍ଷ ଏଠାକୁ ଲକ୍ଷଲକ୍ଷ ପର୍ୟ୍ୟଟକ ଆସନ୍ତି। ଏହି କ୍ରମରେ ଏକ କପଲ ଜୟପୁରକୁ ବୁଲିବାକୁ ଆସିଥିଲେ। ଆଉ ଦିନସାରା ଜୟପୁରରେ ବୁଲିବା ପରେ ଏହି କପଲ ଥକ୍କି ଯାଇଥିଲେ। ତେଣୁ ସେ ଏକ ଓୟୋ ହୋଟେଲ ବୁକ୍ କରି ଆରାମରେ ରୁମ୍‌ରେ ବିଶ୍ରାମ ନେଉଥିଲେ। ହେଲେ ହଠାତ୍‌ ସେ ଅନୁଭବ କଲେ ଯେ, ରୁମ୍‌ ଭିତରେ କେହି ଅଛି। ଯେତେବେଳେ ସେ ଲାଇଟ ଅନ୍‌ କଲେ ଆଉ ତା’ ପରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ହଠାତ, ଗୋଟିଏ ଚିତାବାଘ ରୁମ୍‌ ଭିତରକୁ ପଶିଆସିଥିଲା। ଏହା ପରେ କପଲ ତୁରନ୍ତ ସେଠାରୁ ଦୌଡ଼ି ପଳାଇଲେ। ସେମାନେ ଦୌଡ଼ି ଯାଇ ରିସେପ୍‌ସନରେ କହିଥିଲେ। ହେଲେ ସେମାନଙ୍କ କଥା କେହି ବିଶ୍ୱାସ କଲେ ନାହିଁ। କିନ୍ତୁ ଯେତେବେଳେ ସେମାନେ ଝରକା ପଟରେ ଦେଖିଲେ ସେଠାରେ ଏକ ଚିତାବାଘ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ତେବେ ରୁମ୍‌ ଭିତରେ ଚିତାବାଘ ଥିବା ଖବର ଚାରିଆଡ଼େ ବ୍ୟାପିଗଲା। ସେଠାକୁ ତୁରନ୍ତ ପଶୁ ଉଦ୍ଧାରକାରୀ ଦଳ ଡକାଯାଇଥିଲା। ଚିତାବାଘଟି ରୁମ୍‌ରେ ଥିବା ସମସ୍ତ ଜିନିଷ ଏଣେ ତେଣେ ଫିଙ୍ଗି ଦେଇଥିଲା। ଉଦ୍ଧାରକାରୀ ଦଳ ପହଞ୍ଚିବା ପର୍ଯ୍ୟନ୍ତ ହୋଟେଲ କର୍ମଚାରୀମାନେ ରୁମ୍‌ର କବାଟ ବନ୍ଦ ରଖିଥିଲେ। ଉଦ୍ଧାରକାରୀ ଦଳ ପ୍ରଥମେ ଝରକା ଦେଇ ଚିତାବାଘକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଝରକା ପଟେ ଇଞ୍ଜେକ୍ସନ ଦେଇ ବାଘକୁ ଚେତାଶୂନ୍ୟ କରିବା ପରେ ରୁମ୍‌ର କବାଟ ଖୋଲାଯାଇଥିଲା ବୋଲି କୁହାଯାଉଛି।

 

View this post on Instagram

 

A post shared by Jaipur Buzz (@jaipurbuzz)

Get real time updates directly on you device, subscribe now.