fbpx

ତଲାକ୍ ନଦେଇ ଅନ୍ୟ ଜଣଙ୍କୁ ମ୍ୟାରେଜ୍ କରିହେବ କି? ସାନିଆଙ୍କୁ ତଲାକ୍ ନଦେଇ ଶୋଏବ କିପରି ଅଭିନେତ୍ରୀ ସନାଙ୍କୁ ବାହାହେଲେ, ଖୋଲିଲା ବଡ଼ ରହସ୍ୟ

ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ତୃତୀୟ ବିବାହ କରିଛନ୍ତି । ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଶୋଏବ । ଶୋଏବ-ସନାଙ୍କ ବିବାହ ସମୟର ଫଟୋ ଆଜି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସିଛି ।

ସ୍ତ୍ରୀଙ୍କୁ ତଲାକ ନଦେଇ ଜଣେ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିପାରିବେ କି? ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କୁ ତଲାକ ନଦେଇ ଶୋଏବ ଅନ୍ୟତ୍ର କିପରି ବିବାହ କଲେ? ଏହା କ’ଣ ସମ୍ଭବ? ଗତ ୨୦୧୦ ମସିହାରେ ଶୋଏବ-ସାନିଆ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ଏହା ମଧ୍ୟରେ ଏହି ମାମଲାରେ ହୋଇଛି ଏକ ବଡ଼ ଖୁଲାସା । ସାନିଆଙ୍କ ପିତା ଏ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

ସାନିଆଙ୍କ ପିତା ଗଣମାଧ୍ୟମକୁ କହିଛନ୍ତି, ସାନିଆ ଶୋଏବଙ୍କ ଠାରୁ ‘ଖୁଲା’ ନେଇସାରିଛନ୍ତି । ‘ଖୁଲା’ ହେଉଛି ଏକପ୍ରକାରର ତଲାକ । ମୁସଲମାନ ମହିଳାମାନେ ନିଜ ସ୍ୱାମୀଙ୍କଠାରୁ ‘ଖୁଲା’ ନେଇପାରିବେ । ସ୍ୱାମୀଙ୍କୁ ଏକତରଫା ଭାବେ ତଲାକ ଦେବାର ଅଧିକାର ମୁସଲମାନ ମହିଳାଙ୍କ ରହିଥାଏ । ଅର୍ଥାତ ଉଭୟେ ସାନିଆ ଓ ଶୋଏବ ଅଲଗା ହୋଇ ସାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୮ରେ ଶୋଏବ-ସାନିଆଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା, ତା’ର ନାମ ‘ଇଜହାନ’ ଥିଲା । ପାକିସ୍ତାନୀ କ୍ରିକେଟରଙ୍କୁ ବିବାହ କରିବା ସମୟରେ ଶୋଏବ ପୂର୍ବରୁ ବିବାହିତ ଥିଲେ । ଶୋଏବ ସାନିଆଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏବେ ଶୋଏବ ସନାଙ୍କୁ ତୃତୀୟ ବିବାହ କରିଛନ୍ତି । ଦୁହିଁଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା । ଶେଷରେ ସେହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

Get real time updates directly on you device, subscribe now.