fbpx

ଭାରତରେ ହେବ End Free Movement : ମିଆଁମାର ସୀମାକୁ ସିଲ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମିଆଁମାରରେ ବିବାଦ ଘନେଇବା ପରେ ଭାରତ ସୀମା ଡେଇଁ ମିଜୋରାମକୁ ପ୍ରବେଶ କରୁଛନ୍ତି ମିଆଁମାର ସେନା । ଯାହା ବର୍ତ୍ତମାନ ଭାରତ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ସାରା ବିଶ୍ୱରେ ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତରେ ମିଆଁମାର ସେନାର ଅନୁପ୍ରବେଶକୁ ନେଇ ଆଲୋଚନା ଲାଜି ରହିଛି । ତେବେ ଏହା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଘୋଷଣା କରିଛନ୍ତି । ଭାରତ ବର୍ତ୍ତମାନ ଏହି ମିଆଁମାର ସୀମାକୁ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି । ଏଣିକି ଭାରତରେ ‘ଏଣ୍ଡ ଫ୍ରି ମୋଭମେଣ୍ଟ’ ଆରମ୍ଭ କରିବାକୁ ଯାଉଛି ।

ଆସାମ ପୋଲିସ କମାଣ୍ଡୋଙ୍କ ପରେଡ ସମୟରେ ଭାରତ-ମିଆଁମାର ସୀମାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ବାଂଲାଦେଶ ସୀମା ଭଳି ଭାରତ-ମିଆଁମାର ସୀମାକୁ ମଧ୍ୟ ଭାରତ ସୁରକ୍ଷା ଅଦୀନରେ ରଖିବ ବୋଲି ଅମିତ ଶାହ ଘୋଷଣା କରିଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ, ଗତ ୩ ମାସ ଭିତରେ ପ୍ରାୟ ୬୦୦ ମିଆଁମାର ସୈନିକ ଭାତ ଭିତରକୁ ପ୍ରବେଶ କରି ସାରିଛନ୍ତି । ପଶ୍ଚିମ ମିଆଁମାର ରାଜ୍ୟ ରଖାଇନରେ ଏକ ସଶସ୍ତ୍ର ବାହିନୀ ଅରାକନ୍ ଆର୍ମିର ଉଗ୍ରବାଦୀମାନେ ସେନା ଶିବିର ଉପରେ କବଜା କରିଥିବା ଜାଣିବାକୁ ମିଳିଛି । ଏହାପରେ ମିଆଁମାରର ସେନା ସେଠାରୁ ଫେରାର ହୋଇଯିବା ସହିତ ମିଜୋରାମର ଲାଙ୍ଗଟଲାଇ ଜିଲ୍ଲାରେ ଶରଣ ନେଇଛନ୍ତି । ତେବେ ସେମାନଙ୍କୁ ଆସାମ ରାଇଫଲ୍ସରେ ବିଶ୍ରାମ ଦିଆଯାଇଥିବା ଜଣାଯାଇଛି ।

ତେବେ ଏହି ସୀମାରେ ଏକ ପ୍ରତିବନ୍ଧକ ନିର୍ମାଣ କରିବା ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ଫ୍ରି ମୁଭମେଣ୍ଟ ରେଜିମ(FMR)କୁ ଉଚ୍ଛେଦ କରିବ ଭାରତ । ଏହାସହିତ ସୀମାରେଖାରେ ବସବାସ କରୁଥିବା ଲୋକମାନଙ୍କୁ ଅନ୍ୟ ଦେଶକୁ ଯିବା ପାଇଁ ଖୁବଶୀଘ୍ର ଭିସା ଯୋଗାଇ ଦିଆଯିବ ।

୧୯୭୦ ମସିହାରେ ଭାରତ-ମିଆଁମାର ସୀମାରେ ରହୁଥିବା ଲୋକଙ୍କ ପାରିବାରିକ ତଥା ଜାତିଗତ ସମ୍ପର୍କ ଯୋଗୁଁ ଏହି FMR ଅଣାଯାଇଥିଲା । ତେବେ ପଡ଼ୋଶୀ ରାଷ୍ଟ୍ରର ସେନା ସେମାନଙ୍କ ନିଜ ଦେଶକୁ ଫେରାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ମିଜୋରାମ ସରକାର । ପଡ଼ୋଶୀ ରାଷ୍ଟ୍ର ମିଆଁମାରରେ ବର୍ତ୍ତମାନ ତିକ୍ତତା ଲାଗି ରହିଛି । ଏହାର ପ୍ରଭାବ କେବଳ ମିଆଁମାର ଦେଶ ନୁହେଁ, ଭାରତର ସୀମାରେଖାରେ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ମିଆଁମାରର କିଛି ସୈନ୍ୟବାହିନୀ ମିଜୋରାମ ରାଜ୍ୟରେ ପ୍ରବେଶ କରିଥିବାର ଦେଖାଯାଇଛି ।

Get real time updates directly on you device, subscribe now.